ନୂଆଦିଲ୍ଲୀ: ଆପଣ ନୋଷ୍ଟ୍ରାଡାମସଙ୍କ ନାମ ତ’ ଶୁଣିଥିବେ ନିଶ୍ଚୟ । ଫ୍ରାନ୍ସର ସେହି ଭବିଷ୍ୟବକ୍ତା, ଯିଏକି ଏହି ଦୁନିଆରେ ଅନେକ ଜିନିଷ ବିଷୟରେ ସମୁଦାୟ ୬,୩୩୮ ଭବିଷ୍ୟବାଣୀ କରିଥିଲେ । ଆମ ଦୁନିଆ କେବେ ଏବଂ କିପରି ଶେଷ ହେବ ସେ ବିଷୟରେ ସେ ଲେଖିଥିଲେ । ୨୦୨୨ ବର୍ଷ ପାଇଁ ନୋଷ୍ଟ୍ରାଡାମସ୍ ପୂର୍ବାନୁମାନ କରିଥିଲେ ଯେ, ସମଗ୍ର ବିଶ୍ୱରେ ୭୨ ଘଣ୍ଟା ଅନ୍ଧକାର ରହିବ ।
ରିପୋର୍ଟ ଅନୁଯାୟୀ, ନୋଷ୍ଟ୍ରାଡାମସ୍ ୨୦୨୨ ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ କରିଥିଲେ । ସେ କହିଥିଲେ ଯେ ୨୦୨୨ ବର୍ଷ ବିନାଶ ଏବଂ ଏହା ପରେ ଶାନ୍ତି ଆଣିବ । ଏହି ଶାନ୍ତି ପୂର୍ବରୁ ସମଗ୍ର ବିଶ୍ୱରେ ୭୨ ଘଣ୍ଟା ଅନ୍ଧକାର ରହିବ । ପାହାଡ ଉପରେ ତୁଷାରପାତ ହେବ ଏବଂ ଅନେକ ଦେଶର ଯୁଦ୍ଧ ଆରମ୍ଭ ହେବା ମାତ୍ରେ ଶେଷ ହେବ । ଏସବ ଏକ ପ୍ରାକୃତିକ ଘଟଣା ଯୋଗୁଁ ଘଟିବ ବୋଲି ନୋଷ୍ଟ୍ରାଡାମସ୍ କହିଥିଲେ ।
ପରମାଣୁ ବିସ୍ଫୋରଣ !
କେବଳ ଏତିକି ନୁହେଁ, ୨୦୨୨ ମସିହାରେ ଏକ ବିପଦପୂର୍ଣ୍ଣ ପରମାଣୁ ବିସ୍ଫୋରଣ ଘୋଷଣା କରିଥିଲେ ନୋଷ୍ଟ୍ରାଡାମସ୍ । ସେ କହିଥିଲେ ଯେ, ୨୦୨୨ ମସିହାରେ ପୃଥିବୀରେ ଭୟଙ୍କର ପରମାଣୁ ବିସ୍ଫୋରଣ ହୋଇପାରେ । ଏହି ପରମାଣୁ ବିସ୍ଫୋରଣରେ ଜଳବାୟୁ ପରିବର୍ତ୍ତନ ହେବ ଏବଂ ସମଗ୍ର ପୃଥିବୀର ତାପମାତ୍ରା ବୃଦ୍ଧି ପାଇବ । ଏହା ପୃଥିବୀର ପାଣିପାଗ ଉପରେ ମଧ୍ୟ ପ୍ରଭାବ ପକାଇବ ଏବଂ ଅନେକ ପ୍ରାକୃତିକ ପରିବର୍ତ୍ତନ ଆସିବ । ଅନେକ ଦେଶରେ ବନ୍ୟା, ଝଡ଼ ଏବଂ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟ ବିପଦ ସୃଷ୍ଟି କରିବ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ,୨୦୨୨ ମସିହାରେ ବିଶ୍ୱରେ ରୋବଟଗୁଡିକର ପ୍ରଭାବ ଯଥେଷ୍ଟ ବୃଦ୍ଧି ପାଇବ । ରୋବଟଗୁଡିକ ମଣିଷକୁ ନିୟନ୍ତ୍ରଣ କରିବେ । ଧୀରେ ଧୀରେ ସେମାନେ ମଣିଷ ପାଇଁ ବିପଜ୍ଜନକ ହେବା ଆରମ୍ଭ କରିବେ । ଏପରି ଏକ ସମୟ ଆସିବ ଯେ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ମାନବ ଇଣ୍ଟରଫେସ ଥିବା ରୋବଟ୍ ମାନବ ଜାତିକୁ ନଷ୍ଟ କରିଦେବ ।