fbpx

ଭାରତରେ ୧୨ ଟଙ୍କାରେ ମିଳିବ ତେଲ! କେବଳ ଏହି ପଦକ୍ଷେପ ନିଅନ୍ତୁ ସରକାର…

ନୂଆଦିଲ୍ଲୀ: ପେଟ୍ରୋଲିୟମ ଆବଶ୍ୟକତା ପାଇଁ ଆମଦାନୀ ଉପରେ ନିର୍ଭର କରୁଥିବାରୁ ଭାରତକୁ ବିଭିନ୍ନ କ୍ଷେତ୍ରରେ କ୍ଷତି ସହିବାକୁ ପଡୁଛି । ପ୍ରଥମ ଥର ପାଇଁ ଡଲାର ତୁଳନାରେ ୮୦ ଅତିକ୍ରମ କରିଛି ଏକ ଟଙ୍କା । ଏହାର ମଧ୍ୟ ମୁଖ୍ୟ କାରଣ କ୍ରୁଡ ଅଏଲ ବୋଲି କୁହାଯାଉଛି । ତେବେ ଏହି ସମୟରେ ବେଦାନ୍ତ ଲିମିଟେଡର ଚେୟାରମ୍ୟାନ ଅନିଲ ଅଗ୍ରୱାଲ ଏଥିପାଇଁ ଏକ ସମାଧାନର ରାସ୍ତା ବାହାର କରିଛନ୍ତି । ଯଦି ସରକାର ଏହାକୁ ଗ୍ରହଣ କରି ନିଅନ୍ତି, ତେବେ ଅଶୋଧିତ ତୈଳ ଆମଦାନୀ ଉପରେ ପ୍ରାୟ ୭୫ ପ୍ରତିଶତ ପର୍ଯ୍ୟନ୍ତ ସଞ୍ଚୟ କରାଯାଇ ପାରିବ ବୋଲି ଆଶା କରାଯାଉଛି ।

ଏ ନେଇ ଏକ ବୟାନ ଜାରି କରି ସୂଚନା ଦେଇଛନ୍ତି ଅନିଲ ଅଗ୍ରୱାଲ । ଦେଶର ବେସରକାରୀ କମ୍ପାନୀ ଗୁଡିକୁ ଅନୁସନ୍ଧାନ ଏବଂ ଉତ୍ପାଦନ କ୍ଷେତ୍ରରେ ଅଧିକ ଭାଗିଦାରୀ ପାଇଁ ମଞ୍ଜୁର କରିବାକୁ ସେ ପରାମର୍ଶ ଦେଇଛନ୍ତି । ଯାହା ଦ୍ୱାରା ଭାରତ ନିଜେ ତୈଳ ଉତ୍ପାଦନ କରିପାରିବ । ଏହା ଆମଦାନୀ ହେଉଥିବା ଅଶୋଦିତ ତୈଳର ପ୍ରାୟ ତିନି ଚତୁର୍ଥାଂଶ ଶସ୍ତା ହେବ ବୋଲି ଆକଳନ କରାଯାଇଛି । ଦେଶରେ ପ୍ରାକୃତିକ ସମ୍ପଦର ଅଧିକାଂଶ ବ୍ୟବହାର ପାଇଁ ଲଢି ଆସୁଛନ୍ତି ଅନିଲ ।

ଟଙ୍କାର ମୂଲ୍ୟ ହ୍ରାସ ପାଇବାରେ ରେକର୍ଡ କରିଥିବା ସମୟରେ ଅନିଲ ଅଗ୍ରୱାଲ ଏମିତି ଏକ ପରାମର୍ଶ ଦେଇଛନ୍ତି । ତେବେ ଅଶୋଧିତ ତୈଳ ଏବଂ କୋଇଲା ସମେତ ଅନ୍ୟ କେତେକ ଜିନିଷର ଆମଦାନୀରେ ବୃଦ୍ଧି ଏହାର ମୁଖ୍ୟ କାରଣ ପାଲଟିଛି । ଏବେ ଭାରତ ଆମଦାନୀ କରୁଥିବା ତେଲର ଦାମ ବ୍ୟାରେଲ ପିଛା ପ୍ରାୟ ୧୦୦ଟଙ୍କା ରହିଛି । ସେହିପରି ବାହାର ଦେଶରୁ ତେଲ କିଣିବା ପାଇଁ ଲିଟର ପିଛା ପ୍ରାୟ ୫୦ ଟଙ୍କା ଖର୍ଚ୍ଚ କରୁଛି ଭାରତ । ତେବେ ଯଦି ଅନିଲଙ୍କ ପ୍ରସ୍ତାବକୁ ଅନୁମତି ମିଳିଯାଏ, ଘରୋଇ ସ୍ତରରେ ଉତ୍ପାଦନ ହେଉଥିବା ଅଶୋଧିତ ତୈଳ ଏକ-ଚତୁର୍ଥାଂଶ ଦରରେ ମିଳିପାରିବ । ଏହାଦ୍ୱାରା ଘରୋଇ ଅଶୋଧିତ ତୈଳ ତୁଳନାରେ ଭାରତ ବ୍ୟାରେଲ ପିଛା ୨୫ଡଲାର ଖର୍ଚ୍ଚ ହେବ । ତେବେ ଲିଟର ପିଛା ୧୨ ଟଙ୍କା ହୋଇପାରେ । ସାଧାରଣ ଜନତାଙ୍କ ପାଇଁ ପେଟ୍ରୋଲ ଏବଂ ଡିଜେଲ ରେଟ ମଧ୍ୟ ହ୍ରାସ ପାଇପାରେ ।

Get real time updates directly on you device, subscribe now.