fbpx

ଏଫ୍‌ଆଇଏଚ୍‌ ମହିଳା ହକି ବିଶ୍ୱକପ୍‌: ଭାରତ-ଇଂଲଣ୍ଡ ମ୍ୟାଚ୍‌ ଡ୍ର’, ପରବର୍ତ୍ତୀ ମ୍ୟାଚ୍‌ରେ ଚୀନକୁ ଭେଟିବ ଟିମ୍ ଇଣ୍ଡିଆ

ଆମଷ୍ଟରଡମ୍‌ : ସମ୍ପ୍ରତି ସ୍ପେନ ଓ ନେରଲାଣ୍ଡରେ ଏଫ୍‌ଆଇଏଚ୍‌ ମହିଳା ହକି ବିଶ୍ୱକପ୍‌ ଖେଳାଯାଉଛି । ଏହି ଟୁର୍ଣ୍ଣାମେଣ୍ଟରେ ରବିବାର ଅନୁଷ୍ଠିତ ଗ୍ରୁପ୍  ପର୍ଯ୍ୟାୟ ମ୍ୟାଚ୍‌ରେ ଭାରତୀୟ ମହିଳା ଦଳ ଇଂଲଣ୍ଡ ବିକ୍ଷ ମ୍ୟାଚ୍‌ ୧-୧ ଗୋଲ୍‌ରେ ଡ୍ର’ ରଖିଛନ୍ତି । ଭାରତୀୟ ଦଳ ୨ୟ କ୍ୱାର୍ଟରରେ ବନ୍ଦନା କାଟେରିଆଙ୍କ ଗୋଲ୍‌ ସହାୟତାରେ ଫଳାଫଳ ଡ୍ର’ ରଖିବାକୁ ସମର୍ଥ ହୋଇଥିଲା ।

ପରିତାପର ବିଷୟ ଏହି କି ଯେ, ଭାରତୀୟ ଦଳ ଅଧା ଡର୍ଜନ ପେନାଲ୍ଟି କର୍ଣ୍ଣର ସୁଯୋଗ ପାଇଥିଲେ ହେଁ ଏହାର ସଦଉପଯୋଗ କରିପାରିନଥିଲା । ଫଳରେ ବିଜୟରୁ ବଞ୍ଚିତ ହେବାକୁ ପଡ଼ିଥିଲା । ପୁଣି ଥରେ ସ୍ମରଣ କରାଇ ଦିଆଯାଇପାରେ ଯେ, ଗତ ବର୍ଷ ଜାପାନରେ ଅନୁଷ୍ଠିତ ଟୋକିଓ ଅଲିମ୍ପିକ୍ସର ଏକ ଗୁରୁତ୍ୱୂର୍ଣ୍ଣ ମ୍ୟାଚ୍‌ରେ ଇଂଲଣ୍ଡ ଠାରୁ ପରାସ୍ତ ହୋଇ ଭାରତ ଅଳ୍ପକେ ବ୍ରୋଞ୍ଚ ପଦକ ହାସଲରୁ ବଞ୍ଚିତ ହୋଇଥିଲା । ଚଳିତ ବିଶ୍ୱକପ୍‌ରେ ସେହି ପରାଜୟର ପ୍ରତିଶୋଧ ନେବା ପାଇଁ ଅଧିନାୟିକା ସବିତା ପୁନିଆଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ପ୍ରତିଜ୍ଞାବଦ୍ଧ ହୋଇଥିଲେ ହେଁ ସଫଳ ହୋଇପାରିଲା ନାହିଁ । ଚଳିତ ବିଶ୍ୱକପ୍‌ର ପରବର୍ତ୍ତୀ ମ୍ୟାଚ୍‌ରେ ଭାରତ ଆସନ୍ତା ୫ ତାରିଖରେ ଚୀନକୁ ଭେଟିବ ।

Get real time updates directly on you device, subscribe now.