fbpx

ପଡ଼ିଛି କରୋନା ମହାମାରୀର ପ୍ରଭାବ, କମିଛି ବିଶ୍ୱର ସବୁଠୁ ଧନୀ ବ୍ୟକ୍ତିମାନଙ୍କ ସମ୍ପତ୍ତି, ଜାଣନ୍ତୁ କେତେ…

ନୂଆଦିଲ୍ଳୀ: ବିଶ୍ୱରେ ବଡ଼ ବଡ଼ ଧନୀ ଧନ କମୁଛି । ହଁ ଆଜ୍ଞା କଥାଟା ଶୁଣିବାକୁ ମିଛ ଲାଗୁଥାଇପାରେ । କିନ୍ତୁ ଏହା ସଂପୂର୍ଣ୍ଣ ସତ୍ୟ । କରୋନା ମହାମାରୀ ପୂରା ବିଶ୍ୱକୁ କବଳିତ କରି ରଖିଛି । କେବଳ ଜୀବନ ନୁହେଁ ବରଂ ଅନେକ କିଛି କ୍ଷତି କରିଛି ସାରା ବିଶ୍ୱରେ । ଏଥିରେ ଯେ କେବଳ କହିବ ଗରିବ, ମଧ୍ୟବିତ୍ତଙ୍କ କ୍ଷତି ହୋଇଛି ତାହା ନୁହେଁ, ଅରବପତି ମାନେ ମଧ୍ୟ ଅନେକ ଅନେକ କ୍ଷତି ସହିଛନ୍ତି ।

ବ୍ଲୁମବର୍ଗ ବିଲିୟନେୟର୍ସ ଇଣ୍ଡେକ୍ସର ନିକଟରେ ହୋଇଥିବା ସର୍ଭେ ଅନୁଯାୟୀ, ୨୦୨୨ ର ପ୍ରଥମ ଭାଗ ତଥା ଜାନୁୟାରୀରୁ ଜୁନରେ ବିଶ୍ୱର ଧନୀ ତାଲିକାରେ ସବୁଠୁ ଉପରେ ଥିବା ୫୦୦ ଜଣ ଶୀର୍ଷ ଧନୀ ବ୍ୟକ୍ତିଙ୍କର ସମ୍ପତି ୧୪ ଅରବ ଡଲାର ତଳକୁ ଖସି ଯାଇଛି  । ଏହା ବିଶ୍ୱର ଅରବପତି ବର୍ଗଙ୍କ ପାଇଁ ଏପର୍ଯ୍ୟନ୍ତ ହୋଇଥିବା ସବୁଠାରୁ ବଡ଼ କ୍ଷତି ବୋଲି କୁହାଯାଉଛି  । କରୋନା ମହାମାରୀ ସ୍ଥିତିରେ ସୁଧାର ଆସିବା ପରେ ସାମା୍ନାକୁ ଆସିଥିଲା ସବୁଠାରୁ ଅଧିକ କ୍ଷତି  । ଏଥିରେ ଟେକ କମ୍ପାନୀଠାରୁ ଆରମ୍ଭ କରି କ୍ରିପ୍ଟୋକରେନ୍ସି ପର୍ଯ୍ୟନ୍ତ ସବୁକୁ ନେଇ ହିଁ ଏହି ଆକଳନ କରାଯାଇଛି  ।

ତେବେ ରିପୋର୍ଟ ଅନୁଯାୟୀ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କଙ୍କ ସମ୍ପତି ପାଖାପାଖି ୬୨ ଅରବ ଡଲାର ତଳକୁ ଖସି ଆସିଛି  । ସେହିପରି ଜେଫ୍ ବେଜୋସଙ୍କ ସମ୍ପତି ପ୍ରାୟ ୬୩ ଅରବ ଡଲାର ତଳକୁ ଖସି ଆସିଛି  । ବ୍ଲୁମବର୍ଗର ସୂଚନା ଅନୁଯାୟୀ, ମାର୍କ ଜୁକରବର୍ଗଙ୍କ ମୋଟ୍ ସମ୍ପତି ଅଧାରୁ ଅଧିକ ତଳକୁ ଚାଲି ଆସିଛି  ।

Get real time updates directly on you device, subscribe now.