fbpx

ରୋହିତଙ୍କ ସ୍ଥାନରେ ବିରାଟ ନେବେ ଭାରତର ନେତୃତ୍ୱ? ତାଲିକାରେ ଏହି ଦୁଇ ଖେଳାଳି ବି ସାମିଲ

ନୂଆଦିଲ୍ଲୀ: ଇଂଲଣ୍ଡ ଗସ୍ତରେ ଥିବା ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାପରେ ଟେଷ୍ଟ ମ୍ୟାଚରେ ଦଳର ନେତେୃତ୍ୱକୁ ନେଇ ଭାଳେଣି ପଡିଛି । ରୋହିତଙ୍କ ଅନୁପସ୍ଥିତିରେ କିଏ ନେବେ ଦଳର ନେତୃତ୍ୱ ସେ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ଉପଅଧିନାୟକ ଭାବରେ ଚୟନ ହୋଇଥିବା କେ.ଏଲ ରାହୁଲ ମଧ୍ୟ ଆହତ ଜନିତ ସମସ୍ୟା ଯୋଗୁଁ ଦଳରୁ ବାଦ ପଡିଛନ୍ତି । ଏବେ ନେତୃତ୍ୱ ନେବ କିଏ?

Rohit Sharma tests positive for COVID-19 - The Hindu

ଇଂଲଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟ ପୂର୍ବରୁ ଭାରତର ଅଧିନାୟକ ରୋହିତ ଶର୍ମା କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେପଟେ ଉପଅଧିନାୟକ ଭାବେ ଚୟନ ହୋଇଥିବା କେ.ଏଲ ରାହୁଲ ମଧ୍ୟ ଆହତ କାରଣରୁ ବାଦ ପଡିଛନ୍ତି । ତେବେ କିଏ ମ୍ୟାଚରେ ଦଳର ନେତୃତ୍ୱ ନେବ, ତାହା ଏବେବଡ ପ୍ରଶ୍ନ ହୋଇଛି । ଏହି ପରିସ୍ଥିତିରେ ମ୍ୟାଚ ପାଇଁ ଦଳର ଅଧିନାୟକ ଭାବରେ ଜଶପ୍ରୀତ ବୁମରାହଙ୍କୁ ଚୟନ କରାଯାଇପାରେ । ଏମିତି ହେଲେ ୩୫ ବର୍ଷ ପରେ ଇତିହାସ ରଚିବ ଟିମ ଇଣ୍ଡିଆ । କପିଲ ଦେବଙ୍କ ପରେ କୌଣସି ଦ୍ରୁତ ବୋଲର ଦଳର ନେତୃତ୍ୱ ନେଇ ନାହାନ୍ତି । ତେବେ ବୁମରାହ ଅଧିନାୟକ ହେଲେ ୩୫ ବର୍ଷର ବ୍ୟବଧାନ ପରେ ଏହି ରେକର୍ଡ ଭାଙ୍ଗିପାରିବ ।
ତାଙ୍କ ବ୍ୟତୀତ ୱିକେଟ କିପର ବ୍ୟାଟ୍ସମ୍ୟାନ ଋଷଙ ପନ୍ତ ମଧ୍ୟ ଅଧିନାୟକ ଭାର ସମ୍ଭାଳି ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦଳର ନେତୃତ୍ୱ ନେଇଥିବା ବେଳେ ଆଇପିଏଲରେ ମଧ୍ୟ ଗତ କିଛି ସିଜନରେ ସେ ନେତୃତ୍ୱ ନେଉଛନ୍ତି । ତେଣୁ ଏହି ମ୍ୟାଚରେ ସେ ଅଧିନାୟକ ଭୂମିକାରେ ଦେଖାଯାଇ ପାରନ୍ତି ।
କିନ୍ତୁ ଏହି ମ୍ୟାଚର ଅଧିନାୟକ ଭାବେ ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ନାଁ ମଧ୍ୟ ସାମିଲ ରହିଛି । ଏହି ମ୍ୟାଚର ପୂର୍ବ ଅଂଶ ଗତବର୍ଷରେ ଖେଳାଯାଇଥିଲା । କରୋନା ଯୋଗୁଁ ଗତବର୍ଷ ପଞ୍ଚମ ଟେଷ୍ଟ ବାତିଲ ହୋଇଥିଲା । ଏହି ସିରିଜରେ ବିରାଟ କୋହଲି ଦଳର ନେତୃତ୍ୱ ନେଇଥିଲେ । ତେଣୁ ସିରିଜର ଶେଷ ମ୍ୟାଚରେ ଯଦି ରୋହିତ ଅନୁପସ୍ଥିତ ରୁହନ୍ତି, ତେବେ ବିରାଟ କୋହଲି ଏହି ମ୍ୟାଚରେ ପୁଣି ଥରେ ଅଧିନାୟକ ଭୂମିକା ତୁଲାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି । କିନ୍ତୁ ଦେଖିବାକୁ ବାକି ରହିଲା ଦଳ କାହା ଉପରେ ଭରଷା କରୁଛି ଏବଂ କାହାକୁ ନେତୃତ୍ୱ ଭାର ଦେଉଛି ଟିମ ମ୍ୟାନେଜମେଣ୍ଟ ।

Get real time updates directly on you device, subscribe now.