fbpx

ଏକାଠି ହେବେ ରାହୁଲ-ନୀତିଶ-ମମତା! ପୁଣି ଚେଇଁ ଉଠିଲା ବିରୋଧୀ ମହାମେଣ୍ଟ, ମୋଦୀଙ୍କ ପାଇଁ ବାଜିଲା ସତର୍କ ଘଣ୍ଟି

ନୂଆଦିଲ୍ଲୀ: ଆସନ୍ତା ୨୦୨୪ ଲଢ଼େଇ ପାଇଁ ଦେଶର ପ୍ରମୁଖ ରାଜନୈତିକ ଦଳମାନେ ନିଜ ନିଜର ସମରସଜ୍ଜା ଆରମ୍ଭ କରିଦେଇଛନ୍ତି । ଗୋଟିଏ ପଟେ ଶାସକ ଏନଡିଏ ନିଜର ରଣକ୍ଷେତ୍ର ପ୍ରସ୍ତୁତ କରୁଥିବା ବେଳେ ଅନ୍ୟପଟେ ବିରୋଧୀ ମହାମେଣ୍ଟ ନିଜ ଶିବିରକୁ ମଜବୁତ କରିବା ପ୍ରୟାସରେ ରହିଛନ୍ତି । ତେବେ ଏହା ମଧ୍ୟରେ ବିରୋଧୀ ଶିବିରରୁ ଏକ ନୂଆ ଅପଡେଟ୍ ଆସିଛି । ଏହି ଖବର ଯଦି ସତ୍ୟ ହୁଏ, ତେବେ ନରେନ୍ଦ୍ର ମୋଦୀଙ୍କ ପଥରେ କିଛିଟା ପ୍ରତିବନ୍ଧକ ସାଜିପାରେ ।

ଏନସିପି ସୁପ୍ରିମୋ ଶରଦ ପାୱାର ଦୃଢ଼ତାର ସହ କହିଛନ୍ତି, ସମସ୍ତ ପୁରୁଣା ମତଭେଦକୁ ଭୁଲି ଆସନ୍ତା ନିର୍ବାଚନରେ କଂଗ୍ରେସ-ତୃଣମୂଳ କଂଗ୍ରେସ (ଟିଏମସି) ଏକତ୍ର ଲଢ଼ିବାକୁ ପ୍ରସ୍ତୁତ ହେଉଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା କଂଗ୍ରେସ ସହିତ ସହ ମିଶି ବିପକ୍ଷ ମହାମେଣ୍ଟକୁ ଅଧିକ ଶକ୍ତିଶାଳୀ କରିବାକୁ ଇଚ୍ଛୁକ ଅଛନ୍ତି । ବିଜେପିକୁ ହରାଇବା ପାଇଁ ବିରୋଧୀମାନେ ଏକଜୁଟ୍ ହେବେ । ମୋଦୀଙ୍କୁ ହରାଇବା ହେଉଛି ବିରୋଧୀ ମହାମେଣ୍ଟର ମୁଖ୍ୟ ଉଦ୍ଦେଶ୍ୟ ।

ରାଷ୍ଟ୍ରର ହିତ ସାଧନ ପାଇଁ ମମତା କଂଗ୍ରେସକୁ ବିରୋଧୀ ମହାମେଣ୍ଟରେ ସାମିଲ କରିବାକୁ ଚାହୁଁଛନ୍ତି । କଂଗ୍ରେସ ବିନା ବିରୋଧୀ ମହାମେଣ୍ଟ ଏକପ୍ରକାର ସ୍ୱପ୍ନ ପରି ଲାଗିବା ସହ ଦୁର୍ବଳ ହୋଇଯାଇଛି । କଂଗ୍ରେସ ପାଇଁ ଏହା ମଧ୍ୟ ଏକ ଶୁଭ ସଙ୍କେତ । ସେହିପରି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ପୂର୍ବରୁ ବିରୋଧୀ ମହାମେଣ୍ଟ ପକ୍ଷରୁ ମୋଦୀଙ୍କ ବିରୋଧରେ ଯୁଦ୍ଧଂ ଦେହୀ ଡାକରା ଦେଇ ସାରିଛନ୍ତି ।

ତେବେ ଏଠାରେ ପ୍ରଶ୍ନ ଉଠୁଛି, ସତରେ କ’ଣ ବିରୋଧୀ ମହାମେଣ୍ଟର ଏହି ସ୍ୱପ୍ନ ସତ ହେବ? ଆସନ୍ତା ନିର୍ବାଚନରେ କିଏ ଜିତିବ ହାରିବ ସେଇଟା ଅଲଗା କଥା । ମାତ୍ର ରାହୁଲ-ମମତା-ନୀତିଶଙ୍କ ପରି ହେଭିୱେଟମାନେ ଯଦି ଏକାଠି ହୁଅନ୍ତି, ତେବେ ମୋଦୀଙ୍କ ପାଇଁ ଏହି ଲଢ଼େଇ ନିଶ୍ଚିତ ଭାବେ କଣ୍ଟାର ପଥ ହେବ । ବିରୋଧୀଙ୍କ ଗତି କୁଆଡ଼କୁ ଯାଉଛି, ଆଗକୁ ଦେଖିବାକୁ ବାକି ରହିଲା ।

Get real time updates directly on you device, subscribe now.