fbpx

୪୦୦ କୋଠରୀ ୩୫୦୦ କେଜିର ଝୁମର… ସିନ୍ଧିଆ ରାଜମହଲରେ ରହିବେ ଅମିତ୍ ଶାହ…

ଗୃହମନ୍ତ୍ରୀ ଅମିତ୍ ଶାହ ରବିବାର ମଧ୍ୟପ୍ରଦେଶର ଗ୍ୱାଲିୟରରେ ପହଞ୍ଚିଛନ୍ତି । ଏଠାରେ ସେ ପ୍ରାୟ ୪୫୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ହେବାକୁ ଥିବା ରାଜମାତା ବିଜୟା ରାଜେ ସିନ୍ଧିଆ ଏୟାରପୋର୍ଟର ନୂଆ ଟର୍ମିନାଲ ଭବନ ଏବଂ ଏୟାରପୋର୍ଟର ବିସ୍ତାର କାର୍ଯ୍ୟର ଭୂମିପୂଜନ କରିବେ । ଏହା ବ୍ୟତୀତ ଅମିତ ଶାହ ଗ୍ୱାଲିୟରରେ ଏକ ଜନସଭାକୁ ସମ୍ବୋଧିତ କରିବେ । ସେ ପ୍ରାୟ ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ସିନ୍ଧିଆଙ୍କ ରାଜମହଲ ଜୟବିଳାସ ପ୍ୟାଲେସରେ ମଧ୍ୟ ରହିବେ ଏବଂ ଭୋଜନ ମଧ୍ୟ କରିବେ । ସିନ୍ଧିଆ ରାଜପରିବାରର ଏହି ରାଜମହଲ ଦେଶ-ବିଦେଶରେ ବିଖ୍ୟାତ । ଜୟବିଳାସ ପ୍ୟାଲେସ ଟୁରିଷ୍ଟଙ୍କ ପାଇଁ ମଧ୍ୟ ଲୋକପ୍ରିୟ ।

ଏହି ମହଲ ପ୍ରାୟ ୪୦ ଏକର (୧୨ ଲକ୍ଷ ବର୍ଗଫୁଟରେ) ପରିବ୍ୟାପ୍ତ । ଏହି ପ୍ୟାଲେସକୁ ମରାଠା ରାଜା ଶ୍ରୀମନ୍ତ ଜୟାଜୀ ରାଓ ସିନ୍ଧିଆ ୧୮୭୪ରେ ତିଆରି କରିଥିଲେ । ମରାଠା ରାଜା ଜୟାଜୀ ରାଓ ସିନ୍ଧିଆଙ୍କ ତତ୍ତ୍ୱାବଧାନରେ ଏହାର ମୂଳଦୁଆ ପଡ଼ିଥିଲା । ସେହ ସମୟରେ ରାଜମହଲର ନିର୍ମାଣ ଖର୍ଚ୍ଚ ଏକ କୋଟି ରହିଥିଲା । ଏବେ କୁହାଯାଉଛି ଯେ ଏହାର ଦାମ୍ ୪ ହଜାର କୋଟି ପାଖାପାଖି ହେବ । ସିନ୍ଧିଆ ପରିବାରର ଜୟବିଳାସ ପ୍ୟାଲେସ କେତେ ଭବ୍ୟ ଏହାର ଅନୁମାନ ଆପଣ ଏହି କଥାରୁ ଲଗାଇପାରିବେ ଯେ ଏହି ମହଲରେ ୪୦୦ ରୁମ୍ ରହିଛି । ଆହୁରି ପୁଣି ଏହି କୋଠରୀରୁ ୪୦ କୋଠରୀକୁ ମ୍ୟୁଜିୟମରେ ପରିଣତ କରାଯାଇଛି । ଏଥିରେ ସିନ୍ଧିଆ ରାଜପରିବାରର ଆଣ୍ଟିକ୍ ବସ୍ତୁ ରଖାଯାଇଛି । ଦାମୀ କାର୍, ପେଣ୍ଟିଂ, ସେହି ସମୟର ହତିଆର ଭଳି ଆହୁରି ଅନେକ କିଛି ରହିଛି । ଏହି ମହଲର ଟ୍ରଷ୍ଟି ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ପତ୍ନୀ ପ୍ରିୟଦର୍ଶନୀ ରାଜେ ସିନ୍ଧିଆ ।

ଜୟବିଲାସ ପ୍ୟାଲେସର ଦରବାର ହଲରେ ୩୫୦୦ କେଜିର ଦୁଇଟି ଝୁମର ଲଗାଯାଇଛି । କୁହାଯାଏ ଯେ ଯେତେବେଳେ ଏହି ଝୁମର ଲଗାଯାଉଥିଲା ସେତେବେଳେ ଛାତରେ ୧୦ ହାତୀଙ୍କୁ ୭ ଦିନ ଧରି ଚଢ଼ାଯାଇଥିଲା । ଏହା ଦ୍ୱାରା ଛାତର ମଜବୁତି ପରୀକ୍ଷା କରାଯାଇଥିଲା । ମହଲର ୪୦୦ ରୁମ ମଧ୍ୟରେ ଜ୍ୟୋତିରାଦିତ୍ୟଙ୍କ ପିତା ମାଧବରାଓ ସିନ୍ଧିଆଙ୍କ କକ୍ଷ ମଧ୍ୟ ରହିଛି । ଆଜିବି ଏହି କକ୍ଷ ତାଙ୍କ ନାରେ ସଂରକ୍ଷିତ କରାଯାଇଛି । ଏହି ରୁମରେ ମାଧବରାଓ ନିଜ ପସନ୍ଦର ଆର୍କିଟେକ୍ ଏବଂ ଆଣ୍ଟିକ୍ ରଖାଯାଇଥିଲା । ଏହି ସଂଗ୍ରହାଳୟର ଆଉ ଏକ ବିଶେଷତ୍ୱ ହେଉଛି ଚାନ୍ଦିର ରେଳ । ଡାଇନିଙ୍ଗ ଟେବୁଲ ଉପରେ ଏହାର ରେଳ ଲାଇନ ଲଗାଯାଇଛି । ଅତି ବିଶେଷ କାର୍ଯ୍ୟକ୍ରମ ସମୟରେ ଏହି ରେଳ ପାନୀୟ ପରଷିଥାଏ । ଏହି ହଲରେ ଇଟାଲୀ, ଫ୍ରାନ୍ସ, ଚୀନ ଏବଂ ଅନ୍ୟ କିଛି ଦେଶଙ୍କ ଦୁର୍ଲଭ କଳାକୃତି ମଧ୍ୟ ଦେଖିବାକୁ ମିଳେ ।

Get real time updates directly on you device, subscribe now.