fbpx

(Video) ସହରରେ ବୁଲୁଛି ଜଙ୍ଗଲୀ ଭାଲୁ: ଘରୁ ବାହାରିବାକୁ ଡରୁଛନ୍ତି ଲୋକେ

ସହରରେ ବୁଲୁଛି ଜଙ୍ଗଲି ଭାଲୁ… ଭୟରେ ଅଞ୍ଚଳବାସୀ… ଘରୁ ବାହାରିବାକୁ ଡରୁଛନ୍ତି ଲୋକେ । ଏହି ଘଟଣା ଦେଖିବାକୁ ମିଳିଛି ଭବାନୀପାଟଣା ନକ୍ଟିଗୁଡ଼ା ଅଞ୍ଚଳରେ ।

ଗତ କିଛିଦିନ ତଳେ ଭବାନିପାଟଣା ନିକଟସ୍ଥ ଜଙ୍ଗଲରୁ ଏକ ଭାଲୁ ନୁଆଁ ଗାଁ ଅଞ୍ଚଳକୁ ଚାଲି ଆସିଥିଲା । ଏବେ ପୁଣି ଏକ ଜଙ୍ଗଲି ଭାଲୁ ଭବାନିପାଟଣା ସହର ଭିତରକୁ ପସି ଆସିଥିବା ଦେଖିବାକୁ ମିଳିଛି ।

ଗତକାଲି ରାତି ସମୟରେ ଭାଗିରଥି ମଲ୍  ନିକଟରେ ଏହି ଜଙ୍ଗଲି ଭାଲୁକୁ ଦେଖିବାକୁ ପାଇଥିଲେ ସ୍ଥାନୀୟ ଲୋକେ, ପରେ ନକ୍ଟିଗୁଡା ଅଞ୍ଚଳରେ ଏହି ଭାଲୁକୁ ଦେଖାବାକୁ ମିଳିଛି । ଭାଲୁକୁ ସହରରେ ଦେଖିବା ପରେ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଛି ।

ଗତ କିଛି ମାସ ତଳେ ଜଙ୍ଗଲି ଭାଲୁ ସହର ଭିତରକୁ ପସି ଅନେକ ଲୋକଙ୍କୁ ଆକ୍ରମଣ କରିବା ଫଳରେ ଗୁରୁତର ଆହତ ହୋଇଥିଲେ । ଏବେ ପୁଣି ସହରରେ ଭାଲୁ ବୁଲୁଥିବା ଦେଖି ଲୋକେ ଆତଙ୍କିତ ଅଛନ୍ତି । ତେବେ ବନ ବିଭାଗ ଓ ସ୍ଥାନୀୟ ପୁଲିସ ଭାଲୁ କୁ ଖୋଜାଖୋଜି କରି ଧରିବାକୁ ଉଦ୍ୟମ କରୁଥିବା ଜଣାପଡିଛି ।

Get real time updates directly on you device, subscribe now.