fbpx

ବାଇକ ଚଳାଇବା ସମୟରେ ‘ଚପଲ’ ପିନ୍ଧିଥିଲେ ଭରିବେ ଫାଇନ୍: ଜାଣନ୍ତୁ କେତେ ?

ନୂଆଦିଲ୍ଲୀ: ଲୋକମାନେ ସାଧାରଣତଃ ଚାଲାଣ କଟିବାର ୨/୪ କାରଣ ଜାଣନ୍ତି, କିନ୍ତୁ ଏହାର ଅନେକ କାରଣ ରହିଛି । ମୋଟର-ଯାନ ଆକ୍ଟ ୨୦୧୯ ରେ ଯେତେବେଳେ ସଂଶୋଧନ କରାଯାଇଥିଲା, ସେଥିରେ କିଛି ପରିବର୍ତ୍ତନ କରାଯାଇଥିଲା । ଆସନ୍ତୁ ଜାଣିବା ଏଥିରେ କ’ଣ ପରିବର୍ତ୍ତନ କରାଯାଇଥିଲା ଓ ଏହା ଉପରେ କ’ଣ ରହିଛି ଜୋରିମାନା ?

ଜୋତା ପିନ୍ଧିବା ଆବଶ୍ୟକ:-
କଡ଼ା ଟ୍ରାଫିକ୍ ନିୟମ ପରେ ବି କିଛି ଲୋକ ବିନା ହେଲମେଟରେ ଗାଡ଼ି ଚଳାଉଥିବା ଦେଖିବାକୁ ମିଳୁଛଇ, ଯାହାଙ୍କ ଉପରେ କଡ଼ା ଜୋରିମାନା ଲାଗୁ ହେଉଛି । ସେହିପରି ରାସ୍ତାରେ ଚପଲ ପିନ୍ଧି ବାଇକ୍ ବା ସ୍କୁଟି ଚଳାଉଥିବା କିଛି ଲୋକଙ୍କୁ ଆପଣ ନିଶ୍ଚିତ ଦେଖିଥିବେ । ଦୁର୍ଘଟଣାରେ ସମୟରେ ଏପରି ଚାଳକ ଅଧିକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଥିବା ବେଳେ ଏହା ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ ଶ୍ରେଣୀରେ ମଧ୍ୟ ଆସୁଛି । ଫଳରେ ଯଦି ଆପଣ ଚପଲ ପିନ୍ଧି ଗାଡ଼ି ଚଳାଉଛନ୍ତି, ତେବେ ଆପଣଙ୍କୁ ମଧ୍ୟ ଜୋରିମାନା ଭରିବାକୁ ପଡ଼ିପାରେ ।

କେତେ କଟିବ ଜୋରିମାନା:-
ଯଦି ଆପଣ ଦୁଇ ଚକିଆ ଗାଡି ଚଲାଇବା ସମୟରେ ଚପଲ କିମ୍ବା ହିଲ୍ ପିନ୍ଧି ଧରାପଡନ୍ତି ତେବେ ମୋଟର ଯାନ ନିୟମ ଅନୁସାରେ ଆପଣ ଟ୍ରାଫିକ୍ ନିୟମ ଉଲ୍ଲଂଘନ କରି ଜୋରିମାନା ଦେବାକୁ ବାଧ୍ୟ ହେବେ । ଏଥିପାଇଁ ଆପଣଙ୍କୁ ଅତି କମରେ ୧୦୦୦ ଟଙ୍କା ଚାଲାଣ ଭରିବାକୁ ପଡ଼ିବ । ସମାନ ଭୁଲକୁ ବାରମ୍ବାର କରିବା ଦ୍ୱାରା ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ ହୋଇପାରେ ।

Get real time updates directly on you device, subscribe now.