fbpx

ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବା ମାତ୍ରେ ରାମନାଥ କୋବିନ୍ଦଙ୍କୁ ଟାର୍ଗେଟ କରି ବିଷ ଓଗାଳିଲେ ମେହବୁବା ମୁଫତି

ନୂଆଦିଲ୍ଲୀ: ଦ୍ରୌପଦୀ ମୁର୍ମୁ ଆଜି ଭାରତର ୧୫ ତମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଛନ୍ତି। ଏଥି ସହିତ ରାମନାଥ କୋବିନ୍ଦ ଦେଶର ପୂର୍ବତନ ରାଷ୍ଟ୍ରପତି ହେବ ସହ ସମସ୍ତ ସାମ୍ବିଧାନିକ ପଦବିରୁ ସେ ମୁକ୍ତ ହୋଇଛନ୍ତି। ଏହି ସୁଯୋଗ ନେଇ ଜାମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ରାମନାଥ କୋବିନ୍ଦଙ୍କୁ ଟାର୍ଗେଟ କରି ବିଷ ଓଗାଳିଛନ୍ତି। କୋବିନ୍ଦଙ୍କୁ ଟାର୍ଗେଟ କରି ମେହବୁବା କହିଛନ୍ତି, ବିଦାୟୀ ରାଷ୍ଟ୍ରପତି (ରାମ ନାଥ କୋବିନ୍ଦ) ଏକ ଇତିହାସ ଛାଡି ଯାଇଛନ୍ତି ଯେଉଁଠାରେ ଭାରତୀୟ ସମ୍ବିଧାନ ଅନେକ ଥର ଚୂର୍ଣ୍ଣ ହୋଇଛି।

ମେହବୁବା ମୁଫତି ଟ୍ୱିଟ୍ କରି କହିଛନ୍ତି ଯେ ଏହା ଧାରା ୩୭୦, ନାଗରିକତା ଅଧିନିୟମ (ସିଏଏ) ହେଉ କିମ୍ବା ସଂଖ୍ୟାଲଘୁ କିମ୍ବା ଦଳିତଙ୍କୁ ଟାର୍ଗେଟ କରାଯିବା ଘଟଣା। ସେ ଭାରତୀୟ ସମ୍ବିଧାନ ନାମରେ ବିଜେପିର ରାଜନୈତିକ ଏଜେଣ୍ଡା ପୂରଣ କରିଛନ୍ତି।

ଏହାପୂର୍ବରୁ ମେହବୁବା ମୁଫତି ମଧ୍ୟ ‘ହର ଘର ତିରଙ୍ଗା ଅଭିଯାନ୍’ ସମ୍ପର୍କରେ ମୋଦୀ ସରକାରଙ୍କୁ ଟାର୍ଗେଟ କରିଥିଲେ। ମୁଫତି ଟ୍ୱିଟ୍ କରି କହିଛନ୍ତି ଯେ ‘ଜାମ୍ମୁ କାଶ୍ମୀରରେ ପ୍ରଶାସନ ଯେପରି ଛାତ୍ର, ଦୋକାନୀ ଏବଂ କର୍ମଚାରୀଙ୍କୁ ଜାତୀୟ ପତାକା ଉତ୍ତୋଳନ ପାଇଁ ଅର୍ଥ ଦେବାକୁ ବାଧ୍ୟ କରୁଛି, ଏଥିରୁ ଜଣାପଡୁଛି କାଶ୍ମୀର ହେଉଛି ଏକ ଶତ୍ରୁ ଅଞ୍ଚଳ ଯାହାକୁ ଧରିବା ଆବଶ୍ୟକ।’
ନିକଟରେ ପ୍ରଧାନମନ୍ତ୍ରୀ ମୋଦୀ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ଯେ ‘ସ୍ୱାଧିନତାର ଅମୃତ ଉତ୍ସବର ପାଳନର ଅଂଶ ଭାବରେ ସମସ୍ତେ ଅଗଷ୍ଟ ୧୩-୧୫ ରୁ ନିଜ ଘରେ ତ୍ରିରଙ୍ଗା ଉଡ଼ାଇବା ଉଚିତ୍।’ ଏହି ଅଭିଯାନର ନାମ ‘ହର ଘର ତିରଙ୍ଗା’ ରଖାଯାଇଛି । ଭାରତ ସରକାର କହିଛନ୍ତି ଯେ ଏହି ଅବସରରେ ୨୦ କୋଟି ଲୋକ ନିଜ ଘରେ ତ୍ରିରଙ୍ଗା ଉଡ଼ାଇବେ।

ମେହବୁବା ମୁଫତି ଏହାକୁ ବିରୋଧ କରି କହିଛନ୍ତି, ‘ଆମେ ୧୫ ଅଗଷ୍ଟ ପାଳନ କରୁ, ୨୬ ଜାନୁଆରୀ ପାଳନ କରୁ କାରଣ ଆମେ ସ୍ୱାଧୀନ ହୋଇଗଲୁ, ଗୋଟିଏ ଦେଶ ହୋଇଗଲୁ । ମୁଫତି କହିଛନ୍ତି, ଜାମ୍ମୁ କାଶ୍ମୀର ଏକ ମୁସଲମାନ ବହୁଳ ରାଜ୍ୟ ହୋଇ ମଧ୍ୟ ଆମେ ପାକିସ୍ତାନ ସହିତ ଯାଇ ନାହୁଁ। ଧର୍ମନିରପେକ୍ଷତା ପାଇଁ ଆମେ ଭାରତର ପତାକା ଗ୍ରହଣ କରିଛୁ।’

 

Get real time updates directly on you device, subscribe now.