fbpx

ଅନେକ ରୋଗର ଔଷଧ ଗୋଟିଏ ଚାମଚ ଘିଅ: ଖାଇଲେ ଅନେକ ରୋଗରୁ ମିଳିବ ମୁକ୍ତି

ଦେଶୀ ଘିଅ ଖାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି । ଘିଅ ଶରୀର ପାଇଁ ଖୁବ ହିତକର, ଏହା ତ ପ୍ରାୟ ସମସ୍ତେ ଜାଣିଥିବେ । ଏହା ସହିତ ଘିଅ ଆମର ଅନେକ କାମରେ ମଧ୍ୟା ଲାଗିଥାଏ । ଘିଅର ଗୋଟିଏ ଚାମଚ ବି ଶରୀରର ଅନେକ ରୋଗକୁ ଭଲ କରିଦେଇଥାଏ । କିନ୍ତୁ ଏହାକୁ ସବୁ ସମୟରେ ଖାଇବା ଶରୀର ପାଇଁ ହାନିକାରକ ହୋଇପାରେ । ଘିଅକୁ ସାଧାରଣ ଲୋକ ଖାଇବା ବେଳେ କୌଣସି ପରିମାଣର ଆବଶ୍ୟକତା ପଡୁନଥିବା ବେଳେ ଗର୍ଭାବସ୍ଥା ସମୟରେ ଏହାର ପରିମାଣକୁ ଧ୍ୟାନରେ ରଖିବାକୁ ପଡିଥାଏ । ଏହାର ଅଧିକ ମାତ୍ରା ଗର୍ଭାବସ୍ଥା ସମୟରେ ଆପଣଙ୍କ ଶରୀରକୁ କ୍ଷତି ପହଞ୍ଚାପାରେ । ତେଣୁ ଏହି ସମୟରେ କେତେ ମାତ୍ରାରେ ଘିଅ ଖାଇବେ ଓ ପରେ କେତେ ମାତ୍ରାରେ ଘିଅ ଖାଇବେ ଆସନ୍ତୁ ତାହା ବିଷୟରେ ଜାଣିବା..

ଗର୍ଭାବସ୍ଥାରେ ଦେଶୀ ଘିଅ ଖାଇବାକୁ ନେଇ ଲୋକଙ୍କର ଅନେକ ଭ୍ରାନ୍ତ ଧାରଣା ରହିଥାଏ । କିନ୍ତୁ ଆୟୁର୍ବେଦ ବିଶେଷଜ୍ଞଙ୍କ କହିବା ଅନୁସାରେ ୧ରୁ ୮ ମାସ ପର୍ଯ୍ୟନ୍ତ ପ୍ରତିଦିନ ୨୫ ଗ୍ରାମ ଘିଅ ଖାଇବା ଉଚିତ । ଯଦି ଆପଣ କୌଣସି ରୋଗରେ ପୀଡିତ ନଥାନ୍ତି ତେବେ ୯ ମାସ ପର୍ଯ୍ୟନ୍ତ ପ୍ରତିଦିନ ୭୫ ଗ୍ରାମ ଘିଅ ଖାଇପାରିବେ । ପିଲା ଜନ୍ମ ହେବାର ୨ରୁ ୩ ମାସ ପରେ ଆପଣ କୌଣସି ଔଷଧ ଯଥା, ପିପ୍ପଳୀ, ଅଦା, ଶୁଣ୍ଠି, ଜୁଆଣି ସହିତ ଘିଅ ଖାଇପାରିବେ । ଘିଅ ଖାଇବା ଦ୍ୱାରା ଓଜନ ବଢିବା ସମସ୍ୟା ଦେଖାଦେବା ସହ ଗର୍ଭାଶୟ ମଧ୍ୟ ଓଜନ ହୋଇଥାଏ । ଯେଉଁ ଗର୍ଭବତୀ ମହିଳାଙ୍କର ଏସିଡିଟି, ଏଲର୍ଜି, ଅଲସର ଭଳି ସମସ୍ୟା ରହିଛି, ସେମାନେ ଘିଅର ମାତ୍ରାକୁ ନେଇ ଡାକ୍ତରଙ୍କୁ ପରାମର୍ଶ କରିପାରିବେ ।

ଏହାବ୍ୟତୀତ ଆପଣ ଭୋଜନରେ ଘିଅକୁ ସାମିଲ କଲେ ଏହା ଆପଣଙ୍କ ପାଚନ ଶକ୍ତିକୁ ମଜବୁତ କରିଥାଏ । ଏଥିରେ ଅନ୍ତନଳୀ ସୁସ୍ଥ ଭାବେ କାମ କରେ । ଏହାକୁ ଖାଇବା ଦ୍ୱାରା କ୍ୟାନସର ଭଳି ରୋଗ ଦୂରେଇ ଯାଏ । ପେଟରେ ଅଲସର ଆଶଙ୍କା କମ ହୋଇଥାଏ । ତେଣୁ ଏଥିପାଇଁ ପ୍ରାଚୀନ କାଳରୁ ଭାରତୀୟ ସଂସ୍କୃତିରେ ଘିଅର ସେବନକୁ ସବୋର୍ତ୍ତମ ବୋଲି ମନାଯାଇଛି । ଏହାକୁ ଖାଇବା ଦ୍ୱାରା ଦାନ୍ତ ମଜବୁତ ରହିଥାଏ । ଘିଅରେ ଭିଟାମିନ ଭରି ରହିଛି । ଯାହା ଦ୍ୱାରା କ୍ୟାଲସିୟମ ମିଳିଥାଏ । ଏହାଦ୍ୱାରା କେଶ ମଜବୁତ ରହିଥାଏ । କେଶରେ ରୂପି ସମସ୍ୟା ଦୂର ହୋଇଯାଏ ।

ଘିଅରେ ବ୍ୟୁଟରିକ ଏସିଡ ଭରପୂର ମାତ୍ରାରେ ରହିଛି । ଏହା ରୋଗ ସହ ଲଢ଼ିବାକୁ କ୍ଷମତା ଯୋଗାଏ । କୋଶିକାକୁ ଶକ୍ତି ମିଳିଥାଏ । ଏଥିରେ ପ୍ୟୋର ଫ୍ୟାଟ ଥାଏ ଯାହା ଶରୀରକୁ ଭଲ କୋଲେଷ୍ଟ୍ରଲ ଯୋଗାଇଥାଏ । ହାର୍ଟ ଆଟାକ ସମସ୍ୟା କମିଥାଏ ।

Get real time updates directly on you device, subscribe now.