fbpx

ସହମତିରେ ରଖିଥିଲେ ଶାରୀରିକ ସମ୍ବନ୍ଧ, ୨୦ ସପ୍ତାହର ଗର୍ଭପାତ କରିବାକୁ ଅନୁମତି ଦେଲେନାହିଁ କୋର୍ଟ

ନୂଆଦିଲ୍ଲୀ: ଜଣେ ଅବିବାହିତ ମହିଳାଙ୍କୁ ୨୩ ସପ୍ତାହର ଗର୍ଭକୁ ଡାକ୍ତରୀ ଭାବରେ ଗର୍ଭପାତ କରିବାରେ ଅନୁମତି ଦେବାକୁ ମନା କରିଛନ୍ତି କୋର୍ଟ । ଅଦାଲତ କହିଛନ୍ତି ଯେ ସହମତିରେ ହୋଇଥିବା ସମ୍ବନ୍ଧରୁ ଉତ୍ପନ୍ନ ଗର୍ଭର ଗର୍ଭପାତ ପାଇଁ ଆଇନ୍ ୨୦ ସପ୍ତାହ ପରେ ଗର୍ଭପାତ କରିବାର ଅନୁମତି ଦେଉନାହିଁ । ଅଦାଲତ ମହିଳାଙ୍କ ଏହି ଯୁକ୍ତି ଉପରେ କେନ୍ଦ୍ର ଠାରୁ ଜବାବ ମାଗିଛନ୍ତି ଯେ ଅବିବାହିତ ମହିଳାଙ୍କୁ ୨୪ ସପ୍ତାହର ଗର୍ଭକୁ ଡାକ୍ତରୀ ଭାବରେ ସମାପ୍ତ କରିବାର ଅନୁମତି ନ ଦେବା ଭେଦଭାବପୂର୍ଣ୍ଣ ।

ଯାଚିକାକର୍ତ୍ତା ମହିଳାଙ୍କ ଆୟୁ ୨୫ ବର୍ଷ । ୧୮ ଜୁଲାଇରେ ତାଙ୍କର ଗର୍ଭଧାରଣର ୨୪ ସପ୍ତାହ ପୂରଣ ହେବ । ସେ ଅଦାଲତକୁ କହିଛନ୍ତି ଯେ ତାଙ୍କ ସାଥୀ ତାଙ୍କ ସହ ବିବାହ କରିବାକୁ ମନାକରିଛନ୍ତି, ଯାହା ସହ ସେ ଶାରୀରିକ ସମ୍ବନ୍ଧ ରଖିଥିଲେ । ଯାଚିକାକର୍ତ୍ତା କହିଛନ୍ତି ଯେ ବିବାହ ବିନା ଜନ୍ମ ଦେଲେ ତାଙ୍କୁ ମାନସିକ ସ୍ତରରେ କଷ୍ଟର ସାମ୍ନା କରିବାକୁ ପଡ଼ିବ । ସେ କହିଛନ୍ତି ଯେ ଏହା ସହ ସାମାଜିକ କଳଙ୍କ ମଧ୍ୟ ଲାଗିବ, ସେ ମା’ ହେବା ପାଇଁ ମାନସିକ ସ୍ତରରେ ପ୍ରସ୍ତୁତ ନାହାଁନ୍ତି ।

ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ସତୀଶ ଚନ୍ଦ୍ର୍ର ଶର୍ମା ଏବଂ ଜଷ୍ଟିସ ସୁବ୍ରମଣ୍ୟମ ପ୍ରସାଦଙ୍କ ବେଞ୍ଚ୍ ଯାଚିକା ଉପରେ ବିଚାର କରି କହିଛନ୍ତି ଯେ ଅଦାଲତ ସମ୍ବିଧାନର ଅନୁଚ୍ଛେଦ ୨୨୫ ଅନୂଯାୟୀ ନିଜ ଶକ୍ତିର ପ୍ରୟୋଗ କରିବା ସହ ଆଇନର ସୀମା ଉଲ୍ଳଘଂନ କରିପାରିବେ ନାହିଁ । ହାଇକୋର୍ଟ ୧୫ ଜୁଲାଇରେ ନିଜ ଆଦେଶରେ କହିଛନ୍ତି ଯେ ଯାଚିକାକର୍ତ୍ତାଙ୍କ ସହମତିରେ ସମ୍ବନ୍ଧରେ ଉତ୍ପନ୍ନ ହୋଇଛି ଏବଂ ତାହା ଡାକ୍ତରୀ ଗର୍ଭପାତ ଅଧିନିୟମ ୨୦୦୩ ରେ ଆସୁନାହିଁ ।

Get real time updates directly on you device, subscribe now.