fbpx

ଚନ୍ଦୁ ହତ୍ୟା ଘଟଣାରେ ମାଷ୍ଟରମାଇଣ୍ଡ ଲେଡିଡନ୍ ରଞ୍ଜୁ ଏବଂ ସହଯୋଗୀ କାହ୍ନା ଗିରଫ

ଭୁବନେଶ୍ୱର: କମିଶନରେଟ ପୋଲିସକୁ ମିଳିଛି ବଡ଼ ସଫଳତା । ଭୁବନେଶ୍ୱର ୟୁନିଟ୍-୮ ଅଞ୍ଚଳର ନାରାୟଣ ବସ୍ତିରେ ପି ସୁବ୍ରତ ରାଓ ଓରଫ୍ ଚନ୍ଦୁ ହତ୍ୟା ମାମଲାରେ ହତ୍ୟାକାରୀ ଏବଂ ତାର ସହଯୋଗୀକୁ ଗିରଫ କରିଛି ପୋଲିସ । ହତ୍ୟାକାରୀ ଲେଡିଡନ୍ ରଞ୍ଜୁ ଓ ତାର ସହଯୋଗୀ କାହ୍ନାକୁ ପୋଲିସ ଗିରଫ କରିଛି । ଗଞ୍ଜାମର ଏକ ଜଙ୍ଗଲ ନିକଟରୁ ଉଭୟ ରଞ୍ଜୁ ଓ କାହ୍ନାକୁ କମିଶନରେଟ୍ ପୋଲିସ କାବୁ କରିଥିଲା । ଗତ ଶୁକ୍ରବାର ରାତିରେ ଉଭୟ ଅତି ନିର୍ମମ ଭାବେ ସୁବ୍ରତ ରାଓଙ୍କ ସମେତ ୩ ଜଣଙ୍କୁ ଆକ୍ରମଣ କରିଥିଲେ । ଘଟଣାସ୍ଥଳରେ ଚନ୍ଦୁଙ୍କ ଜୀବନ ଚାଲିଯାଇଥିବା ବେଳେ ଆଉ ଦୁଇ ଜଣ ଗୁରୁତର ଆହତ ହୋଇଥିଲେ । ବ୍ରାଉନସୁଗାର ବଟି ଆଦାୟକୁ ନେଇ ହତ୍ୟାକାଣ୍ଡ ହୋଇଥିଲା ।

ଅଭିଯୁକ୍ତ ରଞ୍ଜୁ ନାୟକ ଏବଂ ତାଙ୍କ ସ୍ୱାମୀ କାହ୍ନା ହତ୍ୟାକାଣ୍ଡ ଘଟାଇବା ପରେ ଗିରଫଦାରୀରୁ ରକ୍ଷା ପାଇବା ପାଇଁ ଗଞ୍ଜାମର ଏକ ଜଙ୍ଗଲରେ ଲୁଚି ରହିଥିଲେ । ତେବେ ଦୁହିଁଙ୍କ ବିଷୟରେ ଖବର ପାଇ ଗଞ୍ଜାମରୁ ଦୁହିଁଙ୍କୁ ଗିରଫ କରିଥିଲା ପୋଲିସ ।ଏହି ମାମଲାରେ ଅଧିକ ପଚରାଉଚରା ପାଇଁ ପୋଲିସ ସେମାନଙ୍କୁ ରିମାଣ୍ଡରେ ଆଣିବାର ସମ୍ଭାବନା ଥିବାବେଳେ ସେମାନଙ୍କୁ କୋର୍ଟରେ ହାଜର କରାଯିବ।

ସୂଚନା ଅନୁଯାୟୀ, ନାରାୟଣ ବସ୍ତିରେ ପି ସୁବ୍ରତ ରାଓଙ୍କ ନାଁରେ ଡ୍ରଗ୍ସ କାରବାର ଚଳାଇଥିଲେ ଏହି ସ୍ୱାମୀ ସ୍ତ୍ରୀ । ତେବେ ଏନେଇ ସେପ୍ଟେମ୍ବର ୯ ତାରିଖ ସନ୍ଧ୍ୟାରେ ଚନ୍ଦୁ ଖବର ପାଇବା ପରେ ତାର ଦୁଇ ସହଯୋଗୀଙ୍କୁ ନେଇ ରଞ୍ଜୁର ଘରେ ଯାଇ ପହଞ୍ଚିଥିଲା । ଘଟଣାସ୍ଥଳରେ ଉଭୟଙ୍କ ମଧ୍ୟରେ କଥା କଟାକଟି ହେବା ପରେ ଅଭିଯୁକ୍ତ ଦୁହେଁ ପି ସୁବ୍ରତ ରାଓ (୩୭) କୁ ଏକ ତୀକ୍ଷ୍ଣ ଅସ୍ତ୍ରରେ ଆକ୍ରମଣ କରି ଘଟଣାସ୍ଥଳରେ ଗୁରୁତର ଆହତ କରିଥିଲେ। ତାଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ।

ଡ୍ରଗ୍ କାରବାରରେ ସ୍ୱାମୀ-ସ୍ତ୍ରୀ ଯୋଡି ଜଡିତ ଥିବାବେଳେ, ପୂର୍ବରୁ ନିଶା ସେବନ କରୁଥିବା ଚନ୍ଦୁ ନିକଟରେ ନିଶା ନିବାରଣ କେନ୍ଦ୍ରରୁ ସୁସ୍ଥ ହୋଇ ଘରକୁ ଫେରିଥିଲେ। ସେ ସ୍ଥାନୀୟ ଅଞ୍ଚଳରେ ଡ୍ରଗ୍ ପେଡଲିଂକୁ ବିରୋଧ କରୁଥିଲେ, ଯେଉଁଥିପାଇଁ ବିକ୍ରେତାମାନେ ଚନ୍ଦୁଙ୍କୁ ଆକ୍ରମଣ କରିବାକୁ ଧମକ ଦେଉଥିଲେ। ତେବେ ଏହି ହତ୍ୟା ଘଟଣାରେ ଅନ୍ୟମାନଙ୍କର ସମ୍ପୃକ୍ତି ଥିବା ଜାଣିବା ପାଇଁ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି ।ଅନ୍ୟପକ୍ଷେ ପାର୍ବଣ ପୂର୍ବରୁ କମିଶନରେଟ ପୋଲିସର ଏହି ବଡ଼ ସଫଳତା ଆଗକୁ ଅପରାଧ ନିୟନ୍ତ୍ରଣରେ ମୁଖ୍ୟ ଅସ୍ତ୍ର ସାଜିବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.