fbpx

(Video) ଅଭିନେତା ବାବୁସାନ୍ ଅସୁସ୍ଥ: ଘରୋଇ ହସ୍ପିଟାଲରେ ଚାଲିଛି ଚିକିତ୍ସା

ଭୁବନେଶ୍ୱର: ଓଲିଉଡ୍‌ ଅଭିନେତା ବାବୁସାନ୍ ମହାନ୍ତି ଅସୁସ୍ଥ । ଭୁବନେଶ୍ୱର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇ ସ୍ୱତନ୍ତ୍ର ଚିକିତ୍ସା କରାଯାଉଛି ବୋଲି ଜଣାଯାଇଛି । ତାଙ୍କ ଶରୀରରେ ଅମ୍ଳଜାନ ସ୍ତର କମିଯାଇଛି। ସମ୍ ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯାଉଛି। ତାଙ୍କ ଆଗାମୀ ଚଳଚ୍ଚିତ୍ର ‘ଦମନ’ର ପ୍ରମୋସନ୍ ପାଇଁ ସେ ଏକ ବାଇକ୍‌ ଯାତ୍ରାରେ ଯାଇଥିବା ବେଳେ ହଠାତ୍‌ ଅସୁସ୍ଥ ହୋଇପଡ଼ିଥିଲେ। ସେଠାରେ ତାଙ୍କର ଚିକିତ୍ସା କରାଯାଇଥିଲା।

ଅଧିକ ଚିକିତ୍ସା ଲାଗି ତାଙ୍କୁ ସମ୍‌ରେ ଭର୍ତ୍ତି କରାଯାଇଛି। ଏକ ସ୍ୱତନ୍ତ୍ର ୬ ଜଣିଆ ଡାକ୍ତରୀ ଟିମ୍ ଅଧୀନରେ ତାଙ୍କର ଚିକିତ୍ସା ଜାରି ରହିଛି। ୬ଦିନ ହେବ ତାଙ୍କ ଚିକିତ୍ସା ଚାଲିଛି। ହସ୍ପିଟାଲରେ ତାଙ୍କ ନିକଟରେ ପରିବାରବର୍ଗ ଓ ଆତ୍ମୀୟସ୍ବଜନ ଉପସ୍ଥିତ ଅଛନ୍ତି। ଏବେ ଅବସ୍ଥାରେ ସାମାନ୍ୟ ସୁଧାର ଆସିଥିବା ପରିବାର ପକ୍ଷ୍ୟରୁ ସୂଚନା ଦିଆଯାଇଛି ।

ତେବେ ବାବୁସାନ ଡାକ୍ତରଖାନା ବେଡରେ ଶୋଇଥିବାର ଏକ ଫଟୋ ମଧ୍ୟ ସାମ୍ନାକୁ ଆସିଛି । ଯାହାକୁ ଦେଖି ବାବୁସାନଙ୍କ ଫ୍ୟାନ ବ୍ୟସ୍ତ ବିବ୍ରତ ହୋଇପଡ଼ିଛନ୍ତି । ନିକଟରେ ତୃପ୍ତି-ପ୍ରକୃତି-ବାବୁସାନଙ୍କ ଘଟଣା ଚର୍ଚ୍ଚାରେ ଥିଲା । ଉଭୟ ପକ୍ଷରୁ ଥାନା ଓ କୋର୍ଟ କଚେରୀକୁ ଧାଁ ଦୋଡ କରିଥିଲେ ଉଭୟ ଷ୍ଟାର୍ ପରିବାର । ତୃପ୍ତିଙ୍କ ଉପରେ ପ୍ରକୃତି ମାନହାନି ମାମଲା ମଧ୍ୟ ରୁଜୁ କରିଥିଲେ । ଏବେ ବି ସେ ବିବାଦର ସମାଧାନ ହୋଇନଥିବାବେଳେ ହଠାତ ବାବୁସାନଙ୍କ ସ୍ୱାସ୍ଥ୍ୟ ଖରାପ ହେବା ଖବର ଫ୍ୟାନଙ୍କ ମନକୁ କଷ୍ଟ ଦେଇଛି ।

Get real time updates directly on you device, subscribe now.