fbpx

ବାଣ୍ଟି ଦେଲେ ୬୦୦ କୋଟି ଟଙ୍କାର ସମ୍ପତ୍ତି: ନିଜ ପାଖରେ ରଖିଛନ୍ତି ମାତ୍ର ଗୋଟିଏ ଘର, ଜାଣନ୍ତୁ କିଏ?

ନୂଆଦିଲ୍ଲୀ: ଆଜିକା ପିଢୀରେ ଟଙ୍କା ଏବଂ ସମ୍ପତ୍ତି ଉପରେ ସମସ୍ତଙ୍କର ଟିକିଏ ଲୋଭ ରହିଛି । ଅନେକ ଜାଗାରେ କିଛି ଟଙ୍କା ଆଉ ଅଳ୍ପ କିଛି ସମ୍ପତ୍ତି ପାଇଁ ଭାଇ ଭାଇ ଏବଂ ବନ୍ଧୁ ପରିଜନ ଅଲଗା ହେବା ତ ସାଧାରଣ କଥା ହଣାକଟା ଘଟଣା ମଧ୍ୟ କିଛି କମ ନାହିଁ । ତେବେ ଏହି ସମୟରେ ଜଣେ ମହାନ ହୃଦୟ ବ୍ୟକ୍ତି ନିଜର ସମସ୍ତ ସମ୍ପତ୍ତି ଗରିବଙ୍କ ଦାନ କରି ଦେଇଛନ୍ତି । ନିଜ ପାଖରେ କେବଳ ଗୋଟିଏ ଘର ଛଡା ୬୦୦ କୋଟି ଟଙ୍କାର ସମ୍ପତ୍ତିକୁ ଅସହାୟ ଏବଂ ଗରିବ ଲୋକଙ୍କ ନାଁରେ ଲେଖି ଦେଇଛନ୍ତି । ଏହି ବ୍ୟକ୍ତି ଜଣକ ହେଉଛନ୍ତି ସମାଜସେବୀ ତଥା ଉଦ୍ୟୋଗପତି ଡ. ଅରବିନ୍ଦ କୁମାର ଗୋୟଲ ।

UP Ke Anmol Ratna Story Of Doctor Arvind Goyal Helping Needy People | UP Ke  Anmol Ratna: कहानी उस शख्स की, जिन्होंने परोपकार के नाम कर दी अपनी जिंदगी

ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଏବଂ ରାଜସ୍ଥାନ ସମେତ ବିଭିନ୍ନ ରାଜ୍ୟରେ ଶତାଧିକ ଶିକ୍ଷଣୀୟ ସଂସ୍ଥା, ବୃଦ୍ଧାଶ୍ରମ ଏବଂ ହସ୍ପିଯାଳରେ ଟ୍ରଷ୍ଟି ଭାବରେ ରହିଛନ୍ତି ଗୋୟଲ । କରୋନା ଯୋଗୁଁ ଲକଡାଉନ ସମୟରେ ସେ ୫୦ଟି ଗ୍ରାମକୁ ପୋଷ୍ୟ ଭାବେ ଗ୍ରହଣ କରି ସେମାନଙ୍କ ପାଇଁ ଖାଦ୍ୟ-ପାନୀୟ ଏବଂ ଔଷଧର ବ୍ୟବସ୍ଥା କରିଥିଲେ । ଗୋୟଲଙ୍କ ପିତା ଶ୍ରୀ ପ୍ରମୋଦ କୁମାର ଗୋୟଲ ଏବଂ ମାତା ଶକୁନ୍ତଳା ଦେବୀ ସ୍ୱତନ୍ତ୍ରତା ସଂଗ୍ରାମୀ ଥିଲେ । ତାଙ୍କୁ ୪ ଥର ରାଷ୍ଟ୍ରପତି ମଧ୍ୟ ସମ୍ମାନିତ କରି ସାରିଛନ୍ତି ।

