fbpx

ଆଜିଠୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ, ପର୍ଯ୍ୟଟକମାନଙ୍କୁ ସ୍ୱାଗତ ପାଇଁ ହୋଇଛି ସ୍ବତନ୍ତ୍ର ବ୍ୟବସ୍ଥା

ପଟ୍ଟାମୁଣ୍ଡାଇ/ରାଜନଗର (ଭାସ୍କର ନ୍ୟୁଜ୍‌) :  ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ । କୁମ୍ଭୀର ପ୍ରଜନନ ପାଇଁ ଦୀର୍ଘ ୩ ମାସ ହେବ ପର୍ଯ୍ୟଟକଙ୍କ ପାଇଁ ଏହା ବନ୍ଦ ରହିଥିଲା । ଭିତରକନିକାକୁ ପର୍ଯ୍ୟଟକମାନଙ୍କୁ ସ୍ୱାଗତ କରିବା ପାଇଁ ବନବିଭାଗ ପ୍ରସ୍ତୁତ ରହିବା ସହ ନୂତନ ଲୁଣା ନର୍ସରୀ, ସେଲ୍‌ଫି ପଏଣ୍ଟ, ବିଳାସପୂର୍ଣ୍ଣ ଏସି ରେଷ୍ଟୁରାଣ୍ଟ, ବୋଟ୍‌ ଲାଇବ୍ରେରୀ, ବ୍ୟାଟେରୀ ବୋଟ୍‌, କଟେଜ୍‌, ମ୍ୟୁଜିୟମ୍‌ ବୋଟ ଏବଂ ବ୍ୟାଟେରୀ ଚାଳିତ ଗାଡ଼ି ଆଦି ପ୍ରସ୍ତୁତ ରଖାଯାଇଛି । ପର୍ଯ୍ୟଟକମାନେ ଗୁପ୍ତି, ଖୋଳା ଓ ଚାନ୍ଦବାଲି ଦେଇ ଜଳପଥରେ ଭିତରକନିକାକୁ ଆସିପାରିବେ । ସ୍ଥଳପତଥରେ ଡାଙ୍ଗମାଳ ମୁଖ୍ୟ ଫାଟକ ଦେଇ ପର୍ଯ୍ୟଟକମାନେ ଭିତରକନିକାକୁ ପ୍ରବେଶ କରିପାରିବେ ବୋଲି ରାଜନଗର ବନଖଣ୍ଡ ଅଧିକାରୀ ଯଜ୍ଞଦତ୍ତ ପତି କହିଛନ୍ତି ।

Get real time updates directly on you device, subscribe now.