fbpx

ଭିଜିଲାନ୍ସ ଜାଲରେ ସୁପରଭାଇଜର: ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ିବସିଲା ଟିମ୍

ପୁରୀ(ଓଡ଼ିଶା ଭାସ୍କର): ଦିନକୁ ଦିନ ଦୁର୍ନତିଖୋର ଅପରାଧୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ପ୍ରତିଦିନ କେହି ନା କେହି ଅଧିକାରୀ ଧରାପଡୁଛନ୍ତି । ଏହାରି ମଧ୍ୟରେ ଭିଜିଲାନ୍ସ ଜାଲରେ ଫସିଛନ୍ତି ଖଦି ଗ୍ରାମୋଦ୍ୟୋଗ ସୁପରଭାଇଜର । ୧୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସୁପରଭାଇରଜର ନାରାୟଣ ପଟ୍ଟନାୟକଙ୍କୁ ମାଡ଼ିବସିଥିଲା ଭିଜିଲାନ୍ସ ଟିମ୍ । ଜଣେ ଋଣଗ୍ରହୀତା ସବସିଡି କରାଇ ଦେବାକୁ କହି ଲାଞ୍ଚ ନେଉଥିବା ଜଣାପଡିଛି ।

ନିକଟରେ ପଞ୍ଚାୟତିରାଜ ବିଭାଗର ସହକାରୀ ଯନ୍ତ୍ରୀଙ୍କ ଘରେ ହୋଇଥିଲା ଭିଜିଲାନ୍ସ ରେଡ୍ । ସହକାରୀ ଯନ୍ତ୍ରୀ ପ୍ରଭାତ ରାଉତଙ୍କ ଘରେ ଭିଜିଲାନ୍ସ ରେଡ ହୋଇଥିଲା । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ୪ଟି ସ୍ଥାନରେ ରେଡ୍ ହୋଇଥିଲା । ଚୌଦ୍ୱାର, ତ୍ରିଶୂଳିଆ, ଡମପଡ଼ା ଓ କେନ୍ଦ୍ରାପଡ଼ାରେ ଚଢ଼ାଉ ହୋଇଥିଲା । ୩ ଜଣ ଡିଏସପି, ୮ ଜଣ ଇନ୍ସପେକ୍ଟର ଏହି ଚଢ଼ାଉରେ ସାମିଲ ହୋଇଥିଲେ ।

Get real time updates directly on you device, subscribe now.