fbpx

ବଦଳିବ ଫେସବୁକ୍‌, ଭିନ୍ନ ରୂପରେ ଦେଖାଯିବ ନ୍ୟୁଜ ଫିଡ୍‌

ମୁମ୍ବାଇ: ଫେସବୁକ୍‌ ବ୍ୟବହାର ବିଶ୍ୱର ଅନେକ ଲୋକ କରନ୍ତି । କମ୍ପାନୀ ନିଜର ନ୍ୟୁଜ୍‌ ଫିଡ୍‌ରେ ବଡ ପରିବର୍ତ୍ତନ କରିବାକୁ ଯାଉଛି । କମ୍ପାନୀ ନିଜର ନୂଆ ଫିଚର ଘୋଷଣା କରିଛି । ଫେସବୁକ୍‌ ନୂଆ ଫିଚର ଆଇଓଏସ୍‌ ଓ ଆଣ୍ଡ୍ରଏଡ୍‌ ଦୁଇଟି ପ୍ଲାଟଫର୍ମରେ ଉପଲବ୍ଧ ହେବ । ଏବେ ଆପଣଙ୍କୁ ହୋମ୍‌ ଓ ଫିଡ୍ସ ନାମକ ଦୁଇଟି ଟ୍ୟାବ୍‌ ମିଳିବ । ଯେତେବେଳେ ଓପନ କରିବେ, ଆପଣଙ୍କୁ ହୋମ୍‌ ସ୍କ୍ରିନ୍‌ ନଜର ଆସିବ । ଏହି ଟ୍ୟାବ୍‌ରେ ୟୁଜରଙ୍କୁ ରିଲ୍ସ, ଷ୍ଟୋରିଜ୍‌ ଓ ଅନ୍ୟ ପର୍ସନଲାଇଜଡ୍‌ କଣ୍ଟେଣ୍ଟ ଦେଖିବାକୁ ମିଳିବ । ସେଭଳି ଅନ୍ୟ ଟ୍ୟାବ୍‌ ଫିଡସ୍‌ରେ ନାଁମଧ୍ୟ ରହିବ, ଯେଉଁଥିରେ ୟୁଜରଙ୍କୁ ଫ୍ରେଣ୍ଡସ୍‌ଙ୍କ ପୋଷ୍ଟ, ଗ୍ରୁପ, ଫେସବୁକ୍‌ ପେଜ୍‌ ଓ ଫେଭରିଟ୍‌ କଣ୍ଟେଣ୍ଟ ସମ୍ପର୍କରେ ସୂଚନା ମିଳିବ ।

ଏଥିରେ ୟୁଜରଙ୍କୁ କୌଣସି ସଜେସନ୍‌ ନେବାକୁ ପଡିବନି । ଦୁଇଟି ଟ୍ୟାବ୍‌ ଆଇଓଏସ୍‌ ଓ ଆଣ୍ଡ୍ରଏଡ୍‌ ଭର୍ସନ ପାଇଁ ହେବ । ୟୁଜର୍ସଙ୍କୁ ନୂଆ ସଟ୍‌କଟ୍‌ ଖୁବ୍‌ଶୀଘ୍ର ନଜର ଆସିବ । ଫେସବୁକ୍‌ ପ୍ୟାରେଣ୍ଟ କମ୍ପାନୀ ମେଟା ପ୍ରେସ୍‌ ରିଲିଜ୍‌ରେ କହିଛି, ଏଥର କଣ୍ଟେଣ୍ଟ ଚେଞ୍ଜ ହେଉଥିବ । ୟୁଜର୍ସ ଯେଉଁ ଟ୍ୟାବ୍‌ରେ ଅଧିକ ସମୟ ବିତାନ୍ତି, ତାହା ପ୍ରଥମେ ଦେଖାଯିବ । ତେବେ ଟ୍ୟାବ୍ସକୁ ପିନ୍‌ କରିବାର ଅପ୍ସନ ମଧ୍ୟ ୟୁଜର୍ସଙ୍କୁ ମିଳିବ, ଯାହାଫଳରେ ଟ୍ୟାବ୍ସର ପୋଜିସନ୍‌ ଚେଞ୍ଜ ହେବନି ।

କମ୍ପାନୀର କହିବା ଅନୁସାରେ, ନୂଆ ଅପଡେଟ୍‌ ଆଗାମୀ କିଛି ସପ୍ତାହରେ ଗ୍ଲୋବାଲ ରୋଲଆଉଟ ହୋଇଯିବ । ଏହି ଫିଚରକୁ ଯୋଡିବାର ଅର୍ଥ ମେଟା ନିଜର ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍‌ ଟିକ୍‌ଟକ୍‌ ଭଳି କରିବାକୁ ଚାହେଁ । ଟିକଟକ୍‌ ଆଲଗୋରିଦମ ୟୁଜର୍ସଙ୍କ କଣ୍ଟେଣ୍ଟ ଦେଖି ପାର୍ଟନ ଅନୁସାରେ, ତାଙ୍କୁ କଣ୍ଟେଣ୍ଟ ଦେଖାଇଥାଏ । ଫେସବୁକ୍‌ର ନୂଆ ସେଟିଂରେ ମଧ୍ୟ ଏହି ଅପ୍ସନ ମିଳିବ । ଏହି ସଟ୍‌କଟ୍‌ ଖୁବ୍‌ ଶୀଘ୍ର ୟୁଜର୍ସଙ୍କୁ ନଜର ଆସିବ ।

Get real time updates directly on you device, subscribe now.