fbpx

(Video) ବାହାଘର ଭୋଜିରେ ମିଳିଲାନି ପାମ୍ପଡ଼: ଲାଗିଗଲା ଖଣ୍ଡଯୁଦ୍ଧ…

ନୂଆଦିଲ୍ଳୀ: ବିବାହ ସମୟରେ ବେଳେବେଳେ ଗଣ୍ଡଗୋଳ ହେବା କଥା ଆପଣ ନିଶ୍ଚୟ ଶୁଣିଥିବେ । ବିଭିନ୍ନ କାରଣକୁ ନେଇ ହୋଇଥାଏ ଏହି ଗଣ୍ଡଗୋଳ । ଯାହାକୁ ନେଇ ବେଶ୍ ଚର୍ଚ୍ଚା ମଧ୍ୟ ହୁଏ । କେତେବେଳେ ବରଯାତ୍ରୀଙ୍କ ପାଇଁ ତ’ ପୁଣି କେତେବେଳେ କନ୍ୟାଙ୍କ ପକ୍ଷରୁ କୌଣସି ତ୍ରୁଟି ରହିଗଲେ । କିନ୍ତୁ ବର୍ତ୍ତମାନ ଏଭଳି ବିବାହ ସମୟର ଗଣ୍ଡେଗୋଳ ଘଟଣା ସାମ୍ନାକୁ ଆସିଛି । ଯାହାକୁ ଶୁଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । କାରଣ ଏଠାରେ କେବଳ ପାମ୍ପଡ଼ ପାଇଁ ଗଣ୍ଡଗୋଳ ହୋଇଛି ।

ମାମଲା କେରଳର ଅଲାପ୍ପୁଝା ଜିଲ୍ଲାର । ଯେଉଁଠାରେ ସାମାନ୍ୟ ପାମ୍ପଡ଼ ପାଇଁ ବିବାହ ମଣ୍ଡପ ପାଲଟିଥିଲା ରଣକ୍ଷେତ୍ର । ପ୍ରକୃତରେ ଭୋଜିରେ ସାଧ୍ୟ ନାମକ ଖାଦ୍ୟ ପରଷା ଯାଇଥିଲା । ଏହି ଖାଦ୍ୟରେ ପାମ୍ପଡ଼ର ଭୂମିକା ରହିଛି । ଯେତେବେଳେ ବରଙ୍କ ଜଣେ ବନ୍ଧୁ ଆଉ ଏକ ପାମ୍ପଡ଼ ଖାଇବାକୁ ମାଗିଥିଲେ ସେତେବେଳେ ପରଷୁଥିବା ବ୍ୟକ୍ତି ପାମ୍ପଡ଼ ଦେବାକୁ ମନା କରିଦେଇଥିଲେ ।

ତା’ପରେ ଆଉ କ’ଣ ପାମ୍ପଡ଼ କାହିଁକି ଦେବାକୁ ମନା କଲେ ବୋଲି, ଲାଗିଲା ଯୁକ୍ତତର୍କ । ଘଟଣା ଏତେବାଟ ଗଲା ଯେ ଏହାପରେ ଆରମ୍ଭ ହୋଇଯାଇଥିଲା ଗଣ୍ଡଗୋଳ । ଦୁଇଗୋଷ୍ଠୀ ମଧ୍ୟରେ ପିଟାପିଟି ଆରମ୍ଭ ହୋଇଗଲା । ଏମିତିକି ପରସ୍ପର ଉପରକୁ ଚେୟାର ପିଙ୍ଗିବାକୁ ଲାଗିଥିଲେ । ଖାଲି ସେତିକି ନୁହେଁ ଏଥିରେ ତିନି ଜଣ ଆହତ ହୋଇଛନ୍ତି । ପ୍ରାୟ ୧.୫ ଲକ୍ଷ ଟଙ୍କାର କ୍ଷତି ମଧ୍ୟ ହୋଇଛି । ତେବେ ପୋଲିସ ଏହି ମାମଲାରେ ୧୫ ଜଣକୁ ଚିହ୍ନଟ କରିଛି ଏବଂ ତଦନ୍ତ କରୁଛି ।

ସେପଟେ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।  ଅନେକ ୟୁଜର୍ସ କେରଳ ଶିକ୍ଷିତ ଲୋକଙ୍କ ଅଶିକ୍ଷିତ ବ୍ୟବହାରକୁ ନେଇ ଟ୍ରୋଲ୍ ମଧ୍ୟ କରୁଛନ୍ତି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.