fbpx

ଜାତୀୟ ରାଜପଥ କଡ଼ରେ ବାଲି ଗଦା, ଦୁର୍ଘଟଣାରେ ଅଳ୍ପକେ ବର୍ତ୍ତିଗଲେ ଯୁବକ

ବୌଦ୍ଧ(ପୁରୁଣାକଟକ)ଜିଲ୍ଲା ୫୭ ନମ୍ବର ଜାତୀୟ ରାଜପଥ ସବୁବେଳେ ଦୁର୍ଘଟଣା ପାଇଁ ଚର୍ଚ୍ଚାରେ ରହିଆସିଛି ।  ସହ ସହ ଗାଡ଼ି ମୋଟର ଏହି ବାଟ ଦେଇ ଯାଇଥାଏ ଏବଂ ଅନେକ ସମୟରେ ଦୁର୍ଘଟଣା ମମଧ୍ୟ ଘଟଛି । ଏଥିପାଇଁ ଲୋକମାନେ କେବଳ ଦାୟୀ ନୁହଁନ୍ତ ବରଂ ପ୍ରଶାସନ ମଧ୍ୟ ଅଧିକ ଦାୟୀ କାରଣ ସଚେତନତା ଏବଂ କାର୍ଯ୍ୟାନୁଷ୍ଠାନ ଅଭାବରୁ ଏଭଳି ଦୁର୍ଘଟଣା ଘଟୁଛି।

ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ହରଭଙ୍ଗା ତହସିଲଦାର ବିଭିନ୍ନ ସମୟରେ ବେଆଇନ୍ ବାଲି, ମେଟାଲ୍, ଗୋଡ଼ି ଇତ୍ୟାଦି ବୋଝେଇ ଟ୍ରାକଟରକୁ ମୋଟା ଅଙ୍କର ଜରିମାନା ଆଦାୟ କରୁଛନ୍ତି କିନ୍ତୁ ଜାତୀୟ ରାଜପଥ କଡରେ ଅସ୍ଥାୟୀ ଭାବେ ବାଲି ରଖୁଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବାରୁ ଏଭଳି ଘଟଣା ବାରମ୍ବା ଘଟୁଛି । ଆଜି ଏକ ବଡ଼ ଦୁର୍ଘଟଣା ରୁ ବର୍ତ୍ତି ଯାଇଛନ୍ତି ଜଣେ ଯୁବକ।

ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲା ପୁରୁଣାକଟକ ୫୭ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ମହାପାତ୍ର ଏଣ୍ଟରପ୍ରାଇଜର ମାଲିକ ଘର କାମ ପାଇଁ ଜାତୀୟ ରାଜପଥ ଉପରେ ବାଲି ଏବଂ ଇଟା ରଖିଛନ୍ତି । ଯେଉଁଥିପାଇଁ ରାସ୍ତା ସଙ୍କୀର୍ଣ୍ଣ ହୋଇଛି । ଆଜି ରାତ୍ର ୯ ଘଣ୍ଟା ସମୟରେ ଲୁଣି ବାହାଲର ମନୋରଞ୍ଜନ ନାୟକ ନିଜ ଘରକୁ ଯିବା ସମୟରେ ଆଗରୁ ଏକ ବଡ ଗାଡି ଆସିବା ଫଳରେ ସେ ଭାରସାମ୍ୟ ହରାଇ ବାଲି ଗଦା ଉପରେ ନିଜ ଗାଡି ଚଢି ଯାଇଥିଲା କିନ୍ତୁ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ ।

ବିଭିନ୍ନ ସମୟରେ ବଡ଼ ବଡ଼ ଗାଡି ମଧ୍ୟ ଏହି ବାଲି ପାଇଁ ଦୁର୍ଘଟଣା ଘଟୁଛି। ଯାହାକୁ ନେଇ ଅଞ୍ଚଳରେ ଅସନ୍ତୋଷ ଦେଖା ଯାଉଛି। ଏପଟେ ସ୍ଥାନୀୟ ତହସିଲଦାର ଟ୍ରାକ୍ଟର ଉପରେ ମୋଟା ଅଙ୍କର ଜରିମାନା ଆଦାୟ କରୁଥିବା ବେଳେ ଏଭଳି ଲୋକଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବା ବିଷୟ ଅଞ୍ଚଳରେ ଚର୍ଚା ର ବିଷୟ ପଲଟିଛି । ତୁରନ୍ତ ଏହି ବାଲି ଓ ଇଟା ଅନ୍ୟତ୍ର ସ୍ଥାନାନ୍ତରିତ କରିବା ସହ ଦୋଷୀ ଙ୍କ ଠାରୁ ତଣ୍ଡ ଆଦାୟ କରିବା କୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Get real time updates directly on you device, subscribe now.