fbpx

ମୃତ୍ୟୁ ପୂର୍ବରୁ ଶୌଚାଳୟରେ ୨ ଘଣ୍ଟା ଥିଲେ ସୋନାଲୀ, କାହିଁକି? ଗୋଆ ପୋଲିସର ଖୁଲାସା

ନୂଆଦିଲ୍ଲୀ: ବିଜେପି ନେତ୍ରୀ ତଥା ଟିକଟକ୍ ଷ୍ଟାର ସୋନାଲୀ ଫୋଗାଟଙ୍କ ମୃତ୍ୟୁ ରହସ୍ୟକୁ ନେଇ ଆଉ ଏକ ଖୁଲାସା କରିଛି ଗୋଆ ପୋଲିସ । ମୃତ୍ୟୁ ପୂର୍ବରୁ ତାଙ୍କୁ ଏକ ପାର୍କରେ ଦେଖାଯାଇଥିଲା ବୋଲି ସୂଚନା ମିଳିଛି । କେବଳ ସେତିକି ନୁହେଁ, ଏହି ପାର୍ଟିରେ ସୋନାଲିଙ୍କୁ ଜୋର ଜବରଦସ୍ତି କିଛି ପିଆଇ ଦିଆଯାଇଥିବା ଜଣାଯାଇଛି । ସୋନାଲୀଙ୍କ ପୋଷ୍ଟମର୍ଟମ ପରେ ସମସ୍ତ ଘଟଣାର ତଦନ୍ତ ଆରମ୍ଭ କରିଥିବା କହିଛନ୍ତି ଗୋଆ ପୋଲିସ ଆଇଜି ଓମବୀର ସିଂହ ବିଷ୍ଣୋଇ ।

ସୋନାଲୀଙ୍କୁ ହତ୍ୟା କରାଯାଇଥିବା ନେଇ ଭାଇଙ୍କ ଅଭିଯୋଗ ପରେ ଏକ ମାମଲା ରୁଜୁ କରିଛି ଗୋଆ ପୋଲିସ । ତେବେ ଏହାପରେ ସମସ୍ତଙ୍କ ବୟାନ ରେକର୍ଡ କରିବା ସହିତ ସେ ଯାଇଥିବା ଜାଗାରେ ମଧ୍ୟ ପୋଲିସ ପହଞ୍ଚିଥିଲା । ତେବେ ଅଭିଯୁକ୍ତଙ୍କୁ ଏଠାରେ ପଚରାଉଚରା କରିବା ପରେ ଏକ ଅଶ୍ଚର୍ଯ୍ୟଜନକ ତଥ୍ୟ ହସ୍ତଗତ ହୋଇଛି । ପାର୍ଟିରେ ସୋନାଲିଙ୍କୁ କିଛି ଲୋକ ଜୋର କରି କିଛି ପିଆଇ ଦେଇଥିବା ଜଣାଯାଇଛି । ତେବେ ତାଙ୍କୁ ଡ୍ରଗ ପିଆଇ ଦିଆଯାଇଥିବା ଅନୁମାନ କରୁଛି ଗୋଆ ପୋଲିସ । ଏହାପରେ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିବା ଜଣାଯାଇଛି । ତେବେ ଏହାପରେ ୨ଘଣ୍ଟା ପର୍ଯ୍ୟନ୍ତ ଅଭିଯୁକ୍ତମାନେ ସୋନାଲୀଙ୍କୁ ଶୌଚାଳୟକୁ ନେଇଯାଇଥିଲେ । ଏହି ସମୟରେ ସେମାନେ କ’ଣ କରିଥିଲେ, ଏହାର କୌଣସି ଉତ୍ତର ମିଳିନାହିଁ ।

ତେବେ ପଚରାଉଚରା ଜାରି ରହିଥିବା ବେଳେ ତାଙ୍କୁ ବାଧ୍ୟ କରି ପିଆଇ ଦିଆଯାଇଥିବା ଡ୍ରଗ୍ସ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ପୋଲିସ ଅନୁମାନ କରୁଛି । ଏହା ସହିତ ସୋନାଲିଙ୍କ ଶରୀରରେ ଥିବା ଅନେକ କ୍ଷତ ଚିହ୍ନ ଥିବା ବେଳେ ମୃତ୍ୟୁ ପରେ ତାଙ୍କ ଦେହ ନୀଳ ପଡିଯାଇଥିଲା । ତେଣୁ ଏହା ଏକ ହତ୍ୟା ଘଟଣା ବୋଲି ଆଶଙ୍କା ବଢିଯାଇଛି ।

Get real time updates directly on you device, subscribe now.