fbpx

Google ଏକ ଖେଳଘର ନୁହେଁ: IT Cell ଆପଙ୍କ ଉପରେ ରଖିଛି ନଜର, ଏପରି କିଛି କଣ୍ଟେଣ୍ଟ ସର୍ଚ୍ଚ କଲେ ପୋଲିସ ଆପଣଙ୍କ ଘରେ ପହଞ୍ଚିଯିବ

ନୂଆଦିଲ୍ଲୀ: ବର୍ତ୍ତମାନ ଗୁଗଲ ବିଶ୍ୱର ସର୍ବବୃହତ ସର୍ଚ ଇଞ୍ଜିନ୍ ଅଟେ । ପିଲାଠାରୁ ଆରମ୍ଭ କରି ବଢ଼ା ଯାଏ, ମୁର୍ଖଠାରୁ ଆରମ୍ଭ କରି ଶିକ୍ଷିତ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତେ ପ୍ରତ୍ୟେକ ମୁହୂର୍ତ୍ତରେ ଗୁଗଲ ଉପରେ ନିର୍ଭରଶୀଳ । ତେବେ ଏକଥା ଆପଣମାନେ ହୁଏତ ଜାଣିନଥିବେ, ଗୁଗଲରେ ଏପରି କିଛି ଜିନିଷ ସର୍ଚ୍ଚ କଲେ ଆପଣଙ୍କ ସମସ୍ୟା ବଢ଼ିପାରେ । ଆପଣଙ୍କୁ ଜେଲ ଦଣ୍ଡ ବି ଭୋଗିବାର ସମ୍ଭାବନା ରହିଛି । ଏହା ଆମେ ଆପଣମାନଙ୍କୁ ଭୟଭୀତ କରିବାକୁ କହୁନାହୁଁ ।

ଗୁଗଲକୁ ନେଇ ଭାରତ ସରକାର କିଛି ନିୟମ ଲାଗୁ କରିଛନ୍ତି । ଯଦି ଏପରି କିଛି ବିଷୟରେ ଉପରେ ଆପଣ ଗୁଗଲରେ ସର୍ଚ୍ଚ କରିବେ, ତେବେ ଆପଣ ଜେଲ୍ ଯିବା ଥୟ । ଯଦି ଆପଣ ମଜାଳିଆ ଢଙ୍ଗରେ ଗୁଗଲରେ ଗୋଳା ବାରୁଦ ନିର୍ମାଣର ତରିକା ବିଷୟରେ ଜାଣିବାକୁ ଚାହିଁବେ, ତେବେ ଆପଣଙ୍କୁ ଏଥିପାଇଁ ଜେଲ ଯିବାକୁ ପଡ଼ିବ । ଦେଶର ସୁରକ୍ଷା ଏଜେନ୍ସି ୟୁଜରଙ୍କ ସର୍ଚ୍ଚ ଉପରେ ସର୍ବଦା ନଜର ରଖିଥାଏ ।

ଯଦି ଆପଣ ହ୍ୟାକିଂ ସମ୍ପର୍କିତ କିଛି ତଥ୍ୟ ଜାଣିବାକୁ ଚାହିଁବେ ତେବେ ପୋଲିସ ଆପଣଙ୍କୁ ଉଠାଇନେବ । ଆଇଟି ସେଲ ଆପଣଙ୍କ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ । ଶିଶୁ କ୍ରାଇମ ଉପରେ ସରକାର ସର୍ବଦା ଆକ୍ସନ ମୋଡ଼ରେ ରହିଥାନ୍ତି । ଯଦି ଆପଣ ଏଭଳି କିଛି କଣ୍ଟେଣ୍ଟ ସର୍ଚ୍ଚ କରିବେ, ତେବେ ଆପଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଭାରତରେ ପୂର୍ବରୁ ଗୁଗଲ ସର୍ଚ୍ଚରେ ଆଡଲ୍ଟ କଣ୍ଟେଣ୍ଟକୁ ବ୍ୟାନ କରାଯାଇଛି । ଯଦି ଆପଣ ବାରମ୍ବାର ଏହା ସର୍ଚ୍ଚ କରିବାକୁ ପ୍ରୟାସ କରନ୍ତି, ତେବେ ଆପଣଙ୍କୁ ପୋଲିସ ଥାନାର ଚକ୍କର କାଟିବାକୁ ପଡ଼ିବ ।

Get real time updates directly on you device, subscribe now.