fbpx

ଚାରି ମହଲାରୁ ନିଜ ପିଲାକୁ ଫିଙ୍ଗିଦେଲା ମା’: ପରେ କରିବାକୁ ଯାଉଥିଲେ ଏମିତି କାମ

ନୂଆଦିଲ୍ଲୀ: କୌଣସି ପିଲା ପାଇଁ ସବୁଠୁ ସୁରକ୍ଷିତ ସ୍ଥାନ ହେଉଛି ତା ମା’ର କୋଳ । ଅନେକ କ୍ଷେତ୍ରରେ ପିଲାମାନେ ଖରାପ ଦିଗକୁ ଚାଲି ଯାଇଥିବାର ଦେଖିବାକୁ ମିଳିଛି । କିନ୍ତୁ ମା’ ତା ପିଲାକୁ ସବୁ ବିପଦରୁ ରକ୍ଷା କରିଥାଏ । କିନ୍ତୁ ବେଙ୍ଗଲୁରୁରେ ଏମିତି ଏକ ଘଟଣା ସାମନାକୁ ଆସିଛି ଯାହା ଦେଖିଲେ ସମସ୍ତଙ୍କ ଲୋମ ଟାଙ୍କୁରି ଉଠିବ । ଏଠାରେ ଜଣେ ମା’ ତା ୪ ବର୍ଷର ପିଲା ଜୀବନର ଶତ୍ରୁ ପାଲଟିଯାଇଛି । ମହିଳାଜଣକ ଚତୁର୍ଥ ମହଲାରୁ ଛୁଆଟିକୁ ଫିଙ୍ଗି ଦେଇଥିବା ଦେଖିବାକୁ ମିଳିଛି ।

ନିରୀହ ପିଲାଟିର ଜୀବନ ନେଇଥିବା ଏହି ରାକ୍ଷସୀ ମା’ର ସମସ୍ତ କାରନାମା ସିସିଟିଭିରେ ରେକର୍ଡ ହୋଇଯାଇଛି । ଘରର ଚତୁର୍ଥ ମହଲା ରେଲିଂରେ ପିଲାଟିକୁ ଦୁଇ ହାତରେ ଧରି ମହିଳା ଜଣକ ଠିଆ ହୋଇଥିବାର ଏହି ଭିଡିଓରେ ଦେଖିବାକୁ ମିଳିଛି । କିନ୍ତୁ କିଛି ସମୟ ପରେହଠାତ ମହିଳା ଜଣକ ଏହି ୪ ମାସର ପିଲାଟିକୁ ତଳକୁ ଫିଙ୍ଗି ଦେଇଛନ୍ତି । ଏହା ଦେକି ସମସ୍ତେ ଚମକି ପଡିଛନ୍ତି । ସମସ୍ତଙ୍କୁ ଚକିତ କରି ଦେଇଛି ଏମିତି ଏକ ଭିଡିଓ । ତେବେ ଏତିକିରେ ସରିନି ମହିଳାଙ୍କ କାର୍ସାଦି ।

ପିଲାଟିକୁ ତଳକୁ ଫିଙ୍ଗି ଦେବା ପରେ ସେ ନିଜେ ରେଲିଂ ଉପରେ ଠିଆ ହୋଇଯାଇଛନ୍ତି । ତାଙ୍କର ହାବଭାବରୁ ଯାହା ଜଣାପଡୁଛି, ସେ ମଧ୍ୟ ନିଜ ଜୀବନ ହାରିବାକୁ ଚାହୁଁଛନ୍ତି । କିନ୍ତୁ ବୋଧହୁଏ ଚାତରୁ ଡେଇଁବା ପାଇଁ ତାଙ୍କର ସାହସ ହେଉନାହିଁ । ତେବେ ମହିଳା କିଛି ସମୟ ପର୍ଯ୍ୟନ୍ତ ରେଲିଂରେ ଠିଆ ହେବା ପରେ କିଛି ପଡୋଶୀ ଆସି ମହିଳାଙ୍କୁ ଉଦ୍ଧାର କରି ନେଇଛନ୍ତି ।

ଏହାପରେ ପୋଲିସ ଏ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ମହିଳାଙ୍କୁ ଗିରଫ କରିଛି । ଚାରି ମହଲା ଉପରୁ ପଡିଯିବାରୁ ପିଲାଟିର ମୃତ୍ୟୁ ହୋଇଯାଇଥିବା କହିଛି ପୋଲିସ । ତେବେ ପିଲାଟି ମାନସିକ ସ୍ତରରେ ଦୁର୍ବଳ ରହିଥିବା ଜାଣିବାକୁ ମିଳିଛି । ତେଣୁ ଏଥିପାଇଁ ମହିଳାଜଣକ ତାକୁ ଫିଙ୍ଗି ହତ୍ୟା କରିଥିବା ଅନୁମାନ କରାଯାଉଛି ।

Get real time updates directly on you device, subscribe now.