fbpx

ଚୁଟକିରେ ଖାଲି ହେବ G-Mail ଷ୍ଟୋରେଜ: ଫାଲତୁ ଏବଂ ପୁରୁଣା E-Mail ଡିଲିଟ୍ କରିବାର ନୂଆ ଟ୍ରିକ

ଓଡିଶା ଭାସ୍କର: G-Mail ରେ ଆପଣଙ୍କୁ ପ୍ରତିଦିନ ଅନେକ ପ୍ରକାରର ମେସେଜ ଆସିଥାଏ । ଏଥଇ ମଧ୍ୟରୁ ଅନେକ ମେସେଜ ଏମିତି ଥାଏ, ଯାହା ଆପଣଙ୍କ ପାଇଁ କୌଣସି କାମରେ ଆସିନଥାଏ । ତେବେ ଅନେକ ଲୋକ ଏହାକୁ ଠିକ ସମୟରେ ଡିଲିଟ ନ କରିବାରୁ ଧିରେ ଧିରେ G-Mail ଷ୍ଟୋରେଜ ଫୁଲ ହୋଇଯାଏ । ତେବେ ଆପଣ ଏଥିରୁ ମୁକ୍ତି କିପରି ପାଇବେ? ଆସନ୍ତୁ ଜାଣିବା ପୁରୁଣା କିମ୍ବା ଅଦରକାରୀ E-Mail ଗୁଡିକୁ ଆପଣ କମ ସମୟ ମଧ୍ୟରେ କିପରି ଡିଲିଟ କରିବେ ।

ଆପଣଙ୍କ ଆକାଉଣ୍ଟକୁ ଆସିଥିବା ସମସ୍ତ E-Mail କୁ ଗୋଟ ଗୋଟି କରି ପଢିବା ସମୟ ନଷ୍ଟ ସହିତ ଆପଣଙ୍କୁ ବିରକ୍ତ ମଧ୍ୟ କରିପାରେ । ତେଣୁ ପ୍ରଥମେ ବଡ ଫାଇଲ୍ସ ଥିବା କିଛି E-Mail କୁ ଟାର୍ଗେଟ କରିବା ଉଚିତ । ଏଗୁଡିକୁ ଆପଣ ସାଇଜ, ଡେଟ କିମ୍ବା ଅନ୍ୟ ଆଧାରରେ ଆପଣ ଏହାକୁ ଖୋଜି ପାରିବେ । ଏଥିପାଇଁ ସର୍ଚ୍ଚ ବାର୍ ରେ ୩ଟି ପାରାମିଟର ପ୍ରବେଶ କରିବାକୁ ପଡିବ । E-Mail ସାଇଜ ଲିମିଟ, ବିଗନିଙ୍ଗ ଡେଟ ଏବଂ ଏଣ୍ଡ ଡେଟ । ଏହାପରେ ଅଦରକାରୀ ସମସ୍ତ E-Mail କୁ ସିଲେକ୍ଟ କରନ୍ତୁ ଏବଂ Delete ଅପ୍ସନରେ କ୍ଲିକ କରନ୍ତୁ । ଏହି ପ୍ରକ୍ରିୟା ଶେଷ ହେବା ପରେ ‘Trash’ ଅପ୍ସନକୁ ଯାଇ ‘Empty The Recycle Bin’ ଉପରେ କ୍ଲିକ କରନ୍ତୁ ।

ଯଦି ଆପଣ ଅଧିକ ଷ୍ଟୋରେଜ ପାଇଁ ନୂଆ ଗୁଗଲ ୱାନ ପ୍ଲାନ କରିବାକୁ ଚାହୁଁଛନ୍ତି । ତେବେ ଆପଣଙ୍କ ପାଇଁ ମଧ୍ୟ ୩ଟି ପ୍ଲାନ(ବେସିକ, ଷ୍ଟାଣ୍ଡାର୍ଡ ଏବଂ ପ୍ରିମିୟମ) ରହିଛି । ଭାରତରେ ଗୁଗଲ ୧୦୦GB ଷ୍ଟୋରେଜ ପାଇଁ ମାସିକ ୩୫ ଟଙ୍କା ରିହାତି ଦେଉଛି । ଷ୍ଟାଣ୍ଡାର୍ଡ ପ୍ଲାନର ଦାମ୍ ଆପଣଙ୍କୁ ମାସିକ ୫୨ ଟଙ୍କା ଏବଂ ୨୦୦GB ଷ୍ଟୋରେଜ ମିଳିଥାଏ । ତେବେ ପ୍ରିମିୟମ୍ ପ୍ଲାନରେ ମାସିକ ୧୬୨ ଟଙ୍କା ଏବଂ ୨TBର ଷ୍ଟୋରେଜ ପାଇପାରିବେ ଗ୍ରାହକ ।

Get real time updates directly on you device, subscribe now.