fbpx

ବର୍ଷା-ଅନୁଭବ ପାରିବାରିକ ମାମଲାରେ ନୂଆ ମୋଡ: ହାଇକୋର୍ଟ ଶୁଣାଇଲେ ଏମିତି ନିଷ୍ପତ୍ତି

ଭୁବନେଶ୍ୱର: ଓଲିଉଡ ଷ୍ଟାର କପଲ ବର୍ଷା-ଅନୁଭବଙ୍କ ପାରିବାରିକ ବିବାଦରେ ଏକ ନୂଆ ମୋଡ ଆସିଛି । ହାଇକୋର୍ଟ ଏହି ମାମଲାର ଶୁଣାଣି ପାଇଁ ଆଉ କିଛି ସମୟ ନେଇଛନ୍ତି । ଉଭୟଙ୍କ ପାରିବାରିକ ବିବାଦ ନେଇ ଶୁଣାଣି ଆଉ କିଛି ଘଞ୍ଚାଇବା ନେଇ ନିଷ୍ପତ୍ତି ନେଇଛନ୍ତି ମାନ୍ୟବର ହାଇକୋର୍ଟ । ବର୍ଷାଙ୍କ ପିଟିସନ ଅନୁସାରେ ଶୁଣାଣି ତାରିଖରେ ପରିବର୍ତ୍ତନ କରାଯାଇଛି ।

ସୂଚନା ଅନୁସାରେ, ଅନୁଭବ ଏବଂ ବର୍ଷାଙ୍କ ପାରିବାରିକ ବିବାଦର ଶୁଣାଣି ପାଇଁ ଆଉ ଏକ ନୂଆ ତାରିଖ ଧାର୍ଯ୍ୟ କରିଛନ୍ତି ହାଇକୋର୍ଟ । ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପିଟିସନ ଅନୁଯାୟୀ, ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଏହି ଶୁଣାଣି ପ୍ରକ୍ରିୟା ସ୍ଥଗିତ ରଖାଯାଇଛି । ଫ୍ୟାମିଲ କୋର୍ଟଙ୍କ ନିର୍ଦ୍ଦେଶକୁ ଚାଲେଞ୍ଜ ହାଇକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ । ଫ୍ୟାମିଲି କୋର୍ଟରେ ଅନୁଭବଙ୍କୁ ସାନି ସାକ୍ଷ୍ୟ ପାଇଁ ବର୍ଷାଙ୍କ ପିଟିସନ ଖାରଜ କରାଯାଇଥିଲା । ଏହାପରେ ହାଇକୋର୍ଟ ଏହି ଶୁଣାଣି ପାଇଁ ଆସନ୍ତା ୩୦ ତାରିଖକୁ ଧାର୍ଯ୍ୟ କରିଛନ୍ତି ।

Get real time updates directly on you device, subscribe now.