fbpx

ଭାରତୀୟ ଟିମକୁ ଡବଲ ଝଟକା: ଟେଷ୍ଟ ହାରିବା ପରେ WTC ତାଲିକାରେ ବି କ୍ଷତି

ନୂଆଦିଲ୍ଲୀ: ଭାରତୀୟ ଟିମକୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ ହାରିବା ପଡିଛି ମହଙ୍ଗା । ମ୍ୟାଚ ହାରିବା ପରେ ଆଉ ଏକ ସ୍ଥାନରେ ଦଳକୁ ଜୋରଦାର ଝଟକା ସହିବାକୁ ପଡିଛି । ଆଇସିସିର ବିଶ୍ୱ ଟେଷ୍ଟ ଚମ୍ପିଆନସିପ ୨୦୨୧-୨୩ ର ପଏଣ୍ଟ ତାଲିକା ଭାରତକୁ ଏକ ବଡ କ୍ଷତି ସହିବାକୁ ପଡିଛି । ଇଂଲଣ୍ଡ ବିପକ୍ଷ ଏଜବାଷ୍ଟନ ଟେଷ୍ଟ ମ୍ୟାଚ ହାରିବା ପରେ ଟିମ ଇଣ୍ଡିଆକୁ ପଛରେ ପକାଇଛି ପାକିସ୍ତାନ ।

ଏହି ମ୍ୟାଚକୁ ହାତଛଡା କରିବା ସହ ଟେଷ୍ଟ ଚମ୍ପିଆନସିପ ପଏଣ୍ଟ ଟେବୁଲର ଗୋଟିଏ ସ୍ଥାନ ମଧ୍ୟ ହାତଛଡା କରିଛି ଭାରତ । ପଏଣ୍ଟ ଟେବୁଲର ତୃତୀୟରୁ ଚତୁର୍ଥ ସ୍ଥାନକୁ ଖସି ଆସିଛି ଟିମ ଇଣ୍ଡିଆ । ଭାରତର ଚିର ପ୍ରତିଦ୍ୱନ୍ଦୀ ପାକିସ୍ତାନ ଭାରତକୁ ହଟାଇ ତୃତୀୟ ସ୍ଥାନ ଜବରଦଖଲ କରି ନେଇଛି । ଏହାବ୍ୟତୀତ ଟିମ ଇଣ୍ଡିଆର ଦୁଇ ପଏଣ୍ଟ ମଧ୍ୟ କାଟି ଦିଆଯାଇଛି । ସ୍ଲୋ ଓଭର ରେଟ କାରଣରୁ ଏହି ଦଣ୍ଡ ଭୋଗିଛି ଭାରତ । ଯାହା ଦ୍ୱାରା ଦଳର ପଏଣ୍ଟ ଏବେ ୭୫କୁ ପହଞ୍ଚିଛି । ଏହି ମ୍ୟାଚ ପୂର୍ବରୁ ଭାରତର ପଏଣ୍ଟ ୭୭ ରହିଥିଲା । ତେବେ ଦଳର ସକ୍ସେସ ରେଟ ୫୨.୦୮ ପ୍ରତିଶତ ରହିଛି ।

World Test Championship Points Table 2021-23

ବିଶ୍ବ ଟେଷ୍ଟ ଚମ୍ପିଆନସିପର ଦ୍ୱିତୀୟ ସଂସ୍କରଣ ୨୦୨୧-୨୩ ଚାଲୁ ରହିଛି । ତେବେ ଏହି ସିଜନର ନୂଆ ନିୟମ ଅନୁସାରେ, ଟିମକୁ ୧୨ ଅଙ୍କ ମିଳୁଥିବା ବେଳେ ଡ୍ର ମ୍ୟାଚ ପାଇଁ ପ୍ରତ୍ୟେକ ଦଳକୁ ୪ ପଏଣ୍ଟ ଲେଖାଏଁ ଏବଂ ମୁକାବିଲା ଟାଇ ହେଲେ ୬ ପଏଣ୍ଟ ଲେଖଶଏଁ ଦିଆଯିବ । ସେହିପରି ମ୍ୟାଚ ବିଜୟରେ ୧୦୦ ପ୍ରତିଶତ, ଟାଇ ମ୍ୟାଚ ପାଇଁ ୫୦ ଏବଂ ଡ୍ର ମ୍ୟାଚ ପାଇଁ ପ୍ରତ୍ୟେକ ଟିମକୁ ୩୩.୩୩ ପ୍ରତିଶତ ପ୍ରଦାନ କରାଯିବ । ଦୁଇ ମ୍ୟାଚ ବିଶିଷ୍ଟ ସିରିଜ ପାଇଁ ୨୪ ଏବଂ ୫ ମ୍ୟାଚ ବିଶିଷ୍ଟ ସିରିଜ ପାଇଁ ୬୦ ଅଙ୍କ ଉପଲବ୍ଧ ରହିବ ।

Get real time updates directly on you device, subscribe now.