fbpx

ମିସ୍ ଇଣ୍ଡିଆ ୨୦୨୨ର ବିଜେତା ହେଲେ କର୍ଣ୍ଣାଟକର ସିନୀ ସେଟ୍ଟୀ: ୩୧ ଫାଇନାଲିଷ୍ଟକୁ ପଛରେ ପକାଇ ପିନ୍ଧିଲେ ତାଜ

ମୁମ୍ବାଇ: ଚଳିତ ବର୍ଷର ଫେମିନା ମିସସ ଇଣ୍ଡିଆ ମୁକୁତା ପିନ୍ଧିଛନ୍ତି କର୍ଣାଟକର ସିନୀ ସେଟ୍ଟୀ। କଡ଼ା ମୁକାବିଲା ପରେ ଭାରତ ତାର ମିସ ଇଣ୍ଡିଆ ୨୦୨୨କୁ ପାଇ ସାରିଛି। ମୁମ୍ବାଇର ଜିଓ ୱାର୍ଲ୍ଡ କନଭେସନ ସେଣ୍ଟରରେ ଗତ କାଲି ଆୟୋଜିତ ହୋଇଥିଲା ମିସ ଇଣ୍ଡିଆ ୨୦୨୨ର ଗ୍ରାଣ୍ଡଫିନାଲେ। ଏହି କାର୍ଯ୍ୟକ୍ରମରେରେ କର୍ଣ୍ଣାଟକର ସିନୀ ସେଟ୍ଟୀ ମିସ ଇଣ୍ଡିଆ ତାଜକୁ ହାସଲ କରିଛନ୍ତି। ସେହିପରି ରାଜସ୍ଥାନର ରୁବଲ ଶେଖାୱତ ମିସ ଇଣ୍ଡିଆ ୨୦୨୨ର ପ୍ରଥମ ରନର୍ସଅପ ହୋଇଥିବାବେଳେ ଉତ୍ତର ପ୍ରଦେଶର ଶିନାତା ଚୌହାନ ଦ୍ଵିତୀୟ ରନର୍ସଅପ ହୋଇଛନ୍ତି।

ଚଳିତ ବର୍ଷ ମିସ ଇଣ୍ଡିଆ ପ୍ରତିଯୋଗୀତାରେ ୩୧ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ। ଏହି ୩୧ ଜଣ ପ୍ରତିଯୋଗୀଙ୍କୁ ପଛରେ ପକାଇ କର୍ଣ୍ଣାଟକର ସିନୀ ମିସ ଇଣ୍ଡିଆ ୨୦୨୨ର ମୁକୁଟ ହାସଲ କରିଛନ୍ତି । ମିସ ଇଣ୍ଡିଆ ୨୦୨୨ର ଗ୍ରାଣ୍ଡ ଫିନାଲେରେ ବଳିଓଡର ଅଭିନେତ୍ରୀମାନେ ରେଡ କାର୍ପେଟରେ ନଜର ଆସିଥିଲେ। ଗ୍ରାଣ୍ଡ ଫିନାଲେରେ ମଲାଇକା ଅରୋରା, ନେହା ଧୁପିୟା, ଡିନୋ ମୋରିୟା, ରାହୁଲ ଖନ୍ନା, ରୋହିତ ଗାନ୍ଧି ଏବଂ ଶ୍ମାମକ ଡାବର ଜଜ୍ ଭାବେ ଯୋଗ ଦେଇଥିଲେ। ସେହିପରି ଭାରତୀୟ ମହିଳା କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ ମିତାଲି ରାଜ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

Rubal Shekhawat, Sini Shetty and Shinata Chauhan (Source: Instagram)

Get real time updates directly on you device, subscribe now.