ସରକାରୀ ଚାକିରୀ କରିବା ପାଇଁ ଚାହୁଁଥିବା ମହିଳାମାନଙ୍କ ପାଇଁ ଆସିଛି ଖୁସି ଖବର । ବିହାରର ବୈଷୟିକ ସେବା ବିଭାଗ (ଟେକ୍ନିକାଲ ସର୍ଭିସ କମିଶନ) ପକ୍ଷରୁ ମହିଳା ସ୍ୱାସ୍ଥ୍ୟକର୍ମୀ (ANM)ପଦବୀ ପାଇଁ ୧୦ ହଜାରରୁ ଅଧିକ ପୋଷ୍ଟ ବାହାରିଛି । ତେବେ ଏହି ପଦବୀ ପାଇଁ ଇଚ୍ଛୁକ ଥିବା ପାର୍ଥୀମାନେ ୨ ଅଗଷ୍ଟରୁ ୧ ସେପ୍ଟେମ୍ବର ମଧ୍ୟରେ pariksha.nic.in କିମ୍ବା bin.nic.in ରେ ଯାଇ ଆବେଦନ କରିପାରିବେ ।
ପଦବୀ ବିବରଣୀ:
ବିହାର ବୈଷୟିକ ସେବା ବିଭାଗ (ଟେକ୍ନିକାଲ ସର୍ଭିସ କମିଶନ) ମୋଟ ୧୦,୭୦୯ ପଦବୀ ପାଇଁ ନିଯୁକ୍ତି ବାହାର କରିଛି ।
ସଂରକ୍ଷିତ ପଦ – ୩୫୩୯
EWS ପଦ-୮୬୮
SC – ୨୧୮୮
ST – ୮୨
ଅତି ପଛୁଆ ବର୍ଗ- ୨୪୦୩
ପଛୁଆ ବର୍ଗ- ୧୧୯୧
ପଛୁଆ ବର୍ଗ ମହିଳାମାନଙ୍କ ପାଇଁ ପଦ-୪୩୮
ଚାକିରୀ ପାଇଁ ଶିକ୍ଷାଗତ ଯୋଗ୍ୟତା:
ଏହି ପଦବୀ ପଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀମାନେ ସହାୟକ ନର୍ସରେ ଡିଗ୍ରୀ ହାସଲ କରିଥିବା ଦରକାର । ଏଥି ସହିତ ପ୍ରାର୍ଥୀ ବିହାର ନର୍ସିଂ ଆସୋସିଏସନରେ ମଧ୍ୟ ପଞ୍ଜିକୃତ ହେବା ଆବଶ୍ୟକ ।