fbpx

ବିଜେବି କଲେଜରେ ପୁଣି ରାଗିଂ: ଥମିବାର ନାଁ ନେଉନି ବିବାଦ

ଭୁବନେଶ୍ୱର: ରୁଚିକା ଆତ୍ମହତ୍ୟା ମାମଲାର ଗୁମର ଫିଟି ନଥିବା ବେଳେ ରାଗିଂର ଆସିଛି ଆଉ ଏକ ଅଭିଯୋଗ । ଯୁକ୍ତ ୨ଦ୍ୱିତୀୟ ବର୍ଷର ବାଣିଜ୍ୟ ବିଭାଗର ଜଣେ ଛାତ୍ର ଏପରି ଅଭିଯୋଗ ଆଣିଛନ୍ତି । ଛାତ୍ରଙ୍କ ଅଭିଯୋଗ ଅନୁସାରେ ସହପାଠୀମାନେ ତାଙ୍କୁ ମାଡ଼ ମାରିବା ସହିତ ବାଇକ ଛଡ଼ାଇ ନେଇଥିବା ଜଣାପଡ଼ିଛି । ଏନେଇ ଛାତ୍ର ଜଣକ ନିକଟସ୍ଥ ବଡ଼ଗଡ଼ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ।

ସୂଚନା ଥାଉ କି, ରାଜଧାନୀ ବିଜେବି କଲେଜରେ ଗତ କିଛି ଦିନ ଧରି ରୁଚିକା ଆତ୍ମହତ୍ୟା ଏବଂ ରାଗିଂକୁ ନେଇ ବିବାଦ ଲାଗି ରହିଛି । ଗତ ୨ ତାରିଖରେ ବିଜେବି କଲେଜର +୩ର ଛାତ୍ରୀ ରୁଚିକା ରାଗିଂ କାରଣରୁ ଆତ୍ମହତ୍ୟା ଭଳି ପଦକ୍ଷେପ ନେଇଥିଲେ । ତେବେ ଏହି ରାଗିଂ ଭଳି ଅପରାଧକୁ ବିରୋଧ କରିବା ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଉଛି । ଏଭଳି ପରିସ୍ଥିତିରେ ଆଉ ଏକ ରାଗିଂର ଅଭିଯୋଗ ଚିନ୍ତାର ବିଷୟ ପାଲଟିଛି । ଯାହା ଫଳରେ ପ୍ରଶାସନର ଚିନ୍ତା ମଧ୍ୟ ବଢିଯାଇଛି ।

Get real time updates directly on you device, subscribe now.