fbpx

ନାଗାବଳୀ ନଦୀ ମଝିରେ ଫସିଗଲେ ୨ ପର୍ଯ୍ୟଟକ, ଉଦ୍ଧାର ପାଇଁ ଜୋରଦାର ପ୍ରୟାସ

ରାୟଗଡ଼ା:  ବୁଲିବା ପାଇଁ ଆସିଥିବାବେଳେ ନାଗାବଳୀ ନଦୀ ମଝିରେ ଫସିଗଲେ ଦୁଇ ପର୍ଯ୍ୟଟକ । ନଦୀରେ ପ୍ରବାହିତ ପ୍ରଖର ପାଣି ମଧ୍ୟରେ ଫସି ରହିଛନ୍ତି ଏହି ଦୁଇ ପର୍ଯ୍ୟଟକ ।

ମିଳିଥିବା ସୂଚନା ଅନୂଯାୟୀ, କାଶୀପୁର ବ୍ଲକ ପୋଡ଼ାପାଡ଼ି ଦୁଇ ପର୍ଯ୍ୟଟକ ହଠାତ୍ ନଦୀରେ ଅଧିକ ମାତ୍ରାରେ ପାଣି ଆସିବାରୁ ଏହି ପର୍ଯ୍ୟଟକ ମାନେ ନଦୀ ପାର ହେବାକୁ ଚାହିଥିଲେ କିନ୍ତୁ ପାଣିର ଗତି ଅଧିକ ଥିବା କାରଣରୁ ସେମାନେ ପାଣିରୁ ବାହାରି ପାରିନଥିଲେ ଏବଂ ନିକଟରେ ଥିବା ଏକ ଟାପୁ ଉପରେ ଆଶ୍ରୟ ନେଇଛନ୍ତି ।

ସେପଟେ ଖବର ପାଇ ସଙ୍ଗେ ସଙ୍ଗେ ଅଗ୍ନିଶମ ବାହିନୀ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ସେମାନଙ୍କୁ ଉଦ୍ଧାର ପାଇଁ ଯଥା ସମ୍ଭବ ଚେଷ୍ଟା କରାଯାଉଛି ।

Get real time updates directly on you device, subscribe now.