fbpx

ରକ୍ତ ପରୀକ୍ଷାରୁ ସ୍ତନ କର୍କଟର ଚିହ୍ନଟ, ସାରା ରାଜ୍ୟରେ ଖୋଲିବ ମହିଳାମାନଙ୍କ ପାଇଁ ମାଗଣା କର୍କଟ ସ୍କ୍ରିନିଂ ଶିବିର

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍): ରକ୍ତ ପରୀକ୍ଷାରୁ ହିଁ ଚିହ୍ନଟ ହୋଇପାରିବ ସ୍ତନ କର୍କଟ ରୋଗ । ରକ୍ତ ପରୀକ୍ଷା କ୍ଷେତ୍ରରେ ଏହି ବୈପ୍ଳବିକ ପରିବର୍ତ୍ତନ ଜରିଆରେ କର୍କଟ ରୋଗରୁ ମହିଳାମାନଙ୍କର ମୂଲ୍ୟବାନ ଜୀବନ ରକ୍ଷା କରବା ପାଇଁ ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍ପିଟାଲ ପକ୍ଷରୁ ଆରମ୍ଭ ହୋଇଛି ଏଭଳି ଅଭିନବ ପରୀକ୍ଷା ବ୍ୟବସ୍ଥା । ‘ଇଜି ଚେକ୍ ବ୍ରେଷ୍ଟ କ୍ୟାନସର୍’ କର୍କଟ ରୋଗ ଚିହ୍ନଟ କ୍ଷେତ୍ରରେ ସର୍ବ ବୃହତ ବୈଷୟିକ ସଫଳତା। ଭାରତରେ ଅତ୍ୟାଧୁନିକ ପଦ୍ଧତିରେ କ୍ୟାନସର ଚିକିତ୍ସା ପ୍ରଦାନ କରୁଥିବା ଅଗ୍ରଣୀ ଘରୋଇ ଡାକ୍ତରଖାନା ଆପୋଲୋ ହସ୍ପିଟାଲ ଓ ଡାଟା କ୍ୟାନ୍ସର ଜେନେଟିକ୍ସର ସହଭାଗୀତାରେ ଏହି ବୈପ୍ଳବିକ ରକ୍ତ ପରୀକ୍ଷା ପଦ୍ଧତି ଆରମ୍ଭ ହୋଇଛି । ଆପୋଲୋ କର୍କଟ କେନ୍ଦ୍ର ଅଧୀନରେ ଏକ ସ୍ୱତନ୍ତ୍ର ଅଭିଯାନ “ମହିଳାମାନଙ୍କ ଠାରେ କର୍କଟ ସଚେତନତା’ ପ୍ରଚାର କରାଯାଉଛି ।

ଏହି କାର୍ଯ୍ୟକ୍ରମ ଆଗାମୀ କିଛି ମାସ ମଧ୍ୟରେ ସାରା ରାଜ୍ୟରେ ମହିଳାମାନଙ୍କ ପାଇଁ ମାଗଣା କର୍କଟ ସ୍କ୍ରିନିଂ ଶିବିର କରିବାକୁ ଲକ୍ଷ୍ୟ ରଖିଛି ଯେଉଁଠାରେ ଦୂରଦୂରାନ୍ତରର ଲୋକମାନେ ଆପୋଲୋ ଡାକ୍ତରଙ୍କ ସହ ନିଜ ଜିଲ୍ଲାରେ ଅତି ସହଜରେ ପରାମର୍ଶ କରିପାରିବେ । ଡକ୍ଟର ଆଲୋକ ଶ୍ରୀବାସ୍ତବ COO & DMS ଆପୋଲୋ ହସପିଟାଲ୍, ଭୁବନେଶ୍ୱର ପ୍ରକାଶ କରିଛନ୍ତି ଯେ, ଆମ ସମାଜରେ ମହିଳାମାନେ ପ୍ରତ୍ୟେକ କ୍ଷେତ୍ରରେ ପ୍ରବେଶ କର କାର୍ଯ୍ୟ କରୁଛନ୍ତି ଏବଂ ତେଣୁ ସେମାନଙ୍କ ପାଇଁ ସର୍ବୋତ୍ତମ ଚିକିତ୍ସା ସୁବିଧା ଉପଲବ୍ଧ ହେବା ନିଶ୍ଚିତ ଜରୁରୀ । “ଆମ କେନ୍ଦ୍ରରେ ଆମେ ମହିଳାମାନଙ୍କ ସମ୍ବନ୍ଧୀୟ କର୍କଟ ରୋଗ ପାଇଁ ମାଗଣା ପରାମର୍ଶ ଏବଂ ସ୍କ୍ରିନିଂ ପାଇଁ ମାସରେ ୨ ଦିନ ଉତ୍ସର୍ଗ କରିବୁ ।

ଅତ୍ୟାଧୁନିକ ଜ୍ଞାନକୌଶଳଯୁକ୍ତ ଯନ୍ତ୍ରପାତି ସହିତ ଅତ୍ୟାଧୁନିକ କର୍କଟ କେନ୍ଦ୍ର ଏବଂ ଆମର ଅଙ୍କକଲୋଜିର ସମସ୍ତ ବିଶେଷତ୍ୱରେ ଆମର ଭଲ ତାଲିମପ୍ରାପ୍ତ କ୍ଲିନିକାଲ ବିଶେଷଜ୍ଞଙ୍କ ମାଧ୍ୟମରେ ୩୫୦ଟି ବେଡ୍ ବିଶିଷ୍ଟ ଏହି ମଲ୍ଟି ସ୍ପେସିଆଲିଟି ହସ୍ପିଟାଲ ଠାରେ ଗୋଟିଏ ଛାତ ତଳେ ପ୍ରତିରୋଧ, ଶୀଘ୍ର ଚିହ୍ନଟ ଏବଂ ସମ୍ପୂର୍ଣ୍ଣ କର୍କଟ ଚିକିତ୍ସା ପାଇଁ ମହିଳାମାନଙ୍କୁ ପରାମର୍ଶ ଦେବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ଆପୋଲୋ କର୍କଟ କେନ୍ଦ୍ର-ଭୁବନେଶ୍ୱରରେ ପରାମର୍ଶଦାତା- ରେଡିଏସନ୍ଅ ଙ୍କୋଲୋଜି ଡା.ସ୍ଥିତି ଦାଶ । “ମହିଳାମାନଙ୍କର କର୍କଟ ସଚେତନତା’ କାର୍ଯ୍ୟକ୍ରମରେ ଯୋଗଦେଇ ଆପୋଲୋ ହସ୍ପିଟାଲ ପକ୍ଷରୁ ରାଜ୍ୟର ସମସ୍ତ ରୋଟାରୀଆନ୍ ମହିଳାମାନଙ୍କର ମାଗଣା ପରୀକ୍ଷା ନିମନ୍ତେ ବ୍ୟବସ୍ଥା କରାଯାଇଥିବାରୁ ସମ୍ମତି ପ୍ରଦାନ କରିଥିବାରୁ ରୋଟାରିୟାନ୍ ଜୟଶ୍ରୀ ମହାନ୍ତି ନିଜର ଖୁସି ବ୍ୟକ୍ତ କରିଛନ୍ତି ।

Get real time updates directly on you device, subscribe now.