fbpx

(Video) ଅଙ୍ଗନୱାଡି ଦିଦିଙ୍କ ନିଆରା ଶୈଳୀ, ଗୀତ ନାଚରେ ପଢ଼ାଉଛନ୍ତି ପାଠ…

ଅନେକ ସମୟରେ ଦେଖାଯାଇଛି ଯେ ପିଲାଙ୍କୁ ଯଦି ସେମାନଙ୍କ ଅନ୍ଦାଜରେ କିଛି ଶିଖାଯାଉଛି ତା’ହେଲେ ସେମାନେ ଏହାକୁ ଖୁବ ଜଲଦୀ ଶିଖିଥାନ୍ତି । ଚାହେ ସେ ପାଠ ହେଉ କିମ୍ବା ଅନ୍ୟ କିଛି । ଆଉ ପିଲାଙ୍କୁ ଭିନ୍ନ ଢଙ୍ଗରେ ନୂଆ ନୂଆ କଥା ଶିଖାଇବା ତଥା ପାଠ ପଢ଼ାଇବା ଦିଗରେ ଶିକ୍ଷକଙ୍କ ଭୂମିକା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ରହିଛି । ଏହିଭଳି ଜରେ ନିଆରା ଢଙ୍ଗରେ ପାଠପଢ଼ାକୁ ନେଇ ଏବେ ଚର୍ଚ୍ଚା ହେଉଛି ।

କୁନି କୁନି ଛୁଆଙ୍କୁ ପାଠ ପଢାଉଥିବା ଏହି ଦିଦି ମାନେ ଗୀତ ଗାଇ ନାଚି ନାଚି ବେଶ ନିଆରା ଢଙ୍ଗରେ ପାଠ ପଢାଉଛନ୍ତି । ଏହା କୌଣସି ପ୍ଲେ ସ୍କୁଲର ଦୃଶ୍ୟ ନୁହେଁ ଏହା ହେଉଛି ଆମ ଅଙ୍ଗନୱାଡି ଦିଦିଙ୍କ ପାଠପଢା । ଯାହାକି କୌଣସି ପ୍ଲେ ସ୍କୁଲଠାରୁ କମ ବି ନୁହେଁ । ପିଲାଙ୍କୁ କିଭଳି ଭାବରେ ଉଚିତ୍ ଜ୍ଞାନ ଦେଇପାରିବେ ସେଥିପାଇଁ ନାଚ ଶୈଳୀରେ ପିଲାଙ୍କୁ ପାଠ ପଢ଼ାଉଛନ୍ତି ଏହି ଅଙ୍ଗନୱାଡି ଦିଦି ।

ଏ ଦୃଶ୍ୟ ହେଉଛି ଗଂଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗୀ ଗାଁର ଅଙ୍ଗନୱାଡି କେନ୍ଦ୍ରର । ଏହି କେନ୍ଦ୍ରର ଗୀତାଞ୍ଜଳି ଲେଙ୍କା ଏବଂ ରାଜଲକ୍ଷ୍ମୀ ସ୍ୱାଇଁଙ୍କ ପାଠପଢାକୁ ନେଇ ଏବେ ଜିଲ୍ଲାରେ ଖୁବ ଚର୍ଚ୍ଚା ହେଉଛି । ସମସ୍ତେ ଏହି ଦୁଇ ଦିଦିଙ୍କ ନିଆରା ଢଙ୍ଗର ପାଠପଢା ଷ୍ଟାଇଲକୁ ଖୁବ ପସନ୍ଦ କରୁଛନ୍ତି । ଆହୁରି ପୁଣି ଏହି  ଅଙ୍ଗନୱାଡି କେନ୍ଦ୍ରରେ କୁନି କୁନି ଛୁଆଙ୍କୁ ଅଙ୍ଗନବାଡି ଦିଦି ନାଚ ଗୀତ ମାଧ୍ୟମରେ ଦେଉଥିବା ଏହି ଗୁଣାତ୍ମକ ଶିକ୍ଷା ନୈତିକତା ପରିବେଶ ସୁରକ୍ଷା ଶିକ୍ଷା ଏବେ ଜୋରସୋରରେ ଭାଇରାଲ ହେବାରେ ଲାଗିଛି । ସେପଟେ ଏଭଳି ଦିଦି ଙ୍କ ନାଚ ଗୀତ ମାଧ୍ୟମରେ ଶିକ୍ଷା ଦାନକୁ ଅନେକ ପିଲାଙ୍କ ଅଭିବାବକ ମନ ବଳାଉଛନ୍ତି । ଅଙ୍ଗନବାଡି ଦିଦି ଙ୍କୁ ଚାରିଆଡୁ ପ୍ରଶଂସାର ସୁଅ ଛୁଟୁଛି…

Get real time updates directly on you device, subscribe now.