fbpx

ଶ୍ୱଶୁରର ପ୍ରାଇଭେଟ ପାର୍ଟକୁ ବୋହୂର ଗୋଇଠା: ଉଡ଼ିଗଲା ପ୍ରାଣବାୟୁ, ଦେଖନ୍ତୁ Video

ନୂଆଦିଲ୍ଲୀ: ବୋହୂର ଗୋଇଠାରେ ଚାଲିଗଲା ଶ୍ୱଶୂରର ଜୀବନ । ଏଭଳି ଏକ ଅଭାବନୀୟ ଘଟଣା ରାଜସ୍ଥାନର ବାନ୍ସୱାଡା ଜିଲ୍ଲା କୁଶଳଗଡ଼ ଥାନା ଅର୍ନ୍ତଗତ ନାଥପୁରା ଗାଁରେ ଘଟିଛି । ପାରିବାରିକ ବିବାଦ ଯୋଗୁଁ ବୋହୂ ନିଜ ଶ୍ୱଶୂରଙ୍କ ଜୀବନ ନେଇଥିବା ଜଣାପଡିଛି । ଶ୍ୱଶୂରଙ୍କ ସହ ଜମି ବାବଦକୁ ନେଇ ବିବାଦ ଏତେ ବଢ଼ିଯାଇଥିଲା ଯେ, ବୋହୂ ନିଜର ନିୟନ୍ତ୍ରଣ ହରାଇ ବସିଥିଲେ ।

ବିବାଦ ମଧ୍ୟରେ ବୟସ୍କ ଶ୍ୱଶୁରଙ୍କୁ ମାରପିଟ୍ କରିବା ସହ ତାଙ୍କ ପ୍ରାଇଭେଟ ପାର୍ଟକୁ ବାରମ୍ବାର ଗୋଇଠା ମାରିଥିଲା ବୋହୂ । ପ୍ରାଇଭେଟ ପାର୍ଟକୁ ଲଗାତାର ଗୋଇଠା ମାରିବା ଫଳରେ ଶ୍ୱଶୁରଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ହୋଇପଡିଥିଲା, ଯେଉଁଥିପାଇଁ ତାଙ୍କୁ ତୁରନ୍ତ ମେଡିକାଲ ନିଆଯାଇଥିଲା । କିନ୍ତୁ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ଶ୍ୱଶୁରଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

ଅନ୍ୟପଟେ ପିତାଙ୍କ ସହ ହୋଇଥିବା ଏଭଳି ଦୁର୍ଘଟଣାର ରିପୋର୍ଟ ଦେଇ ଭାଉଜଙ୍କ ଭିରୋଧରେ ଥାନାରେ ମାମଲା ରୁଜୁ କରିଛନ୍ତି ଦିଅର । ମାମଲା ରୁଜୁ ହେବା ପରେ କୁଶଳଗଡ଼ ଥାନା ଅଧିକାରୀ ମହିପାଳ ସିଂହ ଅଭିଯୁକ୍ତ ବୋହୂକୁ ଗିରଫ କରିଛନ୍ତି । ପୋଲିସର କହିବା ଅନୁସାରେ, ଜୁଲାଇ ୧୧ରେ ନାଥପୁରାର ବାସିନ୍ଦା ବାଦିଆ କଟାରା ଓ ତାଙ୍କ ବୋହୂଙ୍କ ମଧ୍ୟରେ ଜମିବାଡିକୁ ନେଇ ବିବାଦ ହୋଇଥିଲା । ଦୁହିଁଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ପରେ ସମସ୍ତ ନିୟନ୍ତ୍ରଣ ହରାଇ ବସିଥିଲେ ବୋହୂ । ଏହାପରେ ସେ ନିଜ ଶ୍ୱଶୁରଙ୍କୁ ମାଡ଼ ମାରିବା ସହ ତାଙ୍କ ପ୍ରାଇଭେଟ ପାର୍ଟକୁ ଲଗାତାର ଅନେକ ଗୋଇଠା ମାରିଥିଲେ । ସେଠାରେ ଉପସ୍ଥିତ ଥିବା ଲୋକମାନେ ଶ୍ୱଶୂର ଓ ବୋହୂଙ୍କୁ ଛଡ଼ାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ସେତେବେଳେକୁ ବହୁଳ ବିଳମ୍ବ ହୋଇସାରିଥିଲା । ଶେଷରେ ଯନ୍ତ୍ରଣା ସହି ନପାରି ମେଡିକାଲରେ ଶ୍ୱଶୁରଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି ।

Get real time updates directly on you device, subscribe now.