fbpx

ମାର୍ଚ୍ଚ ସୁଦ୍ଧା ଗାଡ଼ିରେ ଲାଗିବ ପାନିକ୍ ବଟନ୍ ଓ ଟ୍ରାକିଂ ଡିଭାଇସ୍

ଭୁବନେଶ୍ୱର: ଏଣିକି ସବୁ ବଡ଼ ଗାଡ଼ିରେ ଲାଗିବ ପାନିକ୍ ବଟନ୍ ଓ ଟ୍ରାକିଂ ଡିଭାଇସ । ଗାଡ଼ିର ବେଗ ସହ ସବୁକିଛି ଜାଣିହେବ । ଭୁବନେଶ୍ୱରରେ ରହିବ କମାଣ୍ଡ କଣ୍ଟ୍ରୋଲ ରୁମ୍ । ୩ ଚକିଆ ଯାନକୁ ଛାଡ଼ି ଅନ୍ୟ ସବୁ ଗାଡ଼ିରେ ବ୍ୟବସ୍ଥା ରହିବ ।

ତେବେ ଗାଡ଼ିର ଅବସ୍ଥିତି ନେଇ ସୂଚନା ଦେବ ଲୋକେସନ୍ ଟ୍ରାକିଂ ଡିଭାଇସ୍ । ପାନିକ୍ ବଟନ୍ ମଧ୍ୟ ଚାଳକଙ୍କୁ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ସୂଚାଇବ । ୩୧ ଡିସେମ୍ବର ୨୦୨୨ ପୂର୍ବରୁ ଖର୍ଦ୍ଦି ଗାଡ଼ି ପାଇଁ ଡେଡଲାଇନ ଧାର୍ଯ୍ୟ ହୋଇଛି । ଏସବୁ ଗାଡ଼ି ୩୧ ମାର୍ଚ୍ଚ ୨୦୨୩ ମଧ୍ୟରେ ଡିଭାଇସ୍ ଲଗାଇବାକୁ ବାଧ୍ୟ । ୨୦୨୩ରେ ଖର୍ଦ୍ଦି ଗାଡ଼ିରେ ରେଜିଷ୍ଟ୍ରେସନ ପୂର୍ବରୁ ଡିଭାଇସ୍ ଲାଗିଥିବା ଜରୁରୀ । ଏନେଇ ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି ।

Get real time updates directly on you device, subscribe now.