fbpx
BSKY
BJD SHG SKY
BJD YOUTH SKY

ଆଦିବାସୀ ବଜାରରେ ବଡ଼ା ଛତୁର ଚାହିଦା, କିଲୋ ପିଛା ଦର ୧୨ଶହ ଟଙ୍କା ହେଉଛି ବିକ୍ରି

ଡାବୁଗାଁ,(ଭାସ୍କର ନ୍ୟୁଜ): ବର୍ତ୍ତମାନ ସମୟ ହେଉଛି କୁଚିତ ମିଳୁଥିବା ବଡା ଛତୁର ସମୟ, ବଜାରରେ ଏହାର ଚାହିଦା ବେଶି । ପୂର୍ବରୁ କୋରାପୁଟିଆ ଆଦିବାସୀ ଏହି ଛତୁ। ଶ୍ରାବଣ ଛତୁ ଖାଉଥିବାରୁ ସମାଜରେ ଉଚ୍ଚବର୍ଗ ଭିନ୍ନ ଦୃଷ୍ଟିରେ ଦେଖୁଥିଲେ । ଏହା ଖାଉଥିବା ଲୋକଙ୍କୁ ଜଙ୍ଗଲୀ ଓ ଗରିବ ବୋଲି ବିବେଚନା କରାଯାଉଥିଲା । କିନ୍ତୁ ସମୟ ବଦଳିବା ସହ ଆଜି ସମାଜରେ ବଡା ଛତୁ ପ୍ରିୟ ତଥା ସ୍ୱାଦିଷ୍ଟ ଖାଦ୍ୟ ପାଲଟିଛି ।

ନୂଆ ନୂଆ ଏହା ବଜାରକୁ ଆସିଥିବାରୁ କିଲୋ ପିଛା ଦର ୧୨ଶହ ଟଙ୍କା ରହିଛି, ଦର ଶୁଣିଲେ ଛନକା ପଶୁଛି, ତଥାପି ବଜାରକୁ ଆସିବାର କିଛି ମିନଟ କିମ୍ବା ଘଣ୍ଟା ଭିତରେ ଖାଲି ହୋଇଯାଉଛି। ଟମାଟୋ କିଲୋ ୧ଶହ ଟଙ୍କା ହେଲେ ଖାଉଟି ତୀବ୍ର ଅସନ୍ତୋଷ ପ୍ରକାଶ କରୁଛନ୍ତି । ସେହିପୀବରି ଅନ୍ୟ ପରିବା ଦର ବଢିଲେ ବି ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି, ଏମିତି ସ୍ଥିତିରେ ବଡା ଛତୁ କିଲୋ ୧୨ଶହ ଟଙ୍କାରେ ବିକ୍ରି ହେଉଛି । ଶାଳ ଜଙ୍ଗଲରେ ଏହି ଛତୁ ସାଧାରଣତ ମାଟି ଉପରକୁ ବାହାରି ଆସିଥାଏ । ଡାବୁଗାଁ ଜଙ୍ଗଲରେ ବହୁ ପରିମାଣରେ ଶାଳ ଜଙ୍ଗଲ ଥିବାରୁ ଏହି ଛତୁ ମିଳୁଛି। ହେଲେ ଗତବର୍ଷ ତୁଳନାରେ ଅଧିକ ଦରରେ ବିକ୍ରି ହେଉଛି। ତଥାପି ଏହା ପ୍ରତି ଲୋକଙ୍କ ଚାହିଦା ରହିଛି ।

Get real time updates directly on you device, subscribe now.