APP Vs BJP:ବିଶ୍ୱାସ ପ୍ରସ୍ତାବ ରଖିବା ସହ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବେ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: ବିଫଳ ହେଲା ମିଶନ ଲୋଟନ । ଝାଡୁ ଆଗରେ ଛାଉଁଳିଲା ପଦ୍ମ । ୨୦ କୋଟି ଲେଖାଏଁ ଦେଇ ଯେଉଁ ଆପ ବିଧାୟକ ମାନଙ୍କୁ ନିଜ ଦଳରେ ସାମିଲ କରିବାକୁ ବିଜେପି ଚକ୍ରାନ୍ତ କରୁଥିଲା ତାହାକୁ ବିଫଳ କରି ଦେଇଛନ୍ତି ଆପ ମୁଖିଆ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀ ପରେ ପଞ୍ଜାବ ଆଉ ଗୁଜୁରାଟ ହାତେଇବାକୁ ପ୍ରସ୍ତୁତ କରୁଥିବା ଆପର ଲୋକପ୍ରିୟତା ହୁ ହୁ ହୋଇ ବଢ଼ିବାରେ ଲାଗିଛି । ଯାହାକୁ ଦେଖି ରାଗରେ ରକ୍ତ ଚାଉଳ ଚୋବାଉଛନ୍ତି ବିଜେପି ସରକାର । ବିଜେପି ଆପର ବଢ଼ୁଥିବା ଲୋକପ୍ରିୟତାକୁ ସହି ପାରୁ ନାହିଁ । ଯାହା ଫଳ ସ୍ୱରୁପ ଦଳକୁ ଭାଙ୍ଗିବା ପାଇଁ ନାନାଦି ଚକ୍ରାନ୍ତ କରୁଥିବା ଆପ ଅଭିଯୋଗ କରିଛି ।

ସେପଟେ ଆଜି ବିଧାନସଭାର ସ୍ୱତନ୍ତ୍ର ଅଧିବେଶସରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ବିଶ୍ୱାସ ପ୍ରସ୍ତାବ ରଖିବେ । ଆଜି ଆତ୍ମବିଶ୍ୱାସ ଭୋଟ ଦେବେ କେଜ୍ରିୱାଲ । ତେବେ ବର୍ତ୍ତମାନ ସମୟରେ କୌଣସି ଅଧିବେଶନର ଆବଶ୍ୟକତା ରହି ନଥିବା ବେଳେ ସ୍ୱତନ୍ତ୍ର ଅଧିବେଶସ ଡକାଇଛନ୍ତି ଦିଲ୍ଲୀ ସରକାର ଅରବିନ୍ଦ କେଜ୍ରିୱାଲ । ତେବେ ଏହି ବିଧାନସଭାର ସ୍ୱତନ୍ତ୍ର ଅଧିବେଶସରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ସହ ଗୃହରେ ଜୋରସୋର ହଙ୍ଗାମା ହେବ ବୋଲି ଆଶା କରାଯାଉଛି । ଉପଯୁକ୍ତ ପରିସ୍ଥିତିର ଫାଇଦା କିଭଳି ଭାବେ ଉଠା ଯାଏ ଏହାକୁ ଦିଲ୍ଲୀ ସରକାର ଭଲ ଭାବରେ ଜାଣନ୍ତି । ଯେଉଁ ଭଳି ବିହାରରେ ବିଜେପି ଆଉ ଜେଡିୟୁ ମେଣ୍ଟ ଭାଙ୍ଗିବା ପରେ ବିହାର ସରକାର ସ୍ୱତନ୍ତ୍ରୀ ଅଧିବେଶସ ଡକାଇଥିଲେ ଠିକ ସେହି ପଥ ଅନୁସରଣ କରିଛନ୍ତି କେଜ୍ରିୱାଲ ।

ସୂଚନାମୁତାକବ ଆପର ବିଧାୟକ ମାନଙ୍କୁ ଟଙ୍କାର ପ୍ରଲୋଭନ ଦେଖାଇ ନିଜ ଦଳରେ ସାମିଲ କରିବା ପାଇଁ ଚାହୁଁଥିଲା ବିଜେପି କିନ୍ତୁ ମିଶନ ଲୋଟସ ସଫଳ ହେବାରେ ସକ୍ଷମ ହୋଇ ପାରିଲା ନାହିଁ । ତେଣୁ ଆଜି ପୁଣି ଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ସହିତ ତାଙ୍କର ବିଫଳତାର ମଜାକ ଉଡାଇବ ଆପ । ଆଜି ଗୃହରେ ଅରବିନ୍ଦ ଜଣାଇବବେ ଯେ ତାଙ୍କ ଦଳରେ କୌଣସି ତ୍ରୁଟି ନାହିଁ । ସବୁ ନେତା ଆପରେ ଥିଲେ ଆଉ ଆପରେ ଅଛନ୍ତି ।

ଗତ ସପ୍ତାହରେ ଅରବିନ୍ଦ କେଜ୍ରିୱାଲ ତାଙ୍କ ଦଳର ବିଧାୟକଙ୍କ ସହ ମହାତ୍ମା ଗାନ୍ଧୀଙ୍କ ସ୍ମୃତି ସ୍ମାରକୀ ରାଜଘାଟ ରେ ପ୍ରାର୍ଥନା କରିଥିଲେ ଏବଂ ତାଙ୍କ ବାସଭବନରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଦିଲ୍ଲୀର ଆପର ୬୨ ଜଣ ବିଧାୟକଙ୍କ ମଧ୍ୟରୁ ୫୩ ଜଣ ଯୋଗ ଦେଇଥିଲେ।
ଶ୍ରୀ କେଜ୍ରିୱାଲ କହିଛନ୍ତି ଯେ ସେ ବିଜେପିର ଅପରେସନ୍ ଲୋଟସ୍ ବିଫଳ ହେବା ପାଇଁ ପ୍ରାର୍ଥନା କରିବା ପାଇଁ ତାଙ୍କ ବିଧାୟକଙ୍କ ସହ ରାଜଘାଟକୁ ଯାଇଥିଲେ। ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଏବଂ କର୍ଣ୍ଣାଟକର ଢାଞ୍ଚାରେ ନିଜ ସରକାରକୁ ଓହ୍ଲାଇବା ପାଇଁ ବିଜେପି ଏକ “ଅପରେସନ୍ ଲୋଟସ୍” ଷଡଯନ୍ତ୍ର କରିଥିବା ଆପ ଅଭିଯୋଗ କରିଛି। ୭୦ ସଦସ୍ୟ ବିଶିଷ୍ଟ ଦିଲ୍ଲୀ ବିଧାନସଭାରେ ଆପ ର ୬୨ ଜଣ ବିଧାୟକ ଅଛନ୍ତି। ଆଜିର ଅଧିବେଶନରେ କେଜ୍ରିୱାଲ ବିଜେପିକୁ ଧୋଇବେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋରଧରିଛି ।