fbpx

ଦେଓମାଳି ପର୍ବତକୁନେଇ କ’ଣ କହିଲେ ତାରା….

ଭୁବନେଶ୍ୱର:ଦେଓମାଳି ପର୍ବତକୁ ନେଇ ଜୋର ଧରିଛି ରାଜନୀତି । ବିଧାନସଭା ଗୃହରେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ ପାତ୍ର ବିଧାନସଭାରେ ଯେଉଁ ମନ୍ତବ୍ୟ ଦେଲେ ତାହାକୁ ନେଇ ଗୃହରେ ଉତ୍ତେଜନା ଦେଖାଦେଇଥିଲା । ଏହା ପରେ ମନ୍ତ୍ରୀ ଗଣମାଧ୍ୟମ ଆଗରେ ପ୍ରକାଶ କରିଲେ ଯେ ଦେଓମାଳି ପର୍ବତ ରାଜ୍ୟ ସରକାରଙ୍କ ଉଭୟ ରେଭନ୍ୟୁ କି ପର୍ଯ୍ୟଟନ ବିଭାଗର ରେକର୍ଡରେ ନାହିଁ । କିନ୍ତୁ ଏହା ଆମ ଓଡିଶାର ସମ୍ପତ୍ତି । ଏହା ସହିତ ଏହାର ଆଖ ପାଖ ସ୍ଥାନ ମଧ୍ୟ ଓଡିଶାର ।

ତେବେ ଗତକାଲି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ମଧ୍ୟ ଏହି ବିଷୟରେ ଏ ମନ୍ତବ୍ୟ ଦେଇଛନ୍ତି । ସେ କହିଛନ୍ତି ଓଡିଶାରେ କୋଟିଆ ବିବାଦ ଥମିବାର ନା ନେଉଁ ନାହିଁ । ସେପଟେ ଆନ୍ଧ୍ର ମଧ୍ୟ ଓଡିଶା ସୀମା ଭିତରେ ପ୍ରବେଶ କରୁଛି ଆଉ ମନ୍ତ୍ରୀଙ୍କ ରେକର୍ଡରେ ଦେଓମାଳି ନାହିଁ । ଦେଓମାଳି ଆମର, କୋଟିଆ ଆମର ଏହା ପାଇଁ ଆମକୁ ରକ୍ତ ଦେବାକୁ ହେଲେ ଦେବୁ କିନ୍ତୁ ଦେଓମାଳି ଦେବୁ ନାହିଁ ।

ବର୍ତ୍ତମାନର ସୂଚନା ଅନୁଯାୟୀ ବାଚସ୍ପତି ଏହି ଘଟଣାରେ ରୁଲିଙ୍ଗ ଦେଇଛନ୍ତି ଏବଂ ଯଥା ଶୀଘ୍ର ଏହି ଘଟଣା ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଦେଓମାଳି ଓଡିଶାର ଗୌରବ ବୋଲି ଆମେ ଛୋଟବେଳୁ ଜାଣି ଆସୁଥିବା ବେଳେ ବର୍ତ୍ତମାନ ଏହାର ଅବସ୍ଥିତିକୁ ନେଇ ଯେଉଁ ରାଜନୈତିକ ଚର୍ଚ୍ଚା ହେଉଛି ବାସ୍ତବରେ ଏହା ନିନ୍ଦନୀୟ ଅଟେ । ଯଥା ଶୀଘ୍ର ଏହି ଘଟଣାର ତଦନ୍ତ କରି ଏହାକୁ ସରକାରୀ ରେକର୍ଡରେ ସାମିଲ କରିବାକୁ ଉଭୟ ଶାସକ ଏବଂ ବିରୋଧୀ ଦଳର ନେତା ଦାବି କରିଛନ୍ତି ।

Get real time updates directly on you device, subscribe now.