fbpx

କାର୍ଲିଫର୍ଣ୍ଣିଆ ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ, ୨ ମୃତ

ନୂଆଦିଲ୍ଲୀ: ସାଉଥ୍ କାର୍ଲିଫର୍ଣ୍ଣିଆ ଜଙ୍ଗଲରେ ଭୟଙ୍କର ଅଗ୍ନିକାଣ୍ଡ । ଏହି ନିଆଁରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ତୃତୀୟ ଜଣ ଆହତ ହୋଇଛନ୍ତି। ଗତ ମଙ୍ଗଳବାର ସକାଳ ସୁଦ୍ଧା ଅର୍ଥାତ ୨୪ ଘଣ୍ଟା ମଧ୍ୟରେ ଏହି ଅଗ୍ନିକାଣ୍ଡ ୨୪୦୦ ଏକର (୯.୭୧ ବର୍ଗ କିମି) କୁ ବ୍ୟାପିଛି | ସୋମବାର ଅପରାହ୍ନରେ ରିଭରସାଇଡ୍ ଜିଲ୍ଲାର ହେମେଟ ଟାଉନ୍ ନିକଟରେ ଅଗ୍ନିକାଣ୍ଡ ଆରମ୍ଭ ହୋଇଥିଲା। ଉକ୍ତ ଅଞ୍ଚଳରୁ ସ୍ଥାନୀୟ ବାସିନ୍ଦାଙ୍କୁ ସ୍ଥାନାନ୍ତରଣ ନିର୍ଦ୍ଦେଶ ଏବଂ ଚେତାବନୀ ଜାରି କରାଯାଇଛି।

ତେବେ ଏହି ଭୟଙ୍କର ନିଆଁରେ ଜଙ୍ଗଲ କ୍ଷତିଗ୍ରସ୍ତ ହେବା ସହିତ ଅନେକ ଗଛ ଏବଂ ଜୀବଜନ୍ତୁ ମୃତ୍ୟୁ ମୁଖରେ ପଡ଼ିଛନ୍ତି ବୋଲି ସ୍ଥାନୀୟ ବନ ବିଭାଗ ସୂଚନା ଦେଇଛି। ଅଧିକାରୀମାନେ ଗତ ମଙ୍ଗଳବାର ଗଣମାଧ୍ୟମରେ ସୂଚନା ଦେଇ କହିଛନ୍ତି ଯେ, ନିଆଁକୁ ଆୟତ୍ତ କରିବା ପୂର୍ବରୁ ଅଗ୍ନିକାଣ୍ଡରେ ଦୁଇ ଜଣ ମୃତ୍ୟୁବରଣ କରିଥିଲେ।ଏବଂ ଘଟଣାରେ ଜଣେ ଆହତଙ୍କୁ ଉଦ୍ଧାର କରାଯାଇ ତାଙ୍କୁ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି | ଅଗ୍ନିକାଣ୍ଡକୁ ଦୃଷ୍ଟିରେ ରଖି ସ୍ଥାନୀୟ ଅଞ୍ଚଳର ସମସ୍ତ ସ୍କୁଲକୁ ବନ୍ଦ ରଖାଯାଇଛି। ଅନ୍ୟପକ୍ଷରେ ନିଆଁ ଧିରେ ଧିରେ ବ୍ୟାପୁଥିବାରୁ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ପରାମର୍ଶରେ ବିଦ୍ୟୁତ ସରବରାହ ମଧ୍ୟ ବନ୍ଦ ରଖାଯାଇଛି । ତେବେ ସ୍ଥାନୀୟ ବାସିନ୍ଦାଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ନିଆଁ ଲିଭା କାର୍ଯ୍ୟରେ ୪୦୦୦ରୁ ଅଧିକ ଅଗ୍ନିଶ୍ରମ ଅଧିକାରୀ ନିୟୋଜିତ ଅଛନ୍ତି ।

Get real time updates directly on you device, subscribe now.