fbpx

ଇରାନ ସରକାରଙ୍କୁ ଦୋହଲାଇ ଦେଲେ ମହିଳା, ପ୍ରଦର୍ଶନକାରୀଙ୍କୁ ଧମକ ଦେଲେ ରାଷ୍ଟ୍ରପତି ଇବ୍ରାହିମ

ନୂଆଦିଲ୍ଲୀ: ଇରାନରେ ହିଜାବ ପ୍ରତିବାଦରେ ଜାରି ମହିଳାଙ୍କ ଆନ୍ଦୋଳନ ସେଠାକାର ସରକାରକୁ ଦୋହଲାଇ ଦେଇଛି। ମାମଲା କେବଳ ଇରାନରେ ସୀମିତ ହୋଇ ରହିନାହିଁ, ଏହା ବୈଶ୍ଵିକ ପ୍ରସଙ୍ଗ ପାଲଟି ସାରିଛି। ଅନ୍ୟପକ୍ଷେ ଇରାନର ରାଷ୍ଟ୍ରପତି ଇବ୍ରାହିମ ରସିଦି ଆନ୍ଦୋଳନକୁ ଘୋର ନିନ୍ଦା କରିଛନ୍ତି। ରଇସି କହିଛନ୍ତି, ଯେଉଁ ଲୋକେ ଆନ୍ଦୋଳନରେ ସାମିଲ୍ ହେଉଛନ୍ତି ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। କାହାରିକୁ ବି ଆଇନର ଉଲ୍ଲଂଘନ କରିବାକକୁ ଦିଆଯିବନି ବୋଲି ରଇସି କହିଛନ୍ତି।

ସୂଚନାଯୋଗ୍ୟ, ପୋଲିସ ହେପାଜତରେ ମହସା ଅମିନିଙ୍କ ମୃତ୍ୟୁ ପରେ ଜଳି ଉଠିଛି ଇରାନ। କୁର୍ଦିଶର ମହିଳା ମହସାଙ୍କୁ ହିଜାବ ପିନ୍ଧି ନଥିବାରୁ ପୋଲିସ ଜବରଦସ୍ତି ଅଟକ ରଖିଥିଲା। ହିଜାବ ପିନ୍ଧିବା ପାଇଁ ବଳପ୍ରୟୋଗ କରାଯାଉଥିବା ପ୍ରତିବାଦରେ ସମଗ୍ର ଇରାନରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଇରାନର ରାଷ୍ଟ୍ରପତି ଏହି ଆନ୍ଦୋଳନକୁ ନେଇ ଆମେରିକାକୁ ଦାୟୀ କରିଛି। ସରକାର କହିଛନ୍ତି, ଦେଶର ଶତ୍ରୁ ଆମର ଏକତାକୁ ଭାଙ୍ଗିବା ପାଇଁ ଷଡଯନ୍ତ୍ର ରଚିଛି। ଆମ ପରସ୍ପର ମଧ୍ୟରେ ଲଢେଇ କରି ନିଜ ଉଦ୍ଦେଶ୍ୟ ପୂରଣ କରିବାକୁ ଆମେରିକା ଚାହୁଁଥିବା ସରକାର କହିଛନ୍ତି।

ସମଗ୍ର ଦୁନିଆରେ ଇରାନ ମହିଳାଙ୍କ ସମର୍ଥନରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ବ୍ରିଟେନରେ ରହୁଥିବା ନାଜାନିନ ଜପାରୀ ନିଜର ଚୁଟି କାଟି ସାମାଜିକ ଗଣମାଧ୍ୟମରେ ସେୟାର କରିଛନ୍ତି।ଇରାନରେ ବିରୋଧ ପ୍ରଦର୍ଶନରେ ଅଦ୍ୟାବଧି ୭୬ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟି ସାରିଛି। ଇରାନ ପ୍ରଶାସନର କହିବ କଥା ମହସା ଅମିନିଙ୍କ ମୃତ୍ୟୁ ପୋଲିସ ଅତ୍ୟାଚାରରେ ନୁହେଁ ହୃଦଘାତରେ ଘଟିଛି। କିନ୍ତୁ ଅମିନିଙ୍କ ବାପା-ମାଆ ଝିଅର ମୃତ୍ୟୁ ମାମଲାର ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି।

Get real time updates directly on you device, subscribe now.