fbpx

ମୃତ୍ୟୁ ପର୍ଯ୍ୟନ୍ତ ସାଙ୍ଗରେ ଥାଆନ୍ତି ଏହି ୪ ବନ୍ଧୁ: ଜାଣନ୍ତୁ କାହିଁକି ଏପରି କହିଲେ ଚାଣକ୍ୟ

AAKASH

ସବୁ ପରିସ୍ଥିତିରେ ଜଣେ ଭଲ ବନ୍ଧୁ ହିଁ ସାଥିରେ ରହିଥାଏ । ମିତ୍ର ଯଦି ଭଲ ହେବେ କଠିନରୁ କଠିନ ପରିସ୍ଥିତିରେ ମଧ୍ୟ ଆଟି ସହଜରେ ଚାଲିଯାଏ । ଭଲ ମିତ୍ର ମିଳିବା ଅତ୍ୟନ୍ତ କଷ୍ଟ ଯିଏ ସୁଖ କିମ୍ବା ଦୁଃଖ ସମୟରେ ବିନା କୌଣସି ଫାଇଦାରେ ସାଥିରେ ଥାଆନ୍ତି। କିନ୍ତୁ ଆଚାର୍ଯ୍ୟ ଚାଣକ୍ୟ କିଛି ଏପରି ମିତ୍ରଙ୍କ ବିଷୟରେ କହିଛନ୍ତି ଯିଏ ମନୁଷ୍ୟ ମରିବା ଯାଏଁ ତା’ ସାଥିରେ ଥାଆନ୍ତି । ଆସନ୍ତୁ ଜାଣିବା …

– ଚାଣକ୍ୟ ନୀତିର ଏହି ଶ୍ଲୋକରେ ଆଚାର୍ଯ୍ୟ ସର୍ବପ୍ରଥମେ ବିଦ୍ୟାକୁ ପ୍ରକୃତ ମିତ୍ର କହିଛନ୍ତି। ଚାଣକ୍ୟଙ୍କ କହିବା ଅନୁସାରେ ଘରୁ ବାହାରେ ରହୁଥିବା ବ୍ୟକ୍ତିଙ୍କ ପାଇଁ ଶିକ୍ଷା କିମ୍ବା ବିଦ୍ୟାଠୁ ବଡ଼ କୌଣସି ମିତ୍ର ନାହାନ୍ତି। ଜ୍ଞାନ ସଙ୍କଟ ସମୟରେ ବାହାରେ ରହୁଥିବା ବ୍ୟକ୍ତିଙ୍କୁ ସବୁବେଳେ ରକ୍ଷା କରିଥାଏ।

– ଚାଣକ୍ୟଙ୍କ ମୁତାବକ ସ୍ତ୍ରୀ ସ୍ବାମୀଙ୍କର ସବୁଠୁ ଭଲ ମିତ୍ର ହୋଇଥାଏ। ସ୍ତ୍ରୀ ଭଲ ହେଲେ ବ୍ୟକ୍ତି ଏବଂ ପରିବାରକୁ ସମାଜରେ ମାନ-ସମ୍ମାନ ପ୍ରାପ୍ତି ହୋଇଥାଏ। ସ୍ତ୍ରୀ ସ୍ବାମୀଙ୍କୁ ସମସ୍ତ ପ୍ରକାର ସମସ୍ୟାରୁ ଦୂରେଇ ରଖିଥାଏ।

– ଔଷଧକୁ ଚାଣକ୍ୟ ତୃତୀୟ ସବୁଠୁ ଭଲ ମିତ୍ର ବୋଲି କହିଛନ୍ତି। ସେ କହିଛନ୍ତି ଯେ ରୋଗ ହେଲେ ଔଷଧ ବ୍ୟକ୍ତିଙ୍କୁ ସୁସ୍ଥ କରିଥାଏ ଏବଂ ରୋଗ ସମୟରେ ଔଷଧ ହିଁ ସାହାଯ୍ୟ କରିଥାଏ। ଏଥିପାଇଁ ଔଷଧ ମନୁଷ୍ୟର ପରମ ମିତ୍ର ହୋଇଥାଏ।

– ଧର୍ମକୁ ମନୁଷ୍ୟର ସବୁଠୁ ବଡ଼ ମିତ୍ର ବୋଲି କହିଛନ୍ତି ଚାଣକ୍ୟ । ସେ କହିଛନ୍ତି ଯେ ମନୁଷ୍ୟ ଯେତେ ଦିନ ଜୀବିତ ଥାଏ ,ଯେତିକି ପୁଣ୍ୟ କର୍ମ କରିଥାଏ,ମନୁଷ୍ୟ ମରିଯିବା ପରେ ସେହି କର୍ମ ତା’ ସାଥିରେ ଯାଇଥାଏ। ମନୁଷ୍ୟ ଯେପରି କର୍ମ କରିଥାଏ,ତାକୁ ସମାଜ ସେହିପରି ମନେ ପକାଇଥାଏ।

Get real time updates directly on you device, subscribe now.