ନୂଆଦିଲ୍ଲୀ: ସମସ୍ତ ପିତାମାତା ସେମାନଙ୍କର ସନ୍ତାନଙ୍କୁ ଉଚ୍ଚଶିକ୍ଷା ଦେବାକୁ ସର୍ବଦା ପ୍ରୟାସ କରିଥାନ୍ତି । ତେବେ ଅନେକ ମଧ୍ୟବିତ ଓ ଗରିବ ପରିବାର ଏଥିପାଇଁ ଶିକ୍ଷା ଲୋନ ଉପରେ ଭରସା କରିଥାନ୍ତି । ମାତ୍ର ଅନେକ ସମୟରେ ଏତେ ସହଜରେ ଶିକ୍ଷା ଲୋନ ମିଳିନଥାଏ । ଆଉ କିଛି ଅଭିଭାବକ ଏଜୁକେସନ ଲୋନ କେଉଁଠି ମିଳୁଛି ସେନେଇ ସମ୍ପୂର୍ଣ୍ଣ ଭାବେ ଅବଗତ ନଥାନ୍ତି । ଫଳରେ ସାରା ଦେଶରେ ବର୍ଷକୁ ହଜାର ହଜାର ପିଛା ଅର୍ଥାଭାବରୁ ଉଚ୍ଚଶିକ୍ଷାରୁ ବଞ୍ଚିତ ହେବାକୁ ବାଧ୍ୟ ହୁଅନ୍ତି ।
ଯଦି ଆପଣଙ୍କ ଏଜୁକେସନ ଲୋନ ନେବାକୁ ଚାହାନ୍ତି ଆଉ ଆପଣଙ୍କ ପାଖରେ ଅର୍ଥ ନାହିଁ, ତେବେ ଏଥିପାଇଁ ଚିନ୍ତା କରିବାର ଆବଶ୍ୟକ ନାହିଁ । ଦେଶରେ କିଛି ପ୍ରମୁଖ ବ୍ୟାଙ୍କ କମ୍ ସୁଧରେ ଶିକ୍ଷା ଲୋନ ପ୍ରଦାନ କରୁଛନ୍ତି । ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ ୬.୯୫ ପ୍ରତିଶତ ସୁଧ ହାରରେ ଶିକ୍ଷା ଲୋନ ପ୍ରଦାନ କରୁଛି । ଏହି ବ୍ୟାଙ୍କ ୭ ବର୍ଷ ପର୍ଯ୍ୟନ୍ତ ୨୦ ଲକ୍ଷ ପର୍ଯ୍ୟନ୍ତ ଲୋନ ଦେଉଛି ।
ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ୭.୪୫ ପ୍ରତିଶତରେ ୨୦ ଲକ୍ଷ ପର୍ଯ୍ୟନ୍ତ ଶିକ୍ଷା ଲୋନ୍ ପ୍ରଦାନ କରୁଛି । ଏସବିଆଇ ୭.୫ ପ୍ରତିଶତ ସୁଧ ହାରରେ ଲୋନ ପ୍ରଦାନ କରୁଛି । ଏହାର ଇଏମଆଇ ମାସକୁ ପାଖାପାଖି ୩୦,୬୭୭ ଟଙ୍କା ରହିପାରେ । ଇଣ୍ଡିଆନ ବ୍ୟାଙ୍କ ୭.୯ ପ୍ରତିଶତ ସୁଧ ହାରରେ ୨୦ ଲକ୍ଷ ପର୍ଯ୍ୟନ୍ତ ସୁଧ ପ୍ରଦାନ କରୁଛି । ବ୍ୟାଙ୍କ ଅଫ ବରୋଦା ୮.୯ ପ୍ରତିଶତ ସୁଧରେ ଲୋନ ପ୍ରଦାନ କରୁଛି । ବ୍ୟାଙ୍କ ଅଫ୍ ଇଣ୍ଡିଆ ୮.୨୫ ସୁଧ ହାରରେ ଲୋନ ଦେଉଛି । କାନାରା ବ୍ୟାଙ୍କ ୮.୩ ପ୍ରତିଶତ ସୁଧ ହାରରେ ୨୦ ଲକ୍ଷ ପର୍ଯ୍ୟନ୍ତ ଲୋନ ପ୍ରଦାନ କରୁଛି ।