fbpx

୧୫ ବର୍ଷରୁ କମ୍‌ ଏସିଆନ ରେସଲିଂ ଚାମ୍ପିଅନଶିପ୍: ଭାରତକୁ ମିଳିଲା ୨ ସ୍ୱର୍ଣ୍ଣ ସହିତ ୮ ପଦକ

ବାହାରେନ: ଭାରତୀୟ ଜୁନିୟର ରେସଲର ମାନେ ଏଠାରେ ଅନୁଷ୍ଠିତ ୧୫ ବର୍ଷରୁ କମ ଏସିଆନ ରେସଲିଂ ଚାମ୍ପିଅନଶିପରେ ୨ସ୍ୱର୍ଣ୍ଣ, ୨ ରୌପ୍ୟ ଓ ୪ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ତେବେ ଏହି ସଫଳତା ସହିତ ଭାରତ ପଦକ ହାସଲରେ ୧୭୨ ପଏଣ୍ଟ ପାଇ ତୃତୀୟ ସ୍ଥାନରେ ରହିଛି ।

ଇରାନ ସର୍ବାଧିକ ୨୦୫ ଓ କାଜାଖସ୍ତାନ ୧୯୨ ପଏଣ୍ଟ ସହିତ ପ୍ରଥମ ଓ ଦ୍ୱିତୀୟ ସ୍ଥାନ ଅକ୍ତିଆର କରିଛନ୍ତି । ଶନିବାର ଦିନ ଅନୁଷ୍ଠିତ ଗ୍ରୀସୋ ରୋମାନ କ୍ୟାଟେଗୋରୀର ୧୦ ୱେଟ ଇଭେଣ୍ଟରେ ଭାରତୀୟ ପୁରୁଷ ଦଳ ୮ ପଦକ ପାଇଥିଲେ । ଭାରତ ପାଇଁ ସଚିନ ୬୮ କେଜି ଓ ଅଭୟ ୭୨ କେଜି କ୍ୟାଟୋଗୋରୀରେ ସ୍ୱର୍ଣ୍ଣ ପଦକ ପାଇଛନ୍ତି । ଆଜି ମହିଳା ବିଭାଗର ୧୦ ୱେଟ କ୍ୟାଟେଗୋରୀର ଫାଇନାଲ ଲଢ଼େଇ ଅନୁଷ୍ଠିତ ହେବ ।

Get real time updates directly on you device, subscribe now.