fbpx

ଜଗଦୀପ ଧନଖଡ଼ ହେଲେ ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀ, ଘୋଷଣା କଲେ ବିଜେପି ଅଧ୍ୟକ୍ଷ

ନୂଆଦିଲ୍ଲୀ: ଆସନ୍ତା ୬ ଅଗଷ୍ଟରେ ହେବାକୁ ଥିବା ଉପରାଷ୍ଟ୍ରପତି ନିର୍ବାଚନକୁ ନେଇ ଶନିବାର ଭାରତୀୟ ଜନତା ପାର୍ଟୀର ସଂସଦୀୟ ବୋର୍ଡର ବୈଠକ ହୋଇଛି । ବୈଠକରେ ଉପରାଷ୍ଟ୍ରପତି ପଦ ପାଇଁ ଆଶାୟୀ ଭାବରେ ଜଗଦୀପ ଧନଖଡ଼ଙ୍କ ନାମ ଘୋଷଣା କରିଛନ୍ତି ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ।

ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ସାମିଲ ଥିଲେ । ଏହା ପୂର୍ବରୁ ପଶ୍ଚିମବଙ୍ଗ ରାଜ୍ୟପାଳ ଥିବା ଜଗଦୀପ ଧନଖଡ଼ ନିଜେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତକାର କରିଥିଲେ । ସେହିଭଳି ଏହା ପୂର୍ବରୁ ଧନଖଡ଼ ଶୁକ୍ରବାର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ମଧ୍ୟ ଭେଟିଥିଲେ ।

ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଇଚ୍ଛୁକ ଆଶାୟୀ ୧୯ ଜୁଲାଇ ମଧ୍ୟରେ ନାମାଙ୍କନ ଦାଖଲ କରିପାରିବେ । ନାମାଙ୍କନ ପତ୍ରର ଯାଞ୍ଚ ୨୦ ଜୁଲାଇରେ କରାଯିବ । ୨୨ ଜୁଲାଇ ମଧ୍ୟରେ ନାମାଙ୍କନ ପ୍ରତ୍ୟାହାର ଏବଂ ୬ ଜୁଲାଇରେ ହେବ ମତଦାନ ।

ଦେଶର ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ସଂସଦ, ଲୋକସଭା ଏବଂ ରାଜ୍ୟସଭାର ଉଭୟ ଗୃହର ସଦସ୍ୟଙ୍କୁ ନେଇ ଏହି ନିର୍ବାଚନୀ ମଣ୍ଡଳ ରହିଛି। ସଂସଦର ବର୍ତ୍ତମାନର ସଦସ୍ୟ ହେଉଛି ୭୮୦, ଯେଉଁଥିରୁ କେବଳ ବିଜେପିରେ ୩୯୪ ସାଂସଦ ଅଛନ୍ତି। ଜିତିବା ପାଇଁ ୩୯୦ ରୁ ଅଧିକ ଭୋଟ୍ ଆବଶ୍ୟକ ।

ସୂଚନାଯୋଗ୍ୟ, ବର୍ତ୍ତମାନର ଉପରାଷ୍ଟ୍ରପତି ଏମ ଭେଙ୍କୟା ନାଇଡୁଙ୍କ କାର୍ଯ୍ୟକାଳ ଅଗଷ୍ଟ ୧୦ ରେ ଶେଷ ହେବ।

Get real time updates directly on you device, subscribe now.