fbpx

ନୂପୁର ଶର୍ମାଙ୍କ ବିବାଦୀୟ ଭିଡିଓ ଦେଖୁଥିବାରୁ ଯୁବକଙ୍କୁ ଛୁରି ଭୁସିଦେଲେ!

ଥମୁନାହିଁ ନୂପୁର ଶର୍ମା ବିବାଦ । ଅଭିଯୋଗ ହୋଇଛି ନୂପୁର ଶର୍ମାଙ୍କ ବିବାଦୀୟ ବୟାନ ଭିଡିଓ ଦେଖିଥିବାରୁ ଜଣେ ଯୁବକଙ୍କୁ ଛୁରୀ ଭୁଷିଛନ୍ତି ଦୁର୍ବୁତ୍ତ । ବିହାରର ଅଙ୍କିତ କୁମାର ଓଝା ନାମକ ଜଣେ ଯୁବକଙ୍କୁ ଛୁରୀ ଭୁଷି ହତ୍ୟା ଉଦ୍ୟମ କରାଯାଇଛି । କିଛି ଲୋକ ଏକାସଙ୍ଗରେ ମିଶି ତାଙ୍କ ଉପରକୁ ଆକ୍ରମଣ କରିଥିଲେ । କୁହାଯାଉଛି ଯେ ସେ ପୂର୍ବତନ ବିଜେପି ମୁଖପାତ୍ର ନୂପୁର ଶର୍ମାଙ୍କୁ ବିବାଦୀୟ ବକ୍ତବ୍ୟ ଭିଡିଓ ଦେଖୁଥିଲେ ।

ମିଡିଆ ରିପୋର୍ଟ ଅନୂଯାୟୀ, ୧୫ ଜୁଲାଇ ସନ୍ଧ୍ୟାରେ ଘଟିଛି ଏହି ଘଟଣା । ଅଙ୍କିତ ବଜାରକୁ ଯାଇଥିବା ବେଳେ ଗୋଟିଏ ସ୍ଥାନରେ ଛିଡ଼ା ହୋଇ ଭିଡିଓ ଦେଖୁଥିବାବେଳେ ତାଙ୍କ ପାଖରେ ଥିବା କିଛି ଯୁବକ ତାଙ୍କ ଉପରକୁ ଧାରୁଆ ଛୁରୀରେ ଆକ୍ରମଣ କରିଥିଲେ ।

ବର୍ତ୍ତମାନ ଅଙ୍କିତ ଝାଙ୍କୁ ଦରଭଙ୍ଗା ନର୍ସିଂ ହୋମ୍ ରେ ଚିକିତ୍ସିତ ହେଉଛନ୍ତି, ତାଙ୍କର ପିଠିରେ ଗଭୀର ଆଘାତ ଲାଗିଛି । ସେ ଅଭିଯୋଗ କରିଛନ୍ତ ଯେ ସେ ଯେତେବେଳେ ହ୍ୱାଟ୍ସଆପ୍ ରେ ନୂପୁର ଶର୍ମାଙ୍କ ଭିଡିଓ ଦେଖିଥିଲେ ତାଙ୍କୁ କେହି ଛୁରୀରେ ଆକ୍ରମଣ କରିଥିଲା । ପରଦିନ ଆହତ ହୋଇଥିବା ବ୍ୟକ୍ତି ଜଣକ ଚାରିଜଣଙ୍କ ନାମରେ ଏତଲା ଦେଇଥିଲେ ଏବଂ ସେମାନଙ୍କ ମଧ୍ୟରୁ ଦୁଇ ଜଣକୁ ଗିରଫ କରି ଜେଲ୍ ପଠାଇଦିଆଯାଇଛି ।

ସେପଟେ ପୋଲିସ ଏହ ଘଟଣାକୁ ନୂପୁର ଶର୍ମା ଲିଙ୍କ୍ ନଥିବା କହିବା ସହ କହିଛି ଯେ ପାନ ଦୋକାନରେ ସିଗାରେଟ୍ ପିଇବାକୁ ନେଇ ଝଗଡ଼ା ହୋଇଥିଲା । ପୋଲିସ ଏହି ଘଟଣାକୁ ପୂର୍ବ କୌଣସି ଶତ୍ରୁତାକୁ ନେଇ ହତ୍ୟା ଉଦ୍ୟମ ହୋଇଥିବା ନେଇ କହିଛି । ପୋଲିସ ଏହି ଘଟଣାର ତଦନ୍ତ ଜାରିରଖିଛି ।

ସୂଚନାଯୋଗ୍ୟ, ଦଳରୁ ନିଷ୍କାସିତ ବିଜେପିର ପୂର୍ବତନ ମୁଖପାତ୍ର ନୂପୁର ଶର୍ମାଙ୍କ ପ୍ରଫେଟ ମହମ୍ମଦଙ୍କୁ ନେଇ ବିବାଦୀୟ ବୟାନକୁ ନେଇ ଦେଶରେ ଅସନ୍ତୋଷର ଅଗ୍ନି ଜଳିଥିଲା ।

ସେପଟେ ମଙ୍ଗଳବାର ନୂପୁରଙ୍କୁ ଗିରଫ ନକରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ନୂପୁରଙ୍କୁ ଅଗଷ୍ଟ ୧୦ ତାରିଖ ପର୍ଯ୍ୟନ୍ତ ଗିରଫ ନକରିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ନୋଟିସ ଜାରି କରିଛନ୍ତି କାର୍ଟ । ମାମଲାର ଶୁଣାଣି ଅଗଷ୍ଟ ୧୦ ରେ ହେବ ।

Get real time updates directly on you device, subscribe now.