fbpx

ଶଶୁର ଘରକୁ ବୁଲି ଆସିଥିଲେ ଯୁବକ, ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଚାଲିଗଲା ଜୀବନ

ଅନୁଗୋଳ(ଓଡ଼ିଶା ଭାସ୍କର): ଶଶୁର ଘରେ ଚାଲି ଗଲା ଜୀବନ। ହଁ ଆଜ୍ଞା ଏପରି ଏକ ଅଭାବନୀୟ ଘଟଣା ଘଟିଛି ପାଳଲହଡା ବ୍ଲକ ଅନ୍ତର୍ଗତ ପେଚାମୁଣ୍ଡି ଗ୍ରାମ ପଞ୍ଚାୟତ ଶ୍ୟାମସୁନ୍ଦରପୁର ଗ୍ରାମରେ। କେନ୍ଦୁଝର ଅଞ୍ଚଳର ନିରଞ୍ଜନ ବାରିକ୍ ନାମକ ଜଣେ ଯୁବକ ଶଶୁର ଘର ପାଳଲହଡା ଅଞ୍ଚଳ ଶ୍ୟାମସୁନ୍ଦରପୁର ଗ୍ରାମକୁ ବୁଲିବାକୁ ଆସିଥିଲେ।

ଘର ନିକଟରେ ଥିବା ବିଦ୍ୟୁତ୍ ଖୁଣ୍ଟ ରୁ ଲାଗିଥିବା ଏକ ଷ୍ଟେ ତାରକୁ ଧରି ନେଇଥିଲେ। ଫଳରେ ନିରଞ୍ଜନ ତାରରେ ଲଟକି ଯାଇଥିଲେ।ସ୍ଥାନୀୟ ଲୋକଙ୍କ ସହଯୋଗରେ ବିଦ୍ୟୁତ୍ କାଟି ନିରଞ୍ଜନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନିକଟସ୍ଥ ପାଳଲହଡା ଉପଖଣ୍ଡ ଡ଼ାକ୍ତର ଖାନାରେ ଭର୍ତ୍ତି କରିଥିଲେ। ନିରଞ୍ଜନଙ୍କୁ ଡ଼ାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ପାଳଲହଡା ପୋଲିସ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ଜବତ ରଖି ବ୍ୟବଛେଦ ପରେ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା।

 

Get real time updates directly on you device, subscribe now.