fbpx

ବାଘକୁ କରୋନା ।

ସାରା ବିଶ୍ୱରେ ସାଢ଼େ ବାରଲକ୍ଷ ଲୋକ ଏବେ କରୋନା ଆକ୍ରାନ୍ତ । ମୃତ୍ୟୁ ସଂଖ୍ୟା ୭୦ହଜାର ପାଖାପାଖି ପଂହଚିଲାଣି । ଏବେବି ଏହି ଭାଇରସ୍ ର ଉତ୍ପତି କିପରି ହେଲା ସେନେଇ କୈାଣସି ନିର୍ଦ୍ଦିଷ୍ଟ ସୂଚନା ମିଳିପରିନାହିଁ ।କେହିକେହି କହୁଛନ୍ତି ଉହାନର ମାଛମାର୍କେଟ ହିଁ ଏହାର ଉତ୍ପତ୍ତି ସ୍ଥଳ । କେହି କେହି କହୁଛନ୍ତି ଏହା ପଶୁ ପକ୍ଷୀଙ୍କ ଠୁ ମଣିଷକୁ ଆସିଛି । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ
ଏବେ ମଣିଷଠୁ ଏହା ପଶୁକୁ ଡେଇଁଛି । ଆମେରିକା ଚିଡିଆଖାନରେ ଥିବା ଏକ ବାଘ ଏବେ କରେନା ଆକ୍ରନ୍ତ । ନ୍ୟୁୟର୍କ ବ୍ରୋନେକ୍ସ ଜୁରେ ଥିବା ଥବା ଏହି ବାଘଟିର କରୋନା ରିପୋର୍ଟ ପଜେଟିଭ୍ ଆସିଛି । କରୋନା ସଂକ୍ରମଣ ପାଇଁ ଏହି ଚିଡିଆଖାନାକୁ ମାର୍ଚ୍ଚ ୧୬ ତାରିଖରେ ବନ୍ଦ କରିଦିଆଯାଇଥିଲା ।ଏହା ପୂର୍ବରୁ ଏହାର କିଛି କର୍ମଚାରୀଙ୍କ ରିପୋର୍ଟ ପଜେଟିଭ୍ ଆସିଥିଲା । ପରେ ବାଘ ଓ କିଛି ସଂହଙ୍କର ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ କରିବା ଓ ଶୁକିଲା କାଶ ହେବା ଦେଖାଯାଇଥିଲା ।ପରୀକ୍ଷାରୁ କେବଳ ୪ବର୍ଷୀୟ ମାଇ ବାଘଟି ସଂକ୍ରମିତ ହୋଇଥିବା ଜଣାପଡିଛି । ଆମେରିକାର ଡିପାର୍ଟମେଣ୍ଟ ଅଫ୍ ନ୍ୟାସନାଲ୍ ଏଗ୍ରିକଲଚର ଭେଟେନାରୀ ଏହା ସ୍ପଷ୍ଟ କରିଛି ।ସାରା ବିଶ୍ୱରେ ପଶୁ ମଧ୍ୟରେ ଏହି ବାଘଟି କରୋନା ପେସେଣ୍ଟ ଜିରୋ ବୋଲି କୁହାଯାଉଛି ।

Get real time updates directly on you device, subscribe now.