fbpx

ଆଜି ଶ୍ରୀମନ୍ଦିରରେ ମହାପ୍ରଭଙ୍କୁ ଖସାପଡ଼ା ନୀତି, ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ(ଭାସ୍କର ନ୍ୟୁଜ୍): ଆଜି ଶ୍ରୀମନ୍ଦିର ମହାପ୍ରଭଙ୍କୁ ଖସାପଡ଼ା ନୀତି ସମ୍ପନ୍ନ ହେବ। ଏହା ଶ୍ରୀଜିଉଙ୍କ ଗୁପ୍ତ ସେବା ହୋଇଥିବାରୁ ଏହି ସେବା ସମୟରେ ଠାକୁରଙ୍କ ଦର୍ଶନ ବାରଣ କରାଯାଇଛି । ଏଥିପାିର୍ ଅପରାହ୍ନରେ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।

ଖସାପଡ଼ା ନୀତି ମହାପ୍ରଭଙ୍କୁ ଗପ୍ତ ସେବା। ଏହି ସମୟରେ ଠାକୁରଙ୍କ ଦର୍ଶନକୁ ବାରଣ କରାଯାଇଥାଏ। ଖସାପଡ଼ା ନୀତି ଦ୍ୱାରା ଦାରୁ ବିଗ୍ରହଙ୍କ ଶ୍ରୀଅଙ୍ଗ ସୁରକ୍ଷା ହୋଇଥାଏ । ଦଇତାପତିମାନେ ସେବକମାନେ ଶ୍ରୀବିଗ୍ରହଙ୍କ ଏହି ସେବା ସମ୍ପନ୍ନ କରିବେ । ଦ୍ୱିପହରଧୂପ ପରେ ଠାକୁରଙ୍କ ଏହି ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଇଥାଏ । ରଥଯାତ୍ରା ଅବସରରେ ଠାକୁରଙ୍କ ଶ୍ରୀଅଙ୍ଗକୁ ବାଧା ପହଞ୍ଚିଥାଏ । ଏଣୁ ଖସାପଡ଼ା ନୀତିରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷିତ ହୁଏ ।

Get real time updates directly on you device, subscribe now.