ନୂଆଦିଲ୍ଲୀ: ବାସ କେଇଟା ଘଣ୍ଟା ପରେ ଆରମ୍ଭ ହେବ ଏସିଆ କପର ହାଇଭୋଲଟେଜ ମ୍ୟାଚ । ଆମନା ସାମନା ହେବେ ଚିର ପ୍ରତିଦ୍ୱନ୍ଦୀ ଭାରତ ଏବଂ ପାକିସ୍ତାନ । ତେବେ ଏହା ପୂର୍ବରୁ ଭାରତର ଚୂଡାନ୍ତ ଏକାଦଶକୁ ନେଇ ଆରମ୍ଭ ହୋଇଯାଇଛି ଆଲୋଚନା । ଦଳରେ କେଉଁ ଖେଳାଳିମାନେ ସ୍ଥାନ ପାଇବେ ସେ ନେଇ ଚର୍ଚ୍ଚା ଜୋର ଧରିଛି । ଏହାରି ମଧ୍ୟରେ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରା ବାଛିଛନ୍ତି ନିଜର ପ୍ଲେଇଙ୍ଗ ୧୧ । ଆସନ୍ତୁ ଦେଖିବା କ’ଣ ରହିପାରେ ପୂଜାରାଙ୍କ ଟିମ୍ ।
ଟି-୨୦ ବିଶ୍ୱକପରେ ମିଳିଥିବା ପରାଜୟର ପ୍ରତିଶୋଧ ନେବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ ଟିମ ଇଣ୍ଡିଆ । ତେଣୁ ଆଜିର ମ୍ୟାଚରେ ରୋହିତ ନିଜର ବେଷ୍ଟ ଟିମ ସହ ଖେଳିବେ । ତେବେ ପୂଜାରାଙ୍କ ଅନୁସାରେ, ଭାରତରେ ଜଣେ ଷ୍ଟାର ଖେଳାଳିଙ୍କୁ ଦଳରୁ ବାଦ ଦେବା ଉଚିତ ହେବ । ପୂଜାରା ବିଶେଷ କରି ପନ୍ତ ଏବଂ କାର୍ତ୍ତିକଙ୍କୁ ନେଇ ସାମାନ୍ୟ ଦ୍ୱନ୍ଦ୍ୱରେ ଥିବା ଜଣାଯାଇଛି । ଉଭୟ ଖେଳାଳି ଏହି ଫର୍ମର୍ାଟରେ ଦମଦାର ପ୍ରଦର୍ଶନ କରିଥିଲେ ବି ସେମାନଙ୍କ ମଧରୁ ଜଣଙ୍କୁ ହିଁ ଏହି ଦଳରେ ସାମିଲ କରାଯାଇ ପାରିବ । ତେଣୁ ସେ ପାକିସ୍ତାନ ବିପକ୍ଷରେ ଦିନେଶ କାର୍ତ୍ତିକଙ୍କୁ ଦଳରୁ ବାଦ ଦେଇଛନ୍ତି ।
ତେବେ ପନ୍ତଙ୍କୁ ଏହି ଦଳରେ ରକିବାର ମୁଖ୍ୟ କାରଣ ହେଉଛି ସେ ଜଣେ ବାମହାତୀ ବ୍ୟାଟ୍ସମ୍ୟାନ । ଯାହା ଦଳରେ ଲେଫ୍ଟ-ରାଇଟ କମ୍ବିନେସନକୁ ବଜାୟ ରଖିବ । ପନ୍ତ ଆକ୍ରମକ ଭାବରେ ବ୍ୟାଟିଂ କରୁଥିବା ବେଳେ କାର୍ତ୍ତିକ ଜଣେ ଫିନିଶରର ଭୂମିକା ତୁଲାଉଛନ୍ତି । ସେପଟେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ଦଳରେ ନିଶ୍ଚିତ ହୋଇଥିବାରୁ ଦିନେଶଙ୍କ ଅନୁପସ୍ଥିତି ସେତେଟା ଅନୁଭବ କରି ନପାରେ ଟିମ ଇଣ୍ଡିଆ । ତେଣୁ କାର୍ତ୍ତିକଙ୍କ ସ୍ଥାନରେ ପନ୍ତଙ୍କୁ ଦଳରେ ସ୍ଥାନ ଦେଇଛନ୍ତି ପୂଜାରା ।
ଓପନିଙ୍ଗ ପାଇଁ ରୋହିତ ଏବଂ ରାହୁଲଙ୍କୁ ଚୟନ କରିଥିବା ବେଳେ ତୃତୀୟରେ ବିରାଟ କୋହଲି ଏବଂ ପରେ ସୂର୍ଯ୍ୟକୁମାରଙ୍କୁ ଦଳରେ ସେ ସାମିଲ କରିଛନ୍ତି । ଏହାପରେ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଜାଡେଜା ପ୍ରାୟତଃ ଫିନିଶର ଭୂମିକାରେ ନଜର ଆସିବେ । ତେବେ ଭୁବନେଶ୍ୱର କୁମାର ଏବଂ ଚହଲ ବୋଲିଂ ଆଟାକକୁ ଲିଡ କରୁଛନ୍ତି । ସେମାନଙ୍କ ବ୍ୟତୀତ ଆବେଶ ଖାନ ଏବଂ ଅର୍ଶଦୀପ ସିଂହ ପୂଜାରାଙ୍କ ଦଳରେ ସ୍ଥାନ ପାଇଛନ୍ତି ।
ଭାରତର Playing XI:
ରୋହିତ ଶର୍ମା(ଅଧିନାୟକ), କେ.ଏଲ ରାହୁଲ, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ(ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା, ଭୁବନେଶ୍ୱର କୁମାର, ଆଭେଶ ଖାନ, ଅର୍ଶଦୀପ ସିଂହ ଏବଂ ୟୁଜବେନ୍ଦ୍ର ଚହଲ ।