ତେବେ ଏହି ମହାନ ବ୍ୟକ୍ତି ଗତ ସୋମବାର ଦିନ ନିଜର ସମସ୍ତ ସମ୍ପତ୍ତି ଦାନ କରିବା ପାଇଁ ଘୋଷଣା କରିଛନ୍ତି । ତାଙ୍କର ଏହି ନିଷ୍ପତ୍ତିରେ ପରିବାରର ସମସ୍ତଙ୍କ ସମର୍ଥନ ଥିବା ମଧ୍ୟ ଜଣାଯାଇଛି । ତେବେ ତାଙ୍କର ଏହି ନିଷ୍ପତ୍ତି ଏବେକାର ନୁହେଁ ବୋଲି କହିଛନ୍ତି ଡକ୍ଟର ଗୋୟଲ । ଗତ ୨୫ ବର୍ଷ ତଳେ ସେ ନିଜର ସମସ୍ତ ସମ୍ପତ୍ତି ଦାନ କରିବା ପାଇଁ ସ୍ତିର କରିଥିବା ପ୍ରକାଶ କରିଛନ୍ତି ।

Renowned Social Worker Arvind Goyal Facilitates Stalwarts of Automobile  Industry - Barhi Live

ଏହା ସହିତ ସେ ଏହା ପଛର କାହାଣୀ ମଧ୍ୟ ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି, ଡିସେମ୍ବର ମାସ ଥିଲା । ମୁୁଁ ଟ୍ରେନରେ ଯାତ୍ରା କରୁଥିଲି । ଏହି ସମୟରେ ସାମନାରେ ଜଣେ ଗରିବ ଲୋକ ଥଣ୍ଡାରେ ଥରୁଥିବା ଦେଖିବାକୁ ପାଇଥିଲି । ଶୀତ ରୋକିବା ପାଇଁ ତାଙ୍କ ପାଖରେ ଚାଦର କିମ୍ବା ପାଦରେ ଚପଲ ମଧ୍ୟ ନଥିଲା । ତାଙ୍କୁ ଦେଖି ନିଜକୁ ସମ୍ଭାଳି ପାରି ନଥିଲି । ନିଜ ଜୋତା ଖୋଲି ତାଙ୍କୁ ଦେଇ ଦେଇଥିଲି । କିନ୍ତୁ ପ୍ରବଳ ଥଣ୍ଡା ଯୋଗୁଁ ମୁଁ ମଧ୍ୟ ଥରହର ହେଉଥାଏ ।’

ତେବେ ଏହି ସମୟରେ ଗୋୟଲଙ୍କୁ ଗୋଟିଏ କଥା ବ୍ୟଥିତ କରି ଦେଇଥିଲା । ଏହି ବ୍ୟକ୍ତିଙ୍କ ପରି ଆହୁରି କେତେ ଜଣ ମଧ୍ୟ ଏହିଭଳି ଥଣ୍ଡାରେ ଥରୁଥିବେ । ବାସ୍ ଏହି ଘଟଣାରୁ ଡକ୍ଟର ଗୋୟଲ ମନସ୍ଥ କରି ନେଇଥିଲେ, ନିଜର ସବୁ ସମ୍ପତ୍ତି ଗରିବଙ୍କ ପାଇଁ ଉତ୍ସର୍ଗ କରି ଦେବେ । ସେହି ଦିନରୁ ଗରିବ ଏବଂ ବେସାହାରା ଲୋକମାନଙ୍କୁ ସାହାଯ୍ୟ କରି ଆସୁଛନ୍ତି ଡକ୍ଟର ଗୋୟଲ । ଆଉ ଏବେ ଶେଷରେ ମୁରଦାବାଦ ସ୍ଥିତ ଗୋଟିଏ ଘର ବ୍ୟତୀତ ଅନ୍ୟ ସମସ୍ତ ସମ୍ପତ୍ତି ସେ ଗରିବ ଏବଂ ଅସହାୟ ଲୋକଙ୍କ ପାଇଁ ଦାନ କରି ଦେଇଛନ୍ତି ।

Moradabad Dr Arvind Goyal | social worker arvind goyal | dr. Arvind goyal |  dr. Arvind goyal video | dr. Arvind goyal video in internet | Moradabad  latest news | up latest

ତାଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ପ୍ରାୟ ୬୦୦ କୋଟି ଟଙ୍କା ହେବ ବୋଲି ଅନୁମାନ କରାଯାଇଛି । ଏହିସବୁ ସମ୍ପତ୍ତି ଏବଂ ଟଙ୍କା କେବଳ ଗରିବ ଏବଂ ବେସାହାରା ଲୋକଙ୍କ ସେବାରେ ବ୍ୟବହାର କରାଯିବ ବୋଲି କହିଛନ୍ତି ଡକ୍ଟର ଅରବିନ୍ଦ ଗୋୟଲ ।

Get real time updates directly on you device, subscribe now.