ଧନ୍ୟ ତୁମେ ଦୁଷ୍ଟ ପାକିସ୍ତାନବାସୀ: ଅନ୍ଧାରରେ ଏକୁଟିଆ ଯାଉଥିବା ମହିଳାଙ୍କୁ ଏମିତି ଦେଉଛ ମାଆର ସମ୍ମାନ, ଦେଖନ୍ତୁ Video

ନୂଆଦିଲ୍ଲୀ: ଆଜି ବି ମହିଳାମାନେ ସମ୍ପୂର୍ଣ୍ଣ ସୁରକ୍ଷିତ ନୁହନ୍ତି । ବିଶେଷ କରି ରାତ୍ରିର ଅନ୍ଧକାରରେ ମହିଳାମାନେ ଏକୁଟିଆ ଯିବା କେତେ ବିପଜ୍ଜନକ ତାହା ଜଣେ ଭୁକ୍ତଭୋଗୀ ହିଁ କହିପାରିବ । ତେବେ ଏପରି ଏକ ଲଜ୍ଜାନକ ଘଟଣା ପାକିସ୍ତାନରେ ଦେଖିବାକୁ ମିଳିଛି । ଏକୁଟିଆ ଯାଉଥିବା ଜଣେ ମହିଳାଙ୍କୁ ସାମ୍ନାରେ ପାଇ ଜଣେ ଯୁବକ ମନରେ ଦୁଷ୍ଟ ବୁଦ୍ଧି ପଶିଥିଲା । ଉକ୍ତ ଯୁବକଙ୍କର କାରନାମା ସିସିଟିଭି କ୍ୟାମେରାରେ କଏଦ ହୋଇଯାଇଛି ।

ଭିଡିଓରେ ଦେଖାଯାଉଛି, ଜଣେ ମୁସଲିମ୍ ମହିଳା ବୁର୍ଖା ପିନ୍ଧି ଅନ୍ଧାର ରାତିରେ ଏକୁଟିଆ ଯାଉଥିଲେ । ଏହି ସମୟରେ ନିଚ ପ୍ରକୃତିର ଜଣେ ଯୁବକ ମହିଳାଙ୍କ ପଛପଟୁ ଆସି ହଠାତ୍ ଜାବୁଡ଼ି ଧରି ପକାଇଥିଲା । ଏହାପରେ ମହିଳା ଜଣଙ୍କ ପ୍ରତିରୋଧ କରିବାରୁ ସଙ୍ଗେସଙ୍ଗେ ଉକ୍ତ କାମନାଧାରୀ ଯୁବକଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ତେବେ ବର୍ତ୍ତମାନ ସୁଦ୍ଧା ଉକ୍ତ ଯୁବକଙ୍କୁ ଠାବ କରିବା ସମ୍ଭବ ହୋଇ ପାରିନାହିଁ ।

ଦିନକୁ ଦିନ ପାକିସ୍ତାନରେ ମହିଳାଙ୍କୁ ଛେଡ଼ଖାନୀ କରାଯିବା ମାମଲା ବଢ଼ିବାରେ ଲାଗିଛି । ଘଟଣାଟି ଇସଲାମାବାଦର ୧-୧୦ ସେକ୍ଟରରେ ଘଟିଛି । ଜଣେ ବରିଷ୍ଠ ପତ୍ରକାର ଏହି ଭିଡିଓଟିକୁ ଟ୍ୱିଟରରେ ଶେୟାର କରିଥିଲେ । ଆମର ଝିଅ ଓ ଭଉଣୀଙ୍କ ସୁରକ୍ଷା ପାଇଁ ଆମେ ଏହି ଦୁଷ୍ଟ ଯୁବକଙ୍କୁ ଖୋଜିବାକୁ ପଡ଼ିବ । ନଚେତ୍ ଆଗାମୀ ଦିନରେ ଆମ ଘର ସାମ୍ନାରେ ଏହିପରି ଘଟଣା ସବୁ ଘଟିବ ବୋଲି ସାମ୍ବାଦିକ ଜଣଙ୍କ ଉଲ୍ଲେଖ କରିଛନ୍ତି । ଏହି ମାମଲାର ତଦନ୍ତ ଜାରି ରହିଥିବା ପୋଲିସ ପକ୍ଷରୁ କୁହାଯାଇଛି ।