fbpx

ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିଥାଏ ଉଚିତ୍ ମାତ୍ରାରେ ପାଣି ପିଇବା: ପ୍ରତିଦିନ ପିଅନ୍ତୁ ଏତିକି…

ନୂଆଦିଲ୍ଲୀ: ଉଚ୍ଚ ରକ୍ତଚାପ ବର୍ତ୍ତମାନର ସମୟରେ ଏକ ସାଧାରଣ ରୋଗ ହୋଇଗଲାଣି । ପ୍ରତି ତୃତୀୟ ବ୍ୟକ୍ତି ଏହାଦ୍ୱାରା ଚିନ୍ତିତ । ଯୁବକଙ୍କ ଠାରୁ ଆରମ୍ଭ କରି ବୃଦ୍ଧ ଲୋକଙ୍କଠାରେ ଉଚ୍ଚ ରକ୍ତଚାପର ସମସ୍ୟା ଦେଖାଯାଉଛି । ରକ୍ତଚାପ କୌଣସି ବୟସର ଲୋକଙ୍କୁ ହୋଇପାରେ । ଅଧିକ ବୟସରେ ଉଚ୍ଚ ରକ୍ତଚାପ ହେବାଦ୍ୱାରା ହୃଦୟ ରୋଗ ମଧ୍ୟ ହୋଇପାରେ । ବ୍ଲଡ ପ୍ରେସରକୁ କଣ୍ଟ୍ରୋଲ କରିବା ପାଇଁ ଅନେକ ସମୟରେ ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା ପାଇଁ ପରାମର୍ଶ ଦିଆଯାଇଥାଏ । କିନ୍ତୁ ଯଦି ଆମେ କହିବୁ ଯେ ଆପଣ ପାଣି ପିଇବା ଦ୍ୱାରା ନିଜର ବ୍ଲଡ ପ୍ରେସର କଣ୍ଟ୍ରୋଲ କରିପାରିବେ । ତେବେ ଆସନ୍ତୁ ଜାଣିବା ଉଚ୍ଚ ରକ୍ତଚାପକୁ କମ୍ କରିବା ପାଇଁ ପାଣି କେତେ ମାତ୍ରାରେ ପିଇବା ଜରୁରୀ ।

ସୁସ୍ଥ ରହିବା ପାଇଁ ହାଇଡ୍ରେଟେଡ ରହିବା ବହୁତ ଜରୁରୀ । ଯେତେବେଳେ ଆମେ ସଠିକ୍ ମାତ୍ରାରେ ପାଣି ପିଇବା ଆମ ଶରୀର ହାଇଡ୍ରେଟେଡ ରହିବ । ଫଳରେ ଆମର ହାର୍ଟ ଠିକ୍ ଭାବରେ କାମ କରିପାରିବ । ଏହାଦ୍ୱାରା ଆମ ଶରୀରରେ ରକ୍ତ ସଞ୍ଚାଳନ ମଧ୍ୟ ଠିକ୍ ରହିବ । ସେହିଭଳି ଡିହାଇଡ୍ରେସନ ସ୍ଥିତିରେ ଆମ ହାର୍ଟକୁ କାମ କରିବାକୁ ଅଧିକ ଶକ୍ତି ଖର୍ଚ୍ଚ କରିବାକୁ ପଡ଼ିଥାଏ ।

ଏକ ରିପୋର୍ଟ ଅନୂଯାୟୀ ପ୍ରତିଦିନ ମହିଳାଙ୍କୁ ପ୍ରାୟ ୧୧ କପ୍ କିମ୍ବା ୨.୭ ଲିଟର ପାଣି ପିଇବା ଦରକାର । ସେହିଭଳି ପୁରୁଷଙ୍କୁ ପ୍ରତିଦିନ ୧୫ କପ୍ ଅର୍ଥାତ୍ ୩.୭ ଲିଟର ପାଣି ପିଇବା ଦରକାର । କିଛି ଫଳ ଏବଂ ପରିବାରେ ଅଧିକ ପାଣି ରହିଛି । ଯାହାକୁ ଖାଇବା ଦ୍ୱାରା ଆମ ଶରୀର ହାଇଡ୍ରେଟେଡ ରହିଥାଏ ଏବଂ ବ୍ଲଡ ପ୍ରେସର ମଧ୍ୟ କଣ୍ଟ୍ରୋଲ ରହିଥାଏ ।

କହିରଖୁଛୁ ଯେ କାର୍ଡିଓଭାସ୍କୁଲାର ହେଲ୍ଥରେ ସୁଧାର ପାଇଁ ଆମକୁ ଉଚିତ୍ ମାତ୍ରାରେ ପାଣି ପିଇବା ଦରକାର । ଏକ ରିସର୍ଚ୍ଚ ଅନୂଯାୟୀ ପାଣିରେ ପୁଦିନା, ଲେମ୍ବୁ ଆଦି ମିଶାଇ ପିଇବା ଦ୍ୱାରା ମଧ୍ୟ ବେଶ୍ ଲାଭଦାୟକ ହୋଇଥାଏ ।

Get real time updates directly on you device, subscribe now